କବିତା

ଚାଲାକ୍ ଝିଅ

Odia Author Prafulla Tripathy

ଲାଭ ଥିଲେ କରି ନେବେ ଅତି ନିଜର
ଯେମିତିକା କ୍ଷୀର ସାଥେ ଭାବ ନୀରର
ଦଗା ଦେବେ ପୁଣି
ଏମିତି ବେଳରେ
ଶୁଖିବନି ଆଖି ଲୁହ ।

ଚାଲାକ୍ ଝିଅ

ଯେତେ ଦେଖୁଛ ଚାଲାକ୍ ଝିଅ
ସେମାନେ କାହାର ପ୍ରେମିକା ନୁହଁ
ପ୍ରେମିକା ପରିକା
ଅଭିନୟ କରି
ପଛେ ମୋଡ଼ି ଦେବେ ମୁହଁ ।।

ଲାଭ ଥିଲେ କରି ନେବେ ଅତି ନିଜର
ଯେମିତିକା କ୍ଷୀର ସାଥେ ଭାବ ନୀରର
ଦଗା ଦେବେ ପୁଣି
ଏମିତି ବେଳରେ
ଶୁଖିବନି ଆଖି ଲୁହ ।

କାମଥିବା ଯାଏ ଗୋଟାପଣେ ତାଙ୍କର
ମଉକା ଦେଖି ସେ ଯିବେ ହଲାଇ ପର
ଗୁଣ ଗାଉ ଗାଉ
ଦିନ ସରିବନି
ଭରିଯିବ ଯେତେ କୋହ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top