କବିତା

ଚିରନ୍ତନ !!

Soubhagya Samal's odia poem Chirantana

କୋଣାର୍କର ରଥ ଚକ୍ରର
ଖସଡ଼ାରେ ଖସିବାଟ ନିଶ୍ଚିତ
ଯେପରି,

ଚିରନ୍ତନ !!

ବାପା ମାଙ୍କର
ତାଡ଼ନାରେ ବେଳେ ବେଳେ
ସ୍ୱାଧୀନତା ର ମୂଲ୍ୟବୋଧ
ଅଣ ନିଶ୍ୱାସୀ ଲାଗେ
ଇଚ୍ଛା ହୁଏ
ମନ ପକ୍ଷୀଟି
ଉଡିଯାଆନ୍ତା କି ଦୂର ଦିଗନ୍ତ
ନ ଥାନ୍ତା ତାଡନା
ନ ଥାନ୍ତା ପ୍ରତିରୋଧ
ନ ଥାନ୍ତା କେହି ଜଣେ
ଆଙ୍ଗୁଳି ଦେଖାଇ କଥା କହିବାର ଦୁଃସାହସ

କୋଣାର୍କର ରଥ ଚକ୍ରର
ଖସଡ଼ାରେ ଖସିବାଟ ନିଶ୍ଚିତ
ଯେପରି,
ସଦ୍ୟ ପୁଷ୍ପଟିତ ଫୁଲଟିଏ
ପ୍ରଖର ସ୍ରୋତର ତୃଣଟିଏ
ସୂଯ୍ୟସ୍ତର ବାଟଭଙ୍ଗା ବିହଙ୍ଗଟିଏ
ଉଷା କାକଳୀର କଅଁଳିଆ ଖରା
ପାଲଟିଥାଏ ମଧ୍ୟାନ
ସେତେବେଳେ ପାଶୋରି ଥାଏ ତାର ପିଲାଦିନ
ପାଶୋରି ଥାଏ କେତେ ମୁନି ଋଷିଙ୍କର ତପସ୍ୟାକୁ
ପାଶୋରି ଥାଏ ପିଲାଦିନେ ପଢ଼ିଥିବା
ବର୍ଣ୍ଣବୋଧର ଉଚ୍ଚାରଣକୁ
ନା ପାଶୋରି ପାରେନା ।!

ଡାଇନିଂରେ ତନ୍ଦୁରି ମଟନ କଷା
ଆହରଣ ପରେ ମନେ ପଡେ
ପଖାଳ ଭାତ, ମା ହାତ ବଢିଚୁରା
ଆଉ
ଗୁହାଳ ପାଖ ସଜନା ଗଛର
ଶାଗ ଭଜା
ଏହା କି ଆନନ୍ଦ !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top