କଥାହୀନ ସାଥି ଗୋଟିଏ କଲମ
ନିରବ ଶ୍ରୋତା ମୁଁ ତୋର
ସ୍ପର୍ଶକରେ ଯେବେ କାଗଜ ଓଠକୁ
ମନ ହୁଏ ନଈ ଧାର
କେବେ ପ୍ରେମପତ୍ର କେବେ ତ କବିତା
ଲାଲୀମା ର ପୃଷ୍ଠା ତଳେ
କେବେ ଯେ ଗଣିତ କେବେ ଇତିହାସ
କାଗଜର ଅନ୍ତରାଳେ
ଚାଲି ଚାଲି ଯେବେ ଥକେ ତ କଲମ
ଚିହ୍ନ ରଖେ କାଗଜରେ
ଭିନ୍ନ ଏ ବନ୍ଧୁତା କାଗଜ କଲମ
ବସାବାନ୍ଧେ ହୃଦୟରେ
ତଥାପି ଡ୍ରୟର କୋଣରେ ଶୋଇଛି
ଶୁଖିଲା ରିଫିଲ୍ଟିଏ
ଅପେକ୍ଷାରେ ଅଛି କେବେ ତ ଛୁଇଁବ
ଅନ୍ତରରୁ ଶବ୍ଦ କୁହେ
ସୋଇଗଲେ ଲୋକେ ନିରଳା ରାତିରେ
କାଗଜ ତ ଡାକେ ଧୀରେ
କହେ ମୋ ଦେହରେ ଭାବନା କୁ ଛାପ
ବଞ୍ଚିବି ସବୁ ମନରେ
ଆଜି ଡିଜିଟାଲ ଯୁଗରେ ହଜୁଛି
କଲମ କାଗଜ ଗନ୍ଧ
ପୁରୁଣା ପୃଷ୍ଠା କୁ ପଢିଲେ ଯେ ଲାଗେ
ସମାଜ ସାଜୁଛି ଅନ୍ଧ
ଆଜି ସମାଜ ସାଜୁଛି ଅନ୍ଧ
