“ ଆରେ ବିଶ୍ଵନାଥ, ତୋ ବଡ ଝିଅ ବିଦ୍ୟା ପାଇଁ ଆଉ କିଛି ବ୍ୟବସ୍ତା କରୁଛୁ ନା ନାହିଁ ? ଏମିତି ହାତଗୋଡ ଯୋଡି ଘରେ ବସିଗଲେ କଣ ଚଳିବ ? କିଛି ଗୋଟେ କରନା ? ଅଇଠୁଁ ଜେଜେଙ୍କ କଥାରେ ବାପା କେତେ ସମୟ ଗୁମ୍ମାରି ବସିଗଲେ । ତାପରେ ମୁଣ୍ଡ ଉପରକୁ ଉଠେଇ କହିଲେ, ଆପଣ ବର ହୋଇ ଆସୁ ନାହାଁନ୍ତି ଦାଦା ! ମୁଁ ବାହା ବେଦି ଯୋଗାଡ କରୁଚି ?”
ଠୋ ଠୋ ହସରେ ଆମ ଦାଣ୍ଡ ଦୁଆରକୁ ଶବ୍ଦାୟିତ କରି ଦେଲେ ଜେଜେ । ବାପା ଏଥର ସିରିୟସ୍ରେ କହିଲେ, “ ହାତ ଗୋଡ ଯୋଡି ନବସି ମୁଁ ଆଉ କଣ କରିବି ଦାଦା ! ଆଖ୍ ପାଇଲା ଯାକେ ନିଜ ପର, ଦୂରପାଖ ଚିହ୍ନାଜଣା ଯେତେ ଅଛନ୍ତି କେହିଜଣେ ଦେଖୁଲି ନାହିଁ ହୃଦୟବାନ୍ ଯେ ବିଦ୍ୟା ପରି ଝିଅକୁ ନେଇ ସଂସାର ବାନ୍ଧିବାର ମନଟେ ରଖୁଛି । ମୋର କଣ ପଚାଫଳ ନା ପଥର ବୋଝ ହୋଇଚି ଯେ କାହା ଘରେ ନେଇ ପୂରେଇ ଦେଇ ଆସିବି ? ତାଛଡା ବିଦ୍ୟା ଝିଅଟେ ବୋଲି ତାର ମନ, ରୁଚି, ପସନ୍ଦ ବୋଲି କିଛି ନାହିଁ ? ତା ପସନ୍ଦ ଉପରେ ଦିନେ ମୋର ପିତୃତ୍ୱ ଜାହିରି କରି ମୁଁ ଯେଉଁ ଭୁଲ କରିଦେଲି, ଶତ ଅନୁତାପ କି ପଶ୍ଚାତାପ କରି ତାର ସେ ହଜେଇ ଥିବା ଦିନ ଗୁଡାକୁ ମୁଁ କଣ ଫେରାଇ ଆଣି ପାରିବି ? ଗଡିଗଲା ପାଣିକୁ ଆଉ ରୋକି ହୁଏନି ଦାଦା, ମୁଁ ବିଳମ୍ବରେ ହେଲେବି ଉଚିତ୍ ଶିକ୍ଷା ପାଇଛି ।
ଏତିକି କାହା କଥାରେ ନୁହେଁ । ଝିଅର ପସନ୍ଦ ନା ପସନ୍ଦ ବୁଝି ଅବଶିଷ୍ଟ କାମ ଯାହା ମୁଁ କରିବି । ସାହି ପଡିଶା ହୁଅନ୍ତୁ କି ବନ୍ଧୁ ବାନ୍ଧବ ଯିଏ ହୁଅନ୍ତୁ ମୁଁ ଏଣିକି କାହା କଥା ଶୁଣିବି ନାହିଁ | ଘରୁ ମୋ ପିଲାଙ୍କ ଠାରୁ ଶୁଣିବି, ତାଙ୍କ ଇଚ୍ଛାନୁଯାୟୀ ସବୁ କରିବି । ଦାଦା ଆପଣ ଚିନ୍ତା କରି ପାରିବେ ନାହିଁ ବିଦ୍ୟା ପାଇଁ ମୁଁ କେତେ କଷ୍ଟ ପାଉଛି । ”
ବାପା କଥା କହିଲା ବେଳେ ଉତ୍ତେଜିତ ହୋଇ ପଡ଼ୁଥିଲେ । ଅଇଁଠୁ ଜେଜେ ବାପାଙ୍କ କାନ୍ଧରେ ହାତ ପକେଇ କହିଲେ, ତୁ ଏତେ ଅଧୈର୍ଯ୍ୟ ହ’ନା | ଯାହା ଈଶ୍ୱରଙ୍କର ଇଚ୍ଛାଥିଲା ତାହା ହେଇଗଲା । ତା ବର ତା କନିଆଁ ସିଏ ନୁହଁନ୍ତି । ଠିକ୍ ସମୟରେ ଆସିଲେ ବିଦ୍ୟା ପାଇଁ ଠିକ୍ ପିଲା ମିଳିବ। ଈଶ୍ୱର ଉପରେ ଭରସା ରଖ । ଆଚ୍ଛା, ମୁଁ ଆସୁଛି ବିଶ୍ୱନାଥ | ”
ଜେଜେ ଗାଲିଗଲା ପରେ ମୁଁ ଚିନ୍ତା କରୁଥିଲି, ବାପା ପ୍ରକାଶ୍ୟରେ କାହାକୁ କିଛି ନ କହିଲେ ବି ଭିତରେ ଭିତରେ କେତେ କଷ୍ଟ ପାଉଛନ୍ତି । ତାଙ୍କ ମନର କଥା ଏତେ ଦିନରେ ଗାଳି ପକେଇଲେ ଜେଜେଙ୍କ ଆଗରେ ! ମୁଁ ଭାବନାକୁ ନିଜ ଭିତରେ ଲୁଚେଇ କିଛି ଜାଣିଲା ପରି ବାପାଙ୍କ ପାଖରେ ଛିଡା ହୋଇ କହିଲି, “ ବାପା, ଛକ ଜେରକ୍ସ ଦୋକାନକୁ ଟିକେ ଯାଉଛି । ମୋର ସମସ୍ତ ସାର୍ଟିଫିକେଟ୍ ଗୁଡାକୁ ଜେରକ୍ସ କରି ଆଣେ ।”
“ ଠିକ୍ ଅଛି ତୁ ଯା | ତା ହେଲେ ଚାକିରୀ କରିବାକୁ ନିଷ୍ପତ୍ତି ନେଇଛୁ ? ହେଉ ମୁଁ ବାଧା ଦେବି ନାହି । ମନା କରୁନାହିଁ । ଥରେ କିନ୍ତୁ ମୋର ବିପ୍ଳବ ସାଂଗରେ କଥାବାର୍ତ୍ତା ହେବା ଦରକାର ।” ବାପାନିଜ କାମରେ ମନ ଦେଇ ବାଡି ଆଡକୁ ଚାଲିଗଲେ । ପୁଣି ଫେରିପଡି ମୋତେ କହିଲେ, “ ମୁଁ ଯାହା ମନ ଭିତରେ ଆଶଙ୍କାକୁ ଧରି ଚାଲିଛି ତାକୁ କ୍ଲିୟର କରିବା ମୋର ଜରୁରୀ । ତୁ ନିଶ୍ଚୟ ଅନୁମାନ କରି ପାଉଥୁବୁ । ଜଣେ ବାପା ହିସାବରେ ମୋ ଝିଅର କେବଳ ନିରାପତ୍ତା ଓ ସାମାଜିକ ସ୍ଥିତି କଥାକୁ ବିଚାରରେ ରଖି କହୁ ନାହିଁ । ଏହା ଆମ ସମାଜର ଦୃଷ୍ଟିକୋଣ ଓ ମାନସିକତାକୁ ନେଇ ମୁଁ ଟିକେ ଚିନ୍ତିତ । ଏ କଥା ସତ ଯେ ଉଭୟରୁ ମୋତେ ମୁକୁଳିବାକୁ ହେବ । ଭୟ, ଆଶଙ୍କାକୁ ପଛକୁ ଠେଲିଦେଇ ଆମକୁ ଆଗକୁ ଦେଖୁବାକୁ ପଡିବ । ମୋ ସମୟ ପରେ ତମ ମାନଙ୍କ ପାଇଁ ଯେଉଁ ସମୟ ଆସୁଚି ତାକୁ ସାହାସର ସହ ମୁକାବିଲା କରିବାକୁ ରକ୍ଷଣ ଶୀଳତା ହି ବାଧକ ହୁଏ । ମୁଁ ଜାଣେ, ତେଣୁ ମୁଁ ତୋ ସାଥିରେ ଏବେ ଠୁ ଅଛିରେ ମା, ଯା ବିପ୍ଲବଙ୍କୁ ଫୋନ କରି କହ, ସେ ଆସି ଥରେ ମୋ ସାଥିରେ କଥା ହୁଅନ୍ତୁ |”
ମୋ ମନ ଓ ମୁହଁ ଆନନ୍ଦରେ ଉଛୁଳି ପଡିଲା । କିଛି ଭୁଲ ପରେ ଯେ ଠିକ୍ ବାଟଟା ଦିଶେ ଏହା ମୋ ବାପା ବୁଝି ପାରିଛନ୍ତି, ଏତିକି ଯଥେଷ୍ଟ ।
