କବିତା

ବିଶ୍ୱାସ

Minati Pradhan's odia poem Bishwasa

ତୁ କହିଲୁ, “ଚାଲ ଭିଜିବା ବର୍ଷାରେ,
ଦେଖିବା ଇନ୍ଦ୍ରଧନୁ, ସଜାଇବା ସ୍ଵପ୍ନର କୁଟୀର !

ବିଶ୍ୱାସ

ତୁ କହିଲୁ, “ଚାଲ, ଆକାଶ ଛୁଇଁବା!”
ଉଡି ମୁଁ ଆସିଲି
ବିଶାଳ ଆକାଶ କୁ ଚିରି
ଖାଲି ଯାହା ଲୋଡା ମୁକ୍ତ ପକ୍ଷ ।

ତୁ କହିଲୁ, “ଚାଲ ଖୋଜିବା- ସମୁଦ୍ରର ଗଭୀରତା । ”
ନ ଜାଣି ପହଁରା, କି ନ ଥାଇ ଜୀବନ ବଞ୍ଚାଇବା ଜ୍ୟାକେଟ
ଲମ୍ଫ ଦେଇଛି, ଡୁବିବା ର ଜ୍ଞାତ କୁ ଅଜ୍ଞାତ ବନାଇ ।

ତୁ କହିଲୁ, “ଚାଲ ବନାଇବା ପୃଥୁବୀ କୁ ଶସ୍ୟ ଶ୍ୟାମଳା । ”
ଆଖି ମୁଦି ଅଗଣିତ ପାଦ ଥାପି ରାସ୍ତା ଚାଲିଲି
ଖୋଜି ଖୋଜି ତନ୍ନ ତନ୍ନ କରି ସବୁଜିମା ର ସତ୍ତା ।

ତୁ କହିଲୁ, “ଚାଲ ହଜିଯିବା ଝରଣା ଆଉ ବନ ପାହାଡ ରେ-
ଉଚ୍ଚା ନିଚା ପଥର, ଓ ବହି ଯାଉଥବା ପାଣି ର ଶବ୍ଦ ଓ ଗତି ସହ । ”
କେବେ କଳ କଳ ମୁଖରିତ,
କେବେ ଶକ୍ତ ଚଟାଣର ନିଷ୍ଣୂର ପ୍ରହାର ସହି
ଚାଲିଛି ଆଗକୁ ଆଗକୁ ।

ତୁ କହିଲୁ, “ଚାଲ ଭିଜିବା ବର୍ଷାରେ,
ଦେଖିବା ଇନ୍ଦ୍ରଧନୁ, ସଜାଇବା ସ୍ଵପ୍ନର କୁଟୀର !”
ତଥାପି ସହିବାକୁ ପଡିଲା ବିଜୁଳି ଓ ଘଡଘଡି ର ତାଣ୍ଡବ ।
ମୁଁ କହୁଛି, “ଚାଲ, ହାତ ଧରି ହଜି ଯିବା
ଶାଶ୍ୱତ ଦୁନିଆରେ ନ ଥିବ
ଯେଉଁଠି ଆଶା ନିରାଶାର ପ୍ରତୟ !”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top