କବିତା

ସଲାମ ବ୍ୟାଙ୍କର

Bisweswar Majhi's odia poem Salaam Byankara

ହେଉ ଜନଧନ ମୁଦ୍ରାର ଦଉଡ ଶିଶୁ କିଶୋର ତରୁଣ
ମେକ୍ ଇନ ଇଣ୍ଡିଆ ମେଡ୍ ଇନ ଇଣ୍ଡିଆ ସବୁଠି ଦର୍‌କାର ଋଣ ।

ସୈନିକଠୁ ବଡ ବୀରତ୍ୱ ସାହସ ଦେଖାଏ ସେ ବ୍ୟାଙ୍କବାଲା
ସୈନିକ ଲଢଇ ଯୁଦ୍ଧ ଲାଗିଗଲେ ବ୍ୟାଙ୍କରେ ନିତି ପାଲା ।

ହେଉ ଜନଧନ ମୁଦ୍ରାର ଦଉଡ ଶିଶୁ କିଶୋର ତରୁଣ
ମେକ୍ ଇନ ଇଣ୍ଡିଆ ମେଡ୍ ଇନ ଇଣ୍ଡିଆ ସବୁଠି ଦର୍‌କାର ଋଣ ।

ସ୍ଟାର୍ଟ ଅପ୍ ଇଣ୍ଡିଆ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ବ୍ୟାଙ୍କର କରାମତି
ଜୀବନ ଜ୍ୟୋତିର ବୀମା କାରବାର ବ୍ୟାଙ୍କ ବିନା ଦୁର୍ଗତି ।

ଅଟଳ ପେନସନ୍ ସୁକନ୍ୟା ସମୃଦ୍ଧି ଖଞ୍ଜା ଗୋଟେପରେ ଆନ
ପାଞ୍ଚଶ ହଜାର ଅମୁଦ୍ରା ଘୋଷଣା ମୋଦି ସରକାର ଶାନ୍ ।

ବ୍ୟାଙ୍କ କର୍ମଚାରୀ ଲଢେଇ କରନ୍ତି ବୀର ସୈନିକ ପରି
ଲାଇନ୍ ଲମ୍ବିଛି ଦିଗନ୍ତ ବିସ୍ତାରି ପୁଲିସ ନପାରେ ସମ୍ଭାଳି ।

ପାଞ୍ଚଶ ହଜାର ନୋଟ ଧରିକି ଜନତାଟି ହରବର
ଦୁଇ ହଜାରିଆ ନୋଟ ଦେଖିଲେ ତାକୁ ଆସିଯାଏ ଜର ।

ଠେଲା ପେଲା ହୋନ୍ତି ଝଗଡା କରନ୍ତି ଗ୍ରାହକଟି ଛାଡମାଡ
ବ୍ୟାଙ୍କର ବିଚରା ଖାଇପାରେ ନାହିଁ ଶୋଇବା କଥାତ ଛାଡ ।

ସୈନିକ ଲଢଇ ବହିଃ ଶତ୍ରୁ ସଙ୍ଗେ ହାତେ ଅଛି ଷ୍ଟେନ୍ ଗନ୍
ବ୍ୟାଙ୍କର ବାପୁଡା ଲଢେ ଭାଇ ସାଥେ କାଚ ଭାଙ୍ଗେ  ଠନ୍ ଠାନ୍ ।

ଯୋଗେଶ୍ୱର କୃଷ୍ନ କହନ୍ତି କରମ କର ଫଳ ଆଶା ଛାଡି
ନିଷ୍କାମ କରମ ଅଟେ ଶ୍ରେଷ୍ଠ ଯୋଗ ବ୍ୟାଙ୍କର ନଯାଅ ହୁଡି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top