କବିତା

କେହି ଜଣେ ଛପି ଛପି

Ritindra Panda's odia poem Kehi Jane Chapi Chapi

ଯୌବନେ ପ୍ରଣୟ ଗୀତା ର ପଙ୍କ୍ତି ଜପି
ରସ କବିତା ରେ ତାର ଛାନ୍ଦ ଯାଏ ଛାପି

ମନ ର ଆଉଜା ଦରଜା ଟପି
ପାସେ ଆସେ ପାଦ ଚିପି ଚିପି
କେହି ଜଣେ ଛପି ଛପି

ମଉନେ ମୃଦୁଳାପ କରୁଥିବା ସେ ମଦାଳାପି
ଅବା ମନ ଉପବନେ ଧରା ନ ଦେଇ ଉଡ଼ି ବୁଲୁଥିବା
ତରକା କାପ୍କାପି (ପ୍ରଜାପତି)

ବାସ୍ନା ତାର ଜ୍ୟୋତ୍ସ୍ନା ପରି ବ୍ୟାପି
ବର୍ଷା ବୁନ୍ଦା ପ୍ରୀତି ତାର ଝରେ ଝିପି ଝିପି
(ଯାହା ଉଭୟ ତନୁ ମନ ଭିଜାଏ)

ଯୌବନେ ପ୍ରଣୟ ଗୀତା ର ପଙ୍କ୍ତି ଜପି
ରସ କବିତା ରେ ତାର ଛାନ୍ଦ ଯାଏ ଛାପି

ଗୋପନ ପୀରତି ର ସେ ଏକ ନାୟିକା ନିଶ୍ପାପୀ
ସ୍ବପ୍ନ ଟିଏ ସତ ପରି,
ଆସେ ମନ ର ଆଉଜା ଦରଜା ଟପି
ପାଦ ଦୁଇ ତା’ର ଚିପି ଚିପି
ଉଜାଗର କରି, ଛପି ଛପି ।।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top