କବିତା

ସେ

Dr Mousumi Parida's odia poem Se

ତାପମାତ୍ରା ହୋଇ କୁହୁଳେଇବାକୁ,
ନହେଲେ କୁଆପଥର ମାଡ଼ରେ କ୍ଷତାକୁ କରିବାକୁ

ସେ ଥାଏ ମୋ ସହ ସବୁଠି !!
ଗୁରୁଣ୍ଡୁ ଥାଏ ମୋ ଭିