ବନ ମହୋତ୍ସବ ବୃକ୍ଷ ରୋପଣ
ମାଆ ପାଇଁ ଗୋଟେ ଗଛ
ବୃକ୍ଷ ହିଁ ଦେବତା ବୃକ୍ଷ ହିଁ ଜୀବନ
ସ୍ଲୋଗାନଟି ଭାରି ଶ୍ୱାସଛ । [୧]
ଦଳ ବଳ ଧରି ଗଛ ଲଗାଉଛ
ଆସିଲେ ବର୍ଷାର ଋତୁ
ଗଛଟିଏ ପୋତି ଫୁଟି ଉଠିବାକୁ
ମନ ଭାରି କୁତୁକୁତୁ । [୨]
ଗଛ ପୋତିଦେଇ ପାଣି ଟିକେ ଢାଲି
ନେତାଏ ଯାଆନ୍ତି ଚାଲି
ମରିଛୁ କି ଆମେ ବଞ୍ଚିଛୁ ଦେଖିବା
ସମସ୍ତେ ଯାଆନ୍ତି ଭୁଲି । [୩]
ଆମ ଚାରିପଖେ ନଥାଏ ଗୋରାଡା
କିମ୍ବା କଣ୍ଟାର ବାଡ
ଗୋରୁ ଗାଇ ଛେଳି ନିଦଉନ୍ଦରେ ଆସି
ଛୋବାନ୍ତି ଆମର ନାଡ । [୪]
ସବୁ ବରଷ ତ ଗଛ ଲଗାଉଛ
ଜଙ୍ଗଲ କେଉଁଠି କହ
ଟାଙ୍ଗରା ଭୂଇଁ ତ୍ ସବୁଆଡେ ପଦା
ଖରା କାଟେ ଡହ ଡହ । [୫]
ଏ ବରଷ ଗଛ ଆଗାମୀକୁ ନାଇଁ
ଜମା ନେଉନହି ଯତ୍ନ
ତୁଚ୍ଛାତରେ ଫି ବରଷ କରୁଛ
ବୃକ୍ଷ ରୋପଣର ନାଟ । [୬]
ଏ ଜୀବଜଗତ ବଞ୍ଚିବାକୁ ହେଲେ
ଲଗାଅ,ବଞ୍ଚାଅ ଗଛ
ନେଡି ଗୁଡ଼ କହୁଣୀକୁ ବୋହିଲାନି
ଝୁରି ହେବ ଆଗ ପଛ । [୭]