ହେ କଳାକେଶରୀ
ହେ ବିଶ୍ୱବିହାରୀ ।
ତୁମେ ଦୁଃଖନାଶନ
ତୁମେ ଗର୍ବଗଞ୍ଜନ ।।
ମଣିଷ ଜନମ ପାଇ
ତୁମକୁ ଜାଣିଲି ମୁହିଁ ।
ତୁମ ନାମ ଜପି ମୁହିଁ
ଧରା ରୁ ତରିବି ମୁହିଁ ।।
ହେ ପଦୁଲୋଚନ
ହେ ଜଗମୋହନ ।
ଚାରି ଯୁଗ ଠାକୁର
ଏ ଭବୁ ପାର କର ।।
ଏ ମୋହ ମାୟା ସଂସାର
ନୁହଁଇ କିଏ’କାହାର ।
ଲୋଡା ନାହିଁ ଏ ଜୀବନ୍ଧୁ
ଲୋଡା ତୁମ ଦରଶନ ।।
ହେ ପଦ୍ମଚରଣ
ହେ କଳାବଦନ ।
ଡାକେ ଆତୁର ହୋଇ
ଶୁଣ ହେ ଭାବଗ୍ରାହୀ ।।