କବିତା

ରୂପସୀ ମୋ ପ୍ରୀୟସୀ

Ritindra Panda's odia poem Roopasee Mo Preeyasee

ପ୍ରୀୟସୀ ମୋ ଯାଇଥିଲା ଆସି
ଅଧା ଲେଖା କବିତାଟିକୁ ଶୁଣିଲା ପରେ ମୋ
ଉପରେ ଦେଇଥିଲା ହସି

ରୂପସୀ ମୋ ପ୍ରୀୟସୀ

ପ୍ରିୟସୀ ର ପ୍ରତୀକ୍ଷାରେ ଥିଲି ବାଲୁକା ବେଳାରେ ବସି
ବାଦଲ ଉହାଡୁ ଉଙ୍କି ଉଙ୍କି ଉପହାସ କରି ମୋତେ
ମୁରୁକି ମୁରୁକି ହସୁଥଲା ସେ ଅଲାଜୁକି ଶଶୀ
ମୋ ପ୍ରୀୟସୀ ମୋ ଉପରେ ଅଭିମାନେ ଯାଇଛି କି ଋଷି
ନ ଆସିବାର କାରଣ ଏମିତି କେତେ କଥା ଭାବି ଭାବି
ନିଜକୁ ମଣୁଥାଏ ଦୋଷୀ
ବେଳାଭୂଇଁ ର ନିର୍ଜନତା ଓ ମୋର ନିସଙ୍ଗତା
ବଢ଼ୁଥାଏ ବେଶୀ
ବିରହ ଓ ପ୍ରଣୟ ର କବିତା ଟେ ଆସୁଥାଏ ହୃଦ
ସାଗର ରୁ ଭାସି
କୂଳରେ ନଲାଗୁ, ପଛରୁ ପାଦ ଚିପି ଚିପି
ପ୍ରୀୟସୀ ମୋ ଯାଇଥିଲା ଆସି
ଅଧା ଲେଖା କବିତାଟିକୁ ଶୁଣିଲା ପରେ ମୋ
ଉପରେ ଦେଇଥିଲା ହସି
ନିରିଖି ଥାଏ ମୁଁ ତା ମୁହଁ ର ସେ ଲାଜ ଭିଜା ସେ ଖୁସି
କେଶ ତାର ଅବାଧ୍ୟ ବଜାରି ପବନ ସଙ୍ଗେ ମିଶି
କଥା ଆଳ ରେ ଆମେ ଦୁହେଁ ଦୁହିଙ୍କର ହୋଇଥିଲୁ ବଶୀ
ସମୟ ଈଶାରା ରେ କିଛି କଥା ଅଧା ରଖି ମେଲାଣି
ମାଗିନେଲା ରୂପସୀ ମୋ ପ୍ରିୟସୀ ।।

* ସରଳତା ରୁ ସୁନ୍ଦରତା ର ସୁଅ ଛୁଟେ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top