ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ବିଦ୍ୟା ମାଆ, ମତେ ଆଜି ପିଲାମାନଙ୍କ ପାଖରେ ଖାଇବାକୁ ଦେବ । ସମସ୍ତେ ଆଜି ସାଂଗ ହୋଇ ଖାଇବା ।

ତନ୍ମୟ ତପସ୍ୟା

ପୂର୍ବରୁ

ଆଜି ବିଶ୍ଵନାଥ ମହାନ୍ତି ଘରେ ଭିନ୍ନ ଧରଣର ଗହଳ ଚହଳ । ବଡ ଝିଅ ବିଦ୍ୟା ଭୁବନେଶ୍ଵରରୁ, ରାଜ୍‌ ରାଉର୍‌କେଲାରୁ ଆଉ ପ୍ରଥମ ଥର ପାଇଁ ଆରାଧ୍ୟା ତା ଜ୍ୱାଇଁ ସାଂଗରେ ଆସିଛି କଟକରୁ ।

ବିଶ୍ଵନାଥ ବାବୁ ଗମ୍ଭୀର ସ୍ଵବଭାବର ଲୋକ ବଦରାଗି, ଏକ ଜିଦିଆ ବି । ଏକଥା ପରିବାର, ପାଖ ଲୋକ, ସାହି ପଡିଶା ଜାଣନ୍ତି । ମାତ୍ର ଆଜି ଏ ସ୍ଵଭାବ ତାଙ୍କ ଭିତରେ କିଛି ଅଛି ବୋଲି ଆଦୌ ଜଣା ପଡୁନାହିଁ । ବିଶ୍ଵନାଥ ବାବୁଙ୍କ ପାଦ ଆନନ୍ଦରେ ମାଟିରେ ଲାଗୁନାହିଁ । ସକାଳୁ ସକାଳୁ ବିଦ୍ୟାଧରକୁ ଡକାଇ ପୋଖରୀରେ ଜାଲ ପକାଇ ଖାଲି ବଡମାଛ ଧରୁଛନ୍ତି । ବାଡିରୁ ବୁଲି ବୁଲି ପାଚିଲା ପିଜୁଳି ତୋଳି ଗାମୁଛାରେ ବାନ୍ଧି ରଖୁଛନ୍ତି । ତାଙ୍କ ପିଲାମାନେ ଖାଇବେ । ବାଛି ବାଛି କମଳା ଚାରି ଛଅଟା ତୋଳି ଆଣିଛନ୍ତି । ବଡମାଛ ସିନା ଗରମ ମସଲା ଦେଇ ହେବ । ଛୋଟ ମାଛକୁ କମଳା ରସ ଦେଇ ବେଶର କରିବେ ଘରେ ।

ଜ୍ୱାଇଁ କୁଣିଆ ପ୍ରଥମ କରି ଶଶୁର ଘରକୁ ଆସିଛନ୍ତି । ବାହାଘର ଦେଢବର୍ଷ ପରେ ତାଙ୍କ ପାଇଁ ଆଜି ସବୁ କିଛି ସ୍ପେଶାଲ । ମନକୁ ମନକହି ହସି ଦେଉଥୁଲେ ବିଶ୍ଵନାଥ ।

ରାଜ୍‌ ବି ପ୍ରାୟ ବର୍ଷକ ପରେ ଆସିଛି । ତେଣୁ ତା ଦେହରେ ଡେଣା ଯୋଡାଏ କିଏ ଯେମିତି ଲଗାଇ ଦେଇଛି । ଗାଆଁଟା ସାରା ବୁଲିଆସିଲାଣି । ପିଲା ଦିନର ସାଙ୍ଗ, ସାହି ପଡିଶାର ବଡବୋଉ ବଡବାପା, ଦାଦାଖୁଡି, ଭାଉଜ ମାନଙ୍କୁ ନମସ୍କାର କରି ଦେଖା କରି ପାଖକୁ ଦେଖି ପୋଖରୀରେ ଥିବା ସବୁଠାରୁ ବଡ ଭାକୁରଟା ଆଜି ଧରା ପଡିଲା । ଯା ଦେଖୁବୁ ଯାଆ । କାହିଁ ମାଆ ? ଦେଖେ, ମାଛ’ଟା ମୁଁ କାଟିପାରିବି କି ନା | ନଇଲେ ବାପାଙ୍କୁ ଡାକିବି । ମାଛକୁ ଦେଖି ଖୁସିରେ ହାଉଳି ଖାଇଲା ବିଦ୍ୟା । ତା ପାଟି ଶୁଣି ଦାଣ୍ଡ ଘର ଖଟ ଉପରେ ଚେସ୍‌ ଖେଳୁଥିଲେ ରାଜ୍‌ ଓ ଅମିତ୍‌ । ସେମାନେ କଣ ହେଲା ବୋଲି ଦଉଡି ଆସିଲେ ।