ତମେ ଜାଣିନ ବାପା ସବୁ ଝିଅଙ୍କ ଆଗରେ ସେମାନଙ୍କର ବାପା ହେଉଛନ୍ତି ଶେଷ ଓ ଜଣେ ହୀରୋ ମଡେଲ ଆଉ ଆଦର୍ଶ । ତମର ଏ ପରିବର୍ତ୍ତନରେ ମୁଁ ଯେ ମୋର ଠିକ୍ ବାଟ ଧରି ପାରିବି, ଏଥୁରେ ମୁଁ ଦୃଢ ନିଶ୍ଚିତ |
ବିଦ୍ୟା ଭାବି ଗଲିଥୁଲା ଆଗକୁ ଆଉରି ଆଗକୁ ।
“କୁଆଡେ ଯାଉଛୁ ବିଦ୍ୟା ? ଏତେ ତରତରରେ ?’ ପଛକୁ ଫେରି ଚାହିଁଲା ବିଦ୍ୟା । ଗଲା, ଆଜି ସବୁକାମ ବିଗିଡିଗଲା | କାଳଗ୍ରହ କେଉଁଠି କାର | ନିଜ ବିରକ୍ତିକୁ ମନ ଭିତରେ ଚାପି ପଚାରିଲା, “ କଣ ? ମୋ ପାଖରେ କିଛି କାମ ଥିଲା ନା କଣ? ମୁଁ ମୋ କାମରେ ଆସିଛି | ସେକଥା କେବେ ତୋ ମୁଣ୍ଡରେ ଧରିବ ନାହିଁ ।
‘ହଁ ବା ତୋ କଥା କି ତମ ଘରର କଥାରେ ଆମେ ଭାଗୀଦାର ହେବାର ଯୋଗ୍ୟତା କେଉଁଠି ଅଛିଯେ ହ କହୁଥିଲି କଣକି କଣ ଏମିତି ଜୀବନଟାକୁ ନଷ୍ଟ କରିଦେବୁ ? ଆଉଥରେ
ଚେଷ୍ଟା କରିବା କଥା କି ନା ?”
“କୁଣିଆକୁ କାନ୍ଥ ଭାରା କାହିକି ? କଣ ଆଗକୁ ହବ ନ ହବ ତ ଜାଣିନି । କିଛି ହେଲେ ତତେ ଆଗ ଲଡ଼ୁ ଖାଇବା ପାଇଁ ନିମନ୍ତ୍ରଣ ଦେବି ହେଲା ? ଏବେ ମୋ ଆଗରୁ ଯାଆ’। ବିଦ୍ୟା ଥରୁଟିଏ ପ୍ରତାପ କୁ ନଚାହିଁ ଆଗକୁ ଗଲିଗଲା ।
ବାପା ଯାହା କହୁଥିଲେ ଅକ୍ଷରେ ଅକ୍ଷରେ ସତ୍ୟ । ଏମାନେ କାହାର ସୁଖ ଦେଖିଲେ ସହି ପାରନ୍ତି ନାହିଁ । ମାତ୍ର ଦୁଃଖ ଯା ଜାଣିବା କ୍ଷଣି ସମାଧାନ ବା ଉଦ୍ଧାର କରିବାର ବାହାନା ଧରି
ଆଉଜି ଆସନ୍ତି ଜଣେ ସଚ୍ଚା ୱେଲଉଇସର ପରି । ଟିକକରେ ନାକରେ କାଠ ପୁରେଇ ହସନ୍ତି ଯେମିତି, ଆହା ଚୁ ଚୁ କରି ସମବେଦନା ଆଳରେ କଟା ଘାଆରେ ଚୁନ ଦିଅନ୍ତି ସେମିତି ।
ପ୍ରତାପ ଏକା ଗାଆଁର ପିଲା । ଜଣେ ନାଷ୍ଟି ପଲ୍ଟିସିଆନ ର ବଡଚେଲା । ଖରାପ ଛଡା ଭଲକଥା ଚିନ୍ତା କରିବା ତାଜାତି ଜନମରେ ନାହିଁ । ତାର ଆଉ ଶୋଭନଙ୍କର ଭଲପାଇବା ସଂପର୍କକୁ ନେଇ ଏଇତ ଆ’ ତା’ ପିଣ୍ଢାରେ ବସି କୁତ୍ସିତ ଆଲୋଚନା କରି ଗୋଟେ ବଦନାମର ବାତାବରଣ ତିଆରି କରିଥିଲା । ବାପାଙ୍କୁ ତା ଅନୁପସ୍ଥିତିରେ ନାନା କଟୁ ମନ୍ତବ୍ୟ ଶୋଭନଙ୍କ ବିରୋଧରେ କହି ବିଷାକ୍ତ କରି ଦେଇଥିଲା ପରିବାରର ମହଲକୁ ! ଶୋଭନଙ୍କ ସାଙ୍ଗରେ ପଢୁଥୁଲା । ବିଭିନ୍ନ ବଦ୍ମାସି କରି ଏକଝିଅ ସହ ଦୁଷ୍କର୍ମ କେଶ୍ରେ ଫସିଗଲା । କଲେଜରୁ ରଷ୍ଟିକେଟେଡ୍ ହୋଇ ଶେଷରେ ରାଜନୀତିରେ ଚାମଚାଙ୍କ ଚେଲା ପାଲଟିଛି ।
କ୍ରୋଧରେ ବିଦ୍ୟାର ମୁହଁ ସ୍ଵାଭାବିକ ସୁନ୍ଦରଠୁ ଅସୁନ୍ଦର ଦେଖାଯାଉ ଥିଲା । ଛକ ଆଡକୁ ମୁହାଁଇଲା ସେ । ପ୍ରତାପ ସେମିତି ଛିଡା ହୋଇଥିଲା ତା ଯିବା ବାଟକୁ ଛାଡିଦେଇ । ସାର୍ଟିଫିକେଟ ସବୁ ଜେରକ୍ସ କରୁଥିଲା ବେଳେ ନିଜ ସାର୍ଟିଫିକେଟ ଦେଖି ପୁଲକିତ ହୋଇଯାଇଥଲା ବିଦ୍ୟା। ସ୍କୁଲ ଜୀବନ ଠୁଁ କଲେଜ ଯାଏ ତାର କେତେ ସ୍ମରଣୀୟ ସ୍କୃତି, ମନଭିତରକୁ ଆସି ତାକୁ ଖୁସି କରିଦେଇଥିଲା । କେତେ ଫୁର୍ତ୍ତି ଆଉ ସ୍ମୃତିରେ କଟୁଥିଲା ତା ପିଛିଲା ଦିନ ଗୁଡାକ ! ସାଙ୍ଗସାଥୀ, କ୍ୟାଣ୍ଟିନ୍ରେ ସାଙ୍ଗଝିଅମାନଙ୍କ ସହ ଦହିବରା, ଚାଟ୍, ଆଉ ଗୁପ୍ଚୁପ୍ ଖାଇବାର ମଜା, ପୁଅଝିଅ ମିଶି ପିକ୍ନିକ୍ ଯବାର ଅଭୁଲା ସ୍ମୃତି ସବୁ ତା ସାମ୍ନାକୁ ଚାଲି ଆସୁଥିଲା। ଶୋଭନଙ୍କ ସହ ନିର୍ଦ୍ଦିଷ୍ଟ ଟପିକ୍ କୁ ନେଇ ତର୍କ ବିତର୍କ କରିବା, ଶେଷରେ ନିଜର ଜିତାପଟ ହେଲେ ଶୋଭନଙ୍କଠୁ କ୍ୟାଣ୍ଟିନ୍ରୁ କଫି, କାଡବରିଜ୍ ହାତେଇବା ସବୁ ସ୍ମୃତି ଲୁହରେ ଛଳଛଳ ହୋଇ ଯାଉଥୁଲା । ଏବେ ତ ସବୁ କରଛଡା । ନିଜଦୀର୍ଘ ଶ୍ଵାସ ହି ନିଜର ନିଜ ଲୁହ ନିଜର। ସମୟ ତା ଇଚ୍ଛାରେ ଏବେ କେବଳ ଗୋଟେ ଲକ୍ଷ୍ୟହୀନ ଜୀବନକୁ ଗଡେଇ ନେଉଚି | ହାତକୁ ଆସିଥିବା ଅନେକ ଖୁସୀ ଆଉ ଆନନ୍ଦର ମୂହୁର୍ତ୍ତ ଏବେ ସ୍ଵପ୍ନ ହୋଇ ରହିଛି । ଖସି ଯାଇଛି ତା ହାତମୁଠାରୁ ଅନେକ ଦୁର୍ଲଭ ମୁହୂର୍ତ୍ତ। ମଣିଷ ପାଞ୍ଚେ ଗୋଟେ ପ୍ରକାର, ଈଶ୍ୱର ଧରାଇ ଦିଅନ୍ତି ଆଉ ଗୋଟେ ପ୍ରକାର । ବିବଶ ମଣିଷ କେବଳ ଭାଗ୍ୟର ଦ୍ଵାହି ଦେଇ ମନକୁ ବୁଝେଇ ଆଗକୁ ପାଦଉଠାଏ, ଆଉବଞ୍ଚେ ।
– ତା’ପରେ –