କବିତା

ପ୍ରତାରଣା

Rajsoubhagini Kar's odia poem Pratarana

ଏଇଟା ହିଁ ସୃଷ୍ଟିର ନିୟମ,
ସ୍ଵୟଂ ଉଦାହରଣ ରାଧାକୃଷ୍ଣଙ୍କ ପ୍ରେମ ।

ପ୍ରେମର ଅଦେଖା ରୂପ ପ୍ରତାରଣା !
ଯାହା କେବଳ ପ୍ରେମ କରିଥିବା ମଣିଷଟିଏ ଜାଣିଥାଏ ।
ଯେମିତି ସୁଖ ସହ ଦୁଃଖର ମିଳନ,
ହସ ସହ ଲୁହ ଜଡ଼ିତ,
ସେମିତି ହିଁ ପ୍ରତାରଣରେ ଭରପୁର ପ୍ରେମର ସହର ।

ଯୋଉଠି ଶୋଷ ମେଣ୍ଟିବନି ଜାଣିବି,
ମରୀଚିକା ପଛରେ ଧାଇଁ ଥାଏ ମଣିଷ ।
ହାତକୁ କଣ୍ଟାର ଆଘାତ ମିଳିବ ଜାଣିବି,
ଗୋଲାପକୁ ଛୁଇଁବାର ଅଜସ୍ର ଆଶା ।

ଭଲ ପାଇବାର ପ୍ରତିରୂପ ସାଜି ହେଇଥିବା ମଣିଷ ହିଁ,
ଅଧା ବାଟରେ ହାତ ଛାଡ଼ି ଦେଇ ଚାଲି ଯାଏ ।
ନିଦ ଭାଙ୍ଗିଯିବା ଆଗରୁ ସ୍ୱପ୍ନ ଭାଙ୍ଗିଯିବା ଜାଣିବି,
ଆଖି ସେଇ ଅବାସ୍ତବ ଦୁନିଆରେ ହଜିବା ପାଇଁ ଭଲ ପାଏ ।

ଯାହାକୁ ନେଇ ହସିବା ଆରମ୍ଭ କରିବସିଥିଲି,
ସେଇ ମଣିଷଟି ସବୁଠାରୁ ଅଧିକ କନ୍ଦେଇ ଦିଏ ।

ଆକାଶରେ ବୁଲୁ ଥିବା ଛୋଟ ଛୋଟ ବାଦଲ ଖଣ୍ଡ ,
ଆଖିକି କେଡେ ସୁନ୍ଦର ଦିଶେ ।
ସେଇ ବାଦଲ ଖଣ୍ଡ ,
ବର୍ଷା ହେଇ ବରଷିବା ପରେ,
ସେଥିରେ ଭିଜିବା ପାଇଁ କିଛି ବହୁତ୍ ପସନ୍ଦ କରନ୍ତି ,
ହେଲେ ଆଉ କିଛି ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟ ଖୋଜନ୍ତି ।
ସେଇ ବରଷା କାହାକୁ ଖୁସି କରାଇ ତ କାହା ଠାରୁ ଖୁସି ଛଡେଇ ନିଏ ।

ଏଇଟା କ’ଣ ବର୍ଷାର ପ୍ରତାରଣା ନୁହେଁ କି ?
ସେଇ ଦୁଃଖି ଦରଦି ମଣିଷଟି ପାଇଁ ।
ଏଇଟା ହିଁ ସୃଷ୍ଟିର ନିୟମ,
ସ୍ଵୟଂ ଉଦାହରଣ ରାଧାକୃଷ୍ଣଙ୍କ ପ୍ରେମ ।

ଏଇଟା କ’ଣ ସତ ପ୍ରେମ ?
ଯାହାର ସମାପ୍ତି ଦୁଇଟି ମନ ଆଉ ଆତ୍ମାର ମିଳନ ନୁହେଁ ।

ଦୁନିଆ ଏହାକୁ କ’ଣ ଭଲ ପାଇବା କୁହେ,
ଯୋଉଠି ଜଣା ଥାଏ,
ସେ ମୋର ନୁହେଁ,
ତଥାପି ତା ପାଇଁ ହସର ଲହରୀ,
ଲୁହର ପ୍ରତିଟି ବିନ୍ଦୁ ।

କେତେ କେତେ ଦିନ ଉପବାସ,
ପୁଣି କେତେ ରାତି ଯେ ଅନିଦ୍ରା ।
ଏଇଟା କ’ଣ ପ୍ରେମ ?
ନା, ସେଇ ପ୍ରେମ ପଛରେ ଥିବା
ପ୍ରତାରଣାର ଚେହେରା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top