କବିତା

ମୋନାଲିସା

Minati Pradhan's odia poem Monalisa

କିଏ ଏହି ଲାସ୍ୟମୟୀ
କଣ ତା’ର ଅତୀତ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାଠପଟା ଛାତିରେ ଖୋଦା
ଜୀବନ୍ତ କୃତି
ଯୁଗଯୁଗକୁ କାହାଣୀ ବଖାଣେ
ରଙ୍ଗ ତୂଳି ଆଉ ତେଲର !

ରହସ୍ୟମୟୀ ର ଚାହାଣୀ,
ସ୍ମିତହାସ୍ୟ, କେବେ ବଦଳିଯାଏ-
ଆଗାମୀ ଅଶୃ ନିଗଡିବାର ।

ପରିବର୍ତନ କୁ ନେଇ ଅନେକ ତର୍ଜମା
ଅନେକ ଚିନ୍ତନ
କିଏ ଏହି ଲାସ୍ୟମୟୀ
କଣ ତା’ର ଅତୀତ
କାହିଁକି ତାର ଏ ଛଳ ଛଳ ଆବେଗ
ଉଭୟ ସ୍ରଷ୍ଟା ଓ ସୃଷ୍ଟି ଯେବେ ଅମର ।

ନିଜ ପ୍ରତିକୃତି, ନିଜ ହାତର ?
ଆଖିରେ ଅଗଣିତ ସ୍ଵପ୍ନର ସମ୍ଭାର
ନା ସଂଳାପ ଆଳାପ ଲୁକାୟିତ ପ୍ରେମର ?
ବିସଙ୍କେତନ ହୋଇ ପାରେନା
କେତେ ସାହିତ୍ୟ, ନାଟକ ଗୀତୀ କବିତାର ।

କେତେ ମୋନାଲିସା ଆଉ
ଏମିତି ଝରିବେ ଅକାଳରେ ?
ତାଙ୍କୁ ଦେଖି, ନ ଦେଖି ପାରିବାର
ବୃଥା ପ୍ରୟାସରେ ??

ହେ, ସ୍ରଷ୍ଟା !
ଫେରିଆସ,
କହିଦିଅ ଥରେ ମାତ୍ର
ତୁମ ସୃଷ୍ଟିର ରହସ୍ୟ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top