ଆରାଧ୍ୟା ଦଉଡି ଆସିଲା ବିଦ୍ୟାର ଶୋଇବା ଘରୁ । ଏତେ ବଡ ଜିଅନ୍ତା ମାଛଟେ ! ରୋଷେଇଘର ଦୁଆର ମୁହଁରେ ଛୋଟ କାଟର ଯାତ୍ରା ଯେମିତି । ଦୁରରୁ ଥାଇ ପିଲାଙ୍କ ଖୁସୀରେ ମୁଚୁମୁଚୁ ହସୁଥାନ୍ତି ବିଶ୍ଵନାଥ ।

ବାପା ପାଖକୁ ଆସିଲେ । ପିଲାମାନେ ସହମି ଗଲେ । ଗାମୁଛାରେ ବାନ୍ଧି ଆଣିଥିବା ପାଚିଲାପିଜୁଳି ସମସ୍ତଙ୍କୁ ଦୁଇ ତିନୋଟି କରି ଦେଲେ । ସବୁଠୁଁ ବଡ ପାଚିଲା ପିଜୁଳି ୩ଟା ବାମ ହାତରେ ଧରି ପଛ ଆଡେ ଲୁଚାଇ ଧରି ଥିଲେ । ବିଦ୍ୟା ଉପରେ ନଜର ପଡିଗଲା, ତା ହାତକୁ ବଢାଇ ଦେଲେ ।

ଆରାଧ୍ୟା ମୁହଁ ଫୁଲେଇ ଆସୁଥିଲା । ଅମିତ୍‌ ଆଖିରେ ଠାରି ବାରଣ କଲା । ବିଦ୍ୟା ତା ପିଜୁଳିରୁ ଗୋଟେ ତା ମାଆକୁ ଆଉ ଗୋଟେ ତା ବାପାକୁ ଜବରଦସ୍ତ ଖୁଆଇଲା ।

ବାପା ଆଖିରୁ ଆରାଧ୍ୟାର ମୁହଁ ଫୁଲାଇବା ବାଦ ପଡିନଥିଲା । ସେ ଆରାଧ୍ୟାକୁ ତାଙ୍କ ପାଖକୁ ଡାକିଲେ । ଦେଖୁଲୁ ଆରାଧ୍ୟା ତମମାନଙ୍କ ଅପେକ୍ଷା କାହିକି ଗୋଟେ ବଡ ଓ ଅଧିକ ପିଜୁଳି ଦେଇଥିଲି ? ଦେଖ୍‌, ତା ପରେ ବି ତାର ପିଜୁଳି ତମମାନଙ୍କ ଠାରୁ କମ । ତଥାପି ସେ ସୁଖୀ | କାହିଁକି ତୁ କହିଲୁ ? ତା ଖୁସୀକୁ ସେ ବାଣ୍ଟିଦିଏ । ତେଣୁ କିଛି ତାର ନଥାଇବି ସମସ୍ତଙ୍କ ଠାରୁ ସେ ଅଧ୍ରକ ଖୁସୀ ।

ଆରାଧ୍ୟା ଯେ ବାପାଙ୍କ ଆଖରେ ଧରା ପଡିଯାଇଥିଲା, ଏକଥା ଜାଣି ତାକୁ ଲାଜମାଡିଲା | ସେ ଆଗ ଘର ଭିତରକୁ ପଳେଇଲା । ପରେ ପରେ ରାଜ୍‌ ଆଉ ଅମିତ୍‌ ବି । ବିଦ୍ୟା ଥାଏ ତା ମାଆ ପାଖରେ । କାମ ଓ ରୋଷେଇରେ ସେ ମାଆର ହାତ ବାଣ୍ଟବ । ମାଆଁ ଏକା କେତେ କରିବ ଯେ ? ବିଦ୍ୟା କହିଲା ମାଆ, ଆଜି ଖାଇବା ବେଳେ ତତେ ଆଉ ବାପାଙ୍କୁ ଏମିତି ଗୋଟେ ଖୁସୀ ଖବର ଶୁଣେଇବି ଯେ ତମ ମାନଙ୍କ ଆନନ୍ଦ ଶତଗୁଣିତ ହୋଇଯିବ । ତୁ ଖୁସୀରେ ପାଗଳ ହୋଇଯିବୁ । ସମସ୍ତେ ଥିବେ ତୋ ବଡ ଝିଅ ବିଦ୍ୟା ସଗର୍ବରେ କହିବ । ଅହିୟାସ ଗ୍ରାମର ବିଶ୍ଵନାଥ ମହାନ୍ତିଙ୍କ ପରିବାରକୁ ସେ ଖୁସୀ ଚହଲେଇ ଦେବ ହେଲା ? ”

