କବିତା

ପ୍ରେମାଞ୍ଜଳି

Smruti Ranjan Parida's odia poem Premanjali

ପାଉଁଜି ଗୁଡ଼ାଙ୍କର ବୋଧେ ହଜି ଯିବାର ଥାଏ
ବାଟ ଖୋଜୁ ଖୋଜୁ କାଇଁ କେମିତି ଥକି ଯିବାକୁ ହୁଏ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏକ ଅସ୍ତିତ୍ୱ ଥିଲା ମୋର,
ପରିଚୟର ପରବର୍ତ୍ତୀ ଅଧ୍ୟାୟ ରେ ଏକ ଧାଡି ଥିଲା ମୋର,
କେତେ ଅଚିନ୍ହା ଥିଲା ସେ ଅକ୍ଷର ଗୁଡା
ତୁମ କେଶର କାଳିମାରେ ମୋର ତନ୍ଦ୍ରା ବାହି ଛବି
ଏକ କାଳ ସ୍ବପ୍ନ ପରି ଧୂଳିସାତ ହୋଇଗଲା
ମିଟିଗଲା ସେଇ ଯୋଉ ମୁଁ କହିଥିଲି ତୁମକୁ
ଗୋଟେ ଅଜଣା ଦିନରେ ଫେରି ଆସିବା
ଯାହା ମୁଁ କହିଥିଲି କି–ଫେରି ଆସିବା

ସ୍ୱପ୍ନାତୁର ସୁଷୁପ୍ତି ରେ ସତେ
ଭୁଲିଗଲ ତୁମେ ଆମ ଅନେକ ଅଭୁଲା କଥା,
କଲେଜର କାନ୍ଥ ଗୁଡାଭି ଛଟପଟ ହାଉଥିବେ
ହେଉଥିବ ବରୁଣବନ୍ତର ଅଉ ଏକ ପତ୍ର ଝଡା
ତୁମେ ଗଲାପରେ
ପୁଣିଭି ହଉଥିବ ମହାବିନାୟକରେ ସାନ୍ଧ୍ୟ ଆରତୀ
ପୁଣି ହଜି ଯାଉଥିବ ଅନେକ ପାଦରୁ ପାଉଁଜି
ମୁଁ ଦେଖେ ଅନେକ ହଜିଲା ପାଉଁଜି ନିଜର ଅସ୍ତିତ୍ୱ ଖୋଜି ବୁଲନ୍ତି
ଯେମିତି ତୁମେ, ମୁଁ, ଅଉ ବରୁଣବନ୍ତ ର ଶେଷ ପତ୍ର ଗୁଡା

ପାଉଁଜି ଗୁଡ଼ାଙ୍କର ବୋଧେ ହଜି ଯିବାର ଥାଏ
ବାଟ ଖୋଜୁ ଖୋଜୁ କାଇଁ କେମିତି ଥକି ଯିବାକୁ ହୁଏ
ମତେ ଲାଗେ ତୁମକୁ ଭି ମୋର ଅଭୁଲା ସ୍ମୃତିକୁ ଭୁଲିବାକୁ ହୁଏ
ଏମିତି ଅନେକ କିଛି ହୁଏ
ତୁମେ ଚାହଁନି ଫେରି ଆସିବାକୁ, ମୁଁ ଚାହନେନି ଖୋଜି ଆଣିବାକୁ
ଜୀବନରେ ବୋଧେ ଅନେକ ଅଜଣା ବାଟରେ ବାଟବଣା ହବାକୁ ହୁଏ .

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top