କୁଆଁ କୁଆଁ ରାବରେ ଫାଟି ପଡ଼େ ଘର
ସଦ୍ୟଜାତ କନ୍ୟା ଶିଶୁ
ହତବାକ ବାପା ମା
ଉଦାସୀନ ପରିବାର । । । ।
ମନ୍ତ୍ରଣାର ଦୀପ ଜଳେ
ଅଶୁଭର ନାଶ ପାଇଁ
ଯୋଜନାଟି ବସାବାନ୍ଧେ
ପାପୀ ର ମନତଳେ । । । ।
ହାତ ଦୁଇଟି ବଢ଼ି ଆସେ
ଛଟ ପଟ ହୁଏ କୁନି କୁନି ହାତ ଗୋଡ
ତୀବ୍ର ହୁଏ କୁଆଁ କୁଆଁ ରାବ
ମଣିଷ ଦେହରୁ ପଶୁତ୍ଵ ର ଗନ୍ଧ ଆସେ । । । ।
କୁନି ଶରୀରଟି ଶବ ପାଲଟେ
ପିଚ ପିଚ ଅନ୍ଧାରରେ ମିଶିଯାଏ
କୁଆଁ କୁଆଁ ରାବ
ସୁନ ସାନ ଜୀବନର ରାସ୍ତା
ପାପୀ ମନସ୍ତାପ ନାହିଁ
ଜାଣିନି ମରଣ ତା ହାତର ଖେଳ
ଈଶ୍ୱର –ଅସୁର ସମାହାର
ପାପ ପୂଣ୍ୟ ଦୁନିଆର ଖେଳ । । । ।
