ସଫା ଟିକିଏ ଦିଶୁଛି ଆକାଶ
ସୂରୁଜ ଉଇଁଲାଣି କିବା ପାହାଡ଼ ପଛରୁ
ଏତେ ତ ଜଲଦି ସକାଳ ଆସିବାର ନୁହେଁ
ଆଉ ବେଳ ଅଛି
ବଉଦ ନାହିଁ ଆକାଶରେ
ଆକାଶରେ ତାରା ତ ଉଇଁଛି
ଡରାଉ ଅଛି ଯେ ଆମକୁ ।
ପୂର୍ବର ସୁରୁଜ
ଉଅଁ ନାହିଁ ଆଉ ଆଜି ମୋଟେ
ରହିଯାଅ
ଯେଉଁଠି ତ ଅଛ
ଅଟକି ଯାଅ ପାହାଡ଼ ପଛରେ
ରାତି ତ ନପାହୁ ।
ସମୟ କେତେ କମ ଯେ ଲାଗୁଛି
କଥା ଆମର ଏଯାଏଁ ସରିନି
ପ୍ରେମ ଆମର
ଏଇ ତ ଆରମ୍ଭ ହୋଇଛି
ଆମେ ଏଇ ତ ମିଳୁଛୁ
ପୂର୍ବର ସୁରୁଜ
ରହିଯାଅ
ଯେଉଁଠି ତ ଅଛ ।