ମସଲା ଯୋଗାଡ କରି ଗ୍ରାଇଣ୍ଡିଂ କଲା ବିଦ୍ୟା । ତା ମାଆ ଭାବନାରେ ଥଳକୁଳ ନଥାଏ। କି ଖବର କହିବ ବିଦ୍ୟା ? କଣ ଶୋଭନ ଫେରି ଆସିଛନ୍ତି କି ଭୁବନେଶ୍ୱରକୁ ? ସାଙ୍ଗରେ ପୁଣିବାହା ହେବାକୁ ସମ୍ମତି ଦେଇ ସାରିଛନ୍ତି କି ବିଦ୍ୟାକୁ । ନା ଆଉ କେହି ଜଣେ ବିଦ୍ୟା ଜୀବନ ପରିଧି ଭିତରକୁ ପ୍ରବେଶ କରିଛି ? ଯାହାଙ୍କ ଠି ବିଦ୍ୟାର ସମ୍ମତି ଅଛି । ହେ ପ୍ରଭୁ ‘ଦଧିବାମନ, ପ୍ରଭୁ ମଦନ ମୋହନ ତାହା ହିଁ ହୋଇଥାଉ ଠାକୁରେ । ବିଦ୍ୟାର ମନସ୍କାମନା ପୂରଣ କରି ତା ହାତରେ ଶୋଭନଙ୍କୁ ଆଣି ଧରେଇ ଦିଅ । ମୁଁ ତାଙ୍କ ହାତ ଓ୦ ଧରି ଭୁଲ ମାଗି, ସବୁ ଆମ ଆଡୁ ଭୁଲ ମାଗି ପରିସ୍ଥିତିକୁ ନିଜ ଆଡ଼ୁ ସମ୍ଭାଳି ନେବି । ପ୍ରଭୁ, ଏତିକି କୃପାକର । ଝିଅର ଗମ୍ଭୀର ମୁହଁକୁ ଦେଖି ଆଉଥରେ ପଚାରିବାକୁ ସାହାସ କରୁନଥିଲେ ବି, ଇଚ୍ଛା ତ ହେଉନଥୁଲା ପ୍ରାଇମେରୀ ଝିଅପରି ବିଦ୍ୟାର କାନ ଧରି ତାଠୁଁ କଥା ଆଦାୟ କରି ନିଅନ୍ତେ । ମାତ୍ର ସେ ତ ବୁଦ୍ଧିରେ, ଶିକ୍ଷାରେ ଦକ୍ଷତାରେ ଓ ବ୍ୟଲ୍ଜିତ୍ବରେ ଆଉ ସ୍ମ୍ରିରତା ବି ଏତେ ବଡଯେ ତାଙ୍କୁ ଅପେକ୍ଷା କରିବାକୁ ପଡିବ । ଯେତେ ମନରେ ଅସ୍ଥିରତା, ବିଦ୍ୟା କାହୁଁ ଜାଣିବ ଗୋଟେ ମାଆ ମନ ତଳର କଥା ? ଖାଇବାରେ ପରମ୍ପରା ଏ ପରିବାରରେ ଟିକେ ଭିନ୍ନ । ପ୍ରଥମେ ବାପା ଏକୁଟିଆ ତାଙ୍କ ବେଡ୍‌ ରୁମ୍‌ରେ ଖାଆନ୍ତି । ପିଲାମାନେ ରୋଷେଇ ଘର ପାଖ ଅଗଣାରେ ଏକାଠି ଖାଆନ୍ତି । ପିଲାଙ୍କ ଜୁଲମ ତୁଟାଇ ପଛରେ କିଏ କଣ ନେବ, ପରଶି ସାରିଲାପରେ ମାଆ ସେଇ ପିଲାଙ୍କ ପାଖରେ ବସିଖାଏ । ସେ ଯାଏ କିଂତୁ ବିଦ୍ୟା ନଖାଇ ଅପେକ୍ଷା କରିଥାଏ । ମାଆ ଆସିଲେ ସେ ସାଙ୍ଗରେ ଖାଇବ । ଚାକିରୀ ବେଳେ ବାପା ଆଗ ଖାଇ ଅଫିସ୍‌ ପଳାନ୍ତି । ପିଲାମାନେ କିଏ କେତେବେଳେ ଖାଇ ସ୍କୁଲ, କଲେଜ ଯାଆନ୍ତି ତାର କିଛି ଠିକ୍‌ ଠିକଣା ନଥାଏ । ହାତରେ ଟ୍ରେ ଧରି କିଏ ଠିଆଠିଆ ଖାଇଦିଏ । ରାଜ୍‌କୁ ମାଟ୍ରିକ୍‌ ଯାଏ ଡାଲିଭାତ ଗୋଳେଇ ମାଆ ଖୁଆଏ । ମାଆ କାନିରେ ସେଇ ଏକା ମୁହଁ ପୋଛି ସ୍କୁଲଯାଏ । ଏମିତିକି ଆଜିକାଲି ରାଉର୍‌କେଲାରୁ ଆସିଲେ ବି ଯିବାଯାଏ ମାଆ ଖୁଆଇଦିଏ ଆଉ ମୁହଁଧୋଇ ଲୁଗା କାନିରେ ମୁହଁ ପୋଛିଥାଏ । ଏବେ କିନ୍ତୁ ଅବସ୍ଥା ଭିନ୍ନ । ମାଇଗ୍ରେସନ ବାର୍ଡ ପରି ବିଭିନ୍ନ ଆଡେ ଗକିରୀ, ପାଠ ପଢା ଓ ଆରାଧ୍ୟାର ଶାଶୁଘର ଯିବା ଆଉ ଅମିତ୍‌ ଦ୍ଵାଇଁ ହୋଇ ଘରକୁ ଆସିବା ସମସ୍ତଙ୍କ ପାଇଁ ପ୍ରଥମ । ମାଆ ପାଖେ ପାଖେ ବିଦ୍ୟା ଥାଏ । ମାଆ ପାଇଁ ଏ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ମଧ୍ୟ ପ୍ରଥମ । ବିଦ୍ୟା ବଢା ବଢିରେ ସାହାଯ୍ୟ କରୁ ଏ କଥା ମାଆ ନ କହିଲେ ବି ଗ୍ବହେଁ । ଏହି ସମୟରେ ବାପାଙ୍କ ସ୍ଵର ଶୁଭିଲା, “ ବିଦ୍ୟା ମାଆ, ମତେ ଆଜି ପିଲାମାନଙ୍କ ପାଖରେ ଖାଇବାକୁ ଦେବ । ସମସ୍ତେ ଆଜି ସାଂଗ ହୋଇ ଖାଇବା । ତମେ ଏଇ ବଡ ଅଗଣାରେ ବାଢ । ମୁଁ ପତ୍ର ପକାଇ ଦେଉଛି । ମାବିଦ୍ୟା ଭାତ ପରଶି ଦେ । ତୋ ମାଆ ତରକାରୀ ବାଢନ୍ତୁ । ଆରାଧ୍ୟା ତୁ ଦଉଡି ଯା, ପାଣି ଲେମ୍ବୁ, ଲୁଣ ଧରିଆ । ଜଲ୍ଦି ଆଣ । ଭାରି ଲୋକ ।’

କଦଳୀ ପତ୍ର ପକେଇ ଗୋଲାକାରରେ ବସିଗଲେ ସମସ୍ତେ । ବିଦ୍ୟା ଆରାଧ୍ୟାକୁ ଖାଇବାକୁ ବସେଇ ଦେଇ ମାଆ ସାଥିରେ ବଢାବଢି କରି ପରଶି ଦେଲା । ମଝିରେ ବଡ ଡିସ୍‌ରେ ମାଛ ତାଙ୍କର ଆଉ ଗୋଟେ ଡିସ୍‌ରେ ଭାତ ଚାମଚ ପଡିଲା । ଯାହାର ଦରକାର ହବ, ସେ ନିଜେ ବାଜି ନେବ । ଏଥୁରେ ବାପାଙ୍କ ତାଗିଦାରେ ମାଆ ଆଉ ବିଦ୍ୟା ବି ବସିଲା ।

ବିଦ୍ୟା ମାଂ ଓରଫ୍‌ କରୁଣା ମନେ ମନେ ଠାକୁରଙ୍କୁ ପ୍ରାର୍ଥନା କରୁଥାନ୍ତି, ବିଦ୍ୟାମନ ଜାଣିବାକୁ ଠିକ୍‌ କରିଥାଅ ଠାକୁର । ଏବେ ତ ବିଦ୍ୟା ମୁହଁ ଖୋଲ । ସମ୍ଭାଳି ପାରିଲେନି ନିଜକୁ କରୁଣା ଚାରି ଆଡକୁ ଗହିଲେ । ସମସ୍ତେ ତ ଖାଇବା ଆରମ୍ଭ କଲେଣି । କହିଲେ, ବିଦ୍ୟା ତୁ କହୁଥୁଲୁ ଖାଇଲା ବେଳେ କଣ ଖୁସୀ ଖବର ଶୁଣେଇଟୁ । ତୋ ବାପାତ ଏଠି ଅଛନ୍ତି । ଏବେ କହୁନୁ ତୋର ସଚୁ କଥାରେ ସମସ୍ତେ ରାଜି । ”

“ତୁ ଏ’କଣ କହୁଛୁ ମାଆ ? ମୋର ନୁହେଁ , ଖୁସୀ ଆମ ସମସ୍ତଙ୍କର | ଆମ ପରିବାରର ତୁ ଆଇ ହେବୁ ମା ଆଉ ବାପା ହେବେ ଅଜା । ଆଉ ଆମ ଆରାଧ୍ୟାସୁନ୍ଦରୀ ମା ହେବାକୁ ଯାଉଛି । ଏ କଣ ଆମ ସମସ୍ତଙ୍କ ପାଇଁ ଗୋଟିଏ ଭଲ ଖବର ନୁହେଁ ?” ବିଦ୍ୟା ଚୁପ୍‌ ହୋଇ ଖାଇଲା ।

ବିଶ୍ଵନାଥଙ୍କ ମୁହଁଟା ଆନନ୍ଦରେ ଚିକ୍‌ ଚିକ୍‌ କରୁଥୁଲା । ଆରାଧ୍ୟା ଆଉ ଅମିତ୍‌ ଲାଜରେ ତଳକୁ ମୁଁହ ପୋତି ଚୁପ୍‌ ଚାପ୍‌ ଖାଉଥୁଲେ । କରୁଣାଙ୍କ ମୁହଁରେ ଏତେ ଖୁସୀ ଜଣା ପଡୁନଥିଲା । ତଥାପି ଝିଅ ଜ୍ୱାଇଁଙ୍କ ଖୁସି ପାଇଁ କହିଲେ, “ ଏତେ ବଡ ଭାଗ୍ୟର କଥା ଆମପାଇଁ | ତୁ ଏତେବେଳେ ଯାଏ ଆମକୁ ନକହି କଥାଟାକୁ ଲୁଚେଇ ରଖୁଥୁଲୁ ।

