କବିତା

କାଳ ଓ କଳସୀ

Niranjan Jena's odia poem Kaala O Kalasee

ଆକାଶର ସିଲ୍‌ହଟ୍‌ରେ ଗାର ଟାଣୁଥାନ୍ତି
ବେଳାଭୂମିର ଅପାଂକ୍ତେୟ ଗଣ
ଅପେକ୍ଷା ରଖି ପୂର୍ଣ୍ଣିମା ଚାନ୍ଦର

କାଳ ଓ କଳସୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାଳର ଚିତ୍ରିତ କଳସୀ
ଭାସି ଭାସି ଯାଏ
ଜୁଆରିଆ ନଈ ମୁହାଣରେ
ଭଉଁରୀ ଖେଳୁ ଖେଳୁ
ଲହରୀର ହାତ ଧରି ଟାଣିନିଏ ସମୁଦ୍ର
କୂଳରେ ପଡ଼ିରହେ କଳସୀ
ପୋଡ଼ା କାଠ, ଅଙ୍ଗାର, ଫୁଲ, ଆମ୍ୱଡ଼ାଳ
ଏବଂ କନିଷ୍କର ଶବ
ଚିତ୍ରିତ କଳସୀର ରଙ୍ଗ ପାଣିଚିଆ ହୋଇଯାଏ ।

ଆକାଶର ସିଲ୍‌ହଟ୍‌ରେ ଗାର ଟାଣୁଥାନ୍ତି
ବେଳାଭୂମିର ଅପାଂକ୍ତେୟ ଗଣ
ଅପେକ୍ଷା ରଖି ପୂର୍ଣ୍ଣିମା ଚାନ୍ଦର
ଅଝାଲଟାଣି ନାଉରିଆ ଭିଡୁଥାଏ କାତ
କଣ୍ଠରେ ଦୋହରାଇ
ବାଉଲ୍‌ର ଉଦାତ୍ତ ସଙ୍ଗୀତ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top