କବିତା

ତୋ ପ୍ରେମ ଟିକେ ନିଆରା

Mahesh Ranjan Mohapatra's odia poem To Prema Tike Niara

ତୋ ପ୍ରେମ ଟିକେ ନିଆରା,
ନା ତାହାର ଆରମ୍ଭ ଅଛି, ନା କେବେ ଅନ୍ତ,
ସିଏ ତ ଚାଲିଥିବା ଏମିତି ଏକ ବାଟ
ଯେଉଁଠି ପ୍ରତିଟି ମୁହୂର୍ତ୍ତ ଗୋଟେ ନୂଆ ବସନ୍ତ……..

ଶବ୍ଦରେ ତ ପ୍ରେମକୁ ଓହ୍ଲାଇ ହୁଏନି,
ସିଏ ତ ଏକ ଅକୁହା ଅନୁଭବ,
ତୋ ଆଖିର ଗୋଟିଏ ନୀରବ ଚାହାଣିରେ
ମୋର ସବୁ ପ୍ରଶ୍ନର ଉତ୍ତର ସମ୍ଭବ ।

ତୁ ମୋ ପାଇଁ କୋଣସି କାବ୍ୟର ନାୟିକା ନୁହଁ,
ନା କୌଣସି ଅପ୍ସରାର ରୂପ,
ତୁ ତ ମୋ ଶୂନ୍ୟତାକୁ ପୂର୍ଣ୍ଣ କରୁଥିବା
ଗୋଟିଏ ମିଠା ଶାନ୍ତ ଧୂପ ।

ଲୋକେ ପ୍ରେମରେ ହଜିଯିବାର ଶପଥ ନିଅନ୍ତି,
ହେଲେ ତୋ ପ୍ରେମ ମୋତେ ନିଜକୁ ଖୋଜିବା ଶିଖାଏ,
ତୋର ସେଇ ପବିତ୍ର ସ୍ପର୍ଶରେ
ମୋ ଭିତରର କବିଟିଏ ସଜାଗ ହୋଇଯାଏ ।

ନା ସାଥୀ ହେବାର ଆଡ଼ମ୍ବର ଅଛି,
ନା ଦୂରତାର କିଛି ଭୟ,
ତୋ ଚେତନାର ଗଭୀରତାରେ
ମୋ ସତ୍ତା ହୋଇଯାଏ ଲୟ ।

ତୋ ପ୍ରେମ ଟିକେ ନିଆରା,
ନା ତାହାର ଆରମ୍ଭ ଅଛି, ନା କେବେ ଅନ୍ତ,
ସିଏ ତ ଚାଲିଥିବା ଏମିତି ଏକ ବାଟ
ଯେଉଁଠି ପ୍ରତିଟି ମୁହୂର୍ତ୍ତ ଗୋଟେ ନୂଆ ବସନ୍ତ……..

ତୋ ପ୍ରେମ କୌଣସି ଶବ୍ଦ କି ପ୍ରତିଶ୍ରୁତିର ମୋହ ନୁହେଁ, ବରଂ ମୋ ଶୂନ୍ୟତାକୁ ପୂର୍ଣ୍ଣ କରୁଥିବା ଏକ ଅକୁହା ନୀରବ ଅନୁଭବ

 

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top