ବାପା କହିଲେ, “ଏଇ ଶୁଭବେଳ ଅପେକ୍ଷାରେ ତ ଥିଲା ମାଆ ମୋର | ଖୁସିରେ ଖୁସି ମିଶେଇ ବିଦ୍ୟା କେବଳ ଏପରି ଶୁଭବେଳରେ ଶୁଭ ସମ୍ବାଦ ଦେଇପାରେ । ଯେମିତି ଆଜି ଆକାଶର ଚାନ୍ଦ ବିଶ୍ଵନାଥ ମହାନ୍ତି ଅଗଣାରେ କୁଢେଇ ହୋଇ ପଡିଛି ।ସମସ୍ତେ ଥିଲେ ହସ ହସ । ଖାଇବାର ମଜା ନେଉଥିଲେ ସମସ୍ତେ ତାରି ଭିତରେ ।

ଖାଉ ଖାଉ ରାଜ୍‌ କହିଲା । ଆଜି ମେନୁ ମାଆ ମୋ ଇଚ୍ଛାରେ ହେବ । ଆଜି ସଂଧ୍ୟାରେ ମୁଁ କସପା ହାଟ ଯାଇ ଖାସି ମାଂସ ଆଣିବି । ଅପା ତୁ ମାଂସ କଷା କରିବୁ । ମାଆ ବିରିଚକୁଳି କରିବ । ସମସ୍ତେ ଏମିତି ଏକାଠି ଖାଇବା ।

ବିଦ୍ୟା କହିଲା, “ ଆରେ ବୁଦୁ ଏତେ ପାଠସିନା ପଢ଼ୁଛୁ | ରନ୍ଧାଜ୍ଞାନ ଜିରୋ | ଭାତସିନା ମାଆ ରାନ୍ଧି ଦେଲା ଯେ ଆମେ ଏକାଥରେ ପରଶି ବସିଗଲେ । ତା ବୋଲି ପିଠାକଣ ଏକାଥରେ ହୋଇପାରିବ । ଗୋଟେ ପରେ ଗୋଟେ ହବ । ସବୁ ଏକାଠି ଖାଇଲା ବେଳକୁ ପିଠା ଥଣ୍ଡା ହୋଇଯିବ । ଖାଇବା ମଜା କମିଯିବ ।”

ସରି ଅପା, ମୋ ଭାବନା ବହୁତ ଆଗକୁ ଗଲିଗଲା | ମାମୁଁ ହେବା ଖୁସିରେ ମୁଁ ତୋ ଭାଷାରେ ବୁଦ୍ଦୁ ଇଡିୟଟ ହେଇଗଲି । ସମସ୍ତେ ଏକା ସାଂଗରେ ହସିଲେ । ବାପା ବି କଥାବାର୍ଭା ହସଖୁସି ଥଟ୍ଟା ମଜା ଭିତରେ ସମସ୍ତେ ଖାଇ ସାରିଲେ । ବାପା ବେଡରୁମ୍‌କୁ ଚାଲିଗଲେ । ଅମିତ୍‌କୁ ଧରି ରାଜ୍‌ ଗୀଆ କ୍ଲବ ଆଡେ ବୁଲି ବାହାରି ଗଲା । ମାଆ ସାଂଗରେ ବିଦ୍ୟା, ଆରାଧ୍ୟା ଅଇଁଠା ଗୋଟେଇ ଦେଲେ । ସାନିଟଲ୍‌ ଦେଇ ପୋଛି ନେଲେ ମାଆ । ଏଣିକି ବାସନ ମାଜିବାକୁ ଆସିବ କାମବାଲୀ । ବିଦ୍ୟା, ଆରାଧ୍ୟା ସହ କରୁଣା ବି ଗଲେ ପିଲାଙ୍କ ପାଖରେ ଟିକେ ଗଡପଡ ହେବାପାଇଁ | ପିଲାଦିନର କଥାକୁ ମନେ ପକାଇ ଆରାଧ୍ୟା କହୁଥିଲା ଖାଇବା ଭିତରେ ରାଜ୍‌ କେତେ କାନ୍ଦେ ଅପା, ତୁ କେମିତି ନଖାଇ ରାଜ୍‌କୁ ଖୋଇ ବୁଝାଉ ” ସ୍ମୃତି ଚାରଣ କରୁଥିଲେ ଦି ଭଉଣୀ ।

ହସଖୁସୀରେ ତିନିଟା ଦିନ ତିନି ମିନିଟ ଭଳି କଟିଗଲା । ସତରେ ସେଇଥିପାଇଁ କହନ୍ତି ସୁଖ ଆଉ ହସ ଆନନ୍ଦର ଦିନପାଣି ପରି ବହିଯାଏ । ଦୁଃଖର ଦିନ ପଥର ପଡି ଗଡି ଗଡି ଯାଏ । ତିନିଦିନ ଯାକ ଘରଟା ଗହଳ ଚହଳରେ ଫାଟି ପଡୁଥିଲା । ଆଜି କିନ୍ତୁ ଘରଟା ଶୁନଶାନ୍‌ ହେଇଯିବ ।

ଆଗ ଅମିତ୍‌, ଆରାଧ୍ୟା ଓ ବିଦ୍ୟା ସୋମବାର ଫାଷ୍ଟ ବସ୍‌ରେ ଯିବେ । ଆରାଧ୍ୟା ଅମିତ୍‌ କଟକରେ ଓହ୍ଲେଇ ପଡିବେ । ବିଦ୍ୟା ବି ଛାଡିବାକୁ ଯିବ ସେ ଦୁହିଁଙ୍କୁ । କଟକରୁ କିଣିନବ ମିଠାଫଳ, ମିଶର ସାଂଗକୁ ମାଆ ଦେଇଥିବା ଆରିଷା, କାକରା, ଉଖୁଡା, ଛଣାଚୁଡା ସାଂଗକୁ ମଞ୍ଜି ବାଦାମ । ଆରାଧ୍ୟା ଶାଶୁ ଶଶୁରଙ୍କୁ ବିଦ୍ୟା ଦେଖା କରି ପୁଣି ଆସିବ ବସ୍‌ଷ୍ଟାଣ୍ଡ । ସେଠୁଁ ଭୁବନେଶ୍ଵର, ତା ଅଫିସ । ସଂଧ୍ୟା ବେଳକୁ ବ୍ୟାଗ ବ୍ୟାଗେଜ୍‌ ସହ ଫେରିବ ତା ବସାକୁ |

ଆସିଲା ବେଳେ ସୁଁ ସୁଁ ହୋଇ କାନ୍ଦୁଥୁଲା ମାଆ ବାପା ଗମ୍ଭୀର ଦିଶୁଥୁଲେ । ଥମ୍‌ଥମ୍‌ ମେଘ ଘୋଟପାଟ କରି ଧରି ଓହଳିଲା ପରି । ଟିକେ ଧୈର୍ଯ୍ୟ ନ ଧରିଲେ ବାପା ବରଷି ଯିବେ ଯେମିତି ଶ୍ରାବଣର ଧାରା । ରାଜ୍‌ଟା ଆଉଜି ପଡ଼ୁଥୁଲା ତା ଅପା ଦେହକୁ । “ ଆରେ ରାଜ୍‌ , ତୁ ତ ମୋର ସାହସୀ ଭାଇଟେ । ପୁଣି ଆସିବା ଏକାଠି ଖାଇବା, ପିଇବା, ମସ୍ତ କରିବା । ନିତି ନିତ ସମସ୍ତଙ୍କୁ ପାଇଲେ କଣ ମଜା ଲାଗେ ?”

