କବିତା

ଅଧୁରା ମୁଁ ତୁମ ବିନା

Diptimayee Pani's odia poem Adhura Mun Tuma Bina

କିନ୍ତୁ ବାସ୍ ଏତିକି ଜାଣିଛି ମୋ ଜୀବନ ନିଶ୍ଚିନ୍ତ ଅନ୍ଧକାରମୟ ତୁମ ବିନା…
କେବଳ ତୁମ ବିନା…

ଜୀବନ ଯଦି ଗୋଟେ ଚଲା ପଥ ହୁଏ….
ସେହି ଚଲା ପଥରେ ଚାଲୁଥିବା ନିସାହାରା ପଥିକ ମୁଁ ତୁମ ବିନା..
ଜୀବନ ଯଦି ଗୋଟେ ନଦୀ ହୁଏ ନୌକାରେ ଦିଗହରା ନାଉରୀ ମୁଁ ତୁମ ବିନା…
ଜୀବନ ଯଦି ଗୋଟେ ତିଥି ହୁଏ ମୁଁ ନିଶ୍ଚିନ୍ତ ଗୋଟେ ଅମାବାସ୍ୟା ତିଥି ତୁମ ବିନା..
ଜୀବନ ଯଦି ଗୋଟେ ପୁଷ୍ପ ହୁଏ ମୁଁ ନିଶ୍ଚିନ୍ତ ସୁଗନ୍ଧ ନଥିବା ପୁଷ୍ପ ତୁମ ବିନା…
ଜୀବନ ଯଦି ଗୋଟେ ବାଦଲ ହୁଏ ମୁଁ ବର୍ସୁନଥିବା ବାଦଲ ତୁମ ବିନା…
ତୁମେ କିଏ..?? ମୁଁ ଜାଣେନା
ଏହି କବିତାର ଦାସୀ ମୁଁ କାହିଁକି ତାହା ମଧ୍ୟ ମୁଁ ଜାଣେନା…
କିନ୍ତୁ ବାସ୍ ଏତିକି ଜାଣିଛି ମୋ ଜୀବନ ନିଶ୍ଚିନ୍ତ ଅନ୍ଧକାରମୟ ତୁମ ବିନା…
କେବଳ ତୁମ ବିନା…

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top