ପୁଅ ବୋହୂ ମୋର ବଡ ମଣିଷଗୋ
ମୋତେ ପଚାରନ୍ତି ନାହିଁ
ଅନ୍ୟଙ୍କୁ କୁହଇ ଭିକାରିକୁ ପୋଷି
ଧରମ କରୁଛି ମୁହିଁ ।
ମୁଯେ ତାଙ୍କ ପାଇଁ ଭିକାରି ଗୋଟିଏ
ମାଗୁଥିଲି ତାଙ୍କୁ ଭିକ
ମୋତେ ସିଏ ତାଙ୍କ ଘରେ ରଖିଛନ୍ତି
ନସହି ପାରି ମୋ ଦୁଃଖ
ମୋ ପାଇଁ ଅଲଗା ଥାଳି କଂସା ଆଉ
ମୋପାଇଁ ଅଲଗା ଘର
ତାଙ୍କ ଘରେ ଯେବେ ପାଦ ପଡିଯାଏ
ଛି ଛି କରନ୍ତି ଚିତ୍କାର ।
ବାପା କହିବାକୁ ଲାଜ ଲାଗେ ତାଙ୍କୁ
ଦିଅନ୍ତିନି ପରିଚୟ
ତଥାପି ଏତିକି କହୁଥାଏ ନିତି
ହେଉଥାଏ ତୁମ ଜୟ ।
ଖୁସିରେ ରହିଥା ସବୁ ସମୟରେ
ମୁଁ ବା ଆଉ କେତେ ଦିନ
ହସ ଓ ଖୁସିରେ ରହିଥାଅ ତୁମେ
ହସୁ ଦାମ୍ପତ୍ୟ ଜୀବନ ।