ରାଜ୍‌ ଅପାକୁ କୁଣ୍ଢେଇ କାନ୍ଦି ପକାଇଲା । କାନ୍ଦୁଥୁଲା ଆରାଧ୍ୟା । ଅମିତ୍‌ ଯେମିତି ଦୋଷୀଟେ ପରି ଦିଶୁଥୁଲା ବିଦାୟ ବେଳେ ।

ବିଶ୍ଵନାଥ ବିଦ୍ୟା ମୁଣ୍ଡରେ ହାତ ସାଉଁଳେଇ ଆଣିଲେ । ଆଖୁ ଓ ଆଉ ଛାତିକୁ ପଥର କରି ବିଦ୍ୟା ବାପା ମାଆଙ୍କ ପାଦ ଛୁଇଁ ପ୍ରଣାମ କଲା । ଅମିତ୍‌ ଆରାଧ୍ୟା ବି ଛୁଉଁ ଥିଲେ ବାପା ମାଅ ପାଦ ବାପାଙ୍କ ଆଖରେ ଲୁହ । ସେ ଲୁହ କହୁଥିଲା ଯେମିତି ମୋ ପାଇଁ ତୋର ଏତେ ବଡ ଦୁର୍ଯୋଗ ହେଲା ମାଆ । ଏ ଦୁଃଖୀ ବାପାକୁ ତୋର କ୍ଷମା କରିଦେବୁ ।”

କୁଣ୍ଢେଇ ପକାଇଲା ବିଦ୍ୟା ବାପାଙ୍କୁ । “ ବାପା, ତମେ ମୋ ହିରୋ । ମୋ ଚଲାପଥ ପାଇଁ ତମେ ମୋ ଆଦର୍ଶ ବାପା । ତମେ କାନ୍ଦିବା ଦେଖି ମୁଁ ଜମା ସହିପାରିବିନି । ମୁଁ ତ ସବୁବେଳେ ଆପଣଙ୍କ ପାଖେ ପାଖେ ଅଛି । ଆପଣ କହିବେ ତ ଚାକିରୀ ଛାଡିଦେବି । କିନ୍ତୁ ବାପା, ଘରେବସି କଣ କରିବି ? ମୋ ଲକ୍ଷ୍ୟ ପୂରଣ ହେଲେ ମୁଁ ତମ ପାଖକୁ ପୁଣି ଆସିବି । ମାଆକୁ ସମ୍ଭାଳିବେ ଆପଣ । ଆମ ଏରୁଣ୍ଡି ଡେଇଁ ଘରଭିତରକୁ ଆସିଲାଦିନୁ ସେ ଆପଣଙ୍କର ଦେହର ଛାଇ ହୋଇ ରହିଛି । ସବୁରି ଯନ୍ନ ଟିକିନିଖୂ ନେଇଛି । ତାକୁ ଆପଣ ସମ୍ଭାଳିବେ | ସବୁ ଦାୟିତ୍‌ ଆପଣଙ୍କର । ବସ୍‌ ହର୍ଣ୍ଣ ଦେଲାଣି । ଆଗରେ ରାଜ୍‌ ବ୍ୟାଗ, କ୍ୟାରିବ୍ୟାଗ୍‌ ଧରି ଚାଲିଛି ।

“ପୁଣି ଆମେ ଏକାଠି ପୋଗ୍ରାମ କରି ଆସିବୁ ମାଆ । ତୁ ଜମା ବ୍ୟସ୍ତ ହେବୁନି ତୋ ଠୁଁ ଜନ୍ମ ହୋଇ ଥିବା ପିଲାମାନେ କେଉଁ କଥାରେ ହାରିବେନି । ଏତିକି ମନରେ ରଖୁବୁ । ଜମାକିଛି ଚିନ୍ତା କରିବୁ ନାହିଁ । ଆମେ ସମସ୍ତେ ତୋ ପାଖରେ ଅଛୁ । ଗୋଟେ ଫୋନ୍‌ କଲ୍‌ରେ ଆମେ ସମସ୍ତେ ଘରେ ।” ଆଉ ଥରେ ମାଆକୁ କୋଳେଇ ନେଉଥିଲା ବିଦ୍ୟା ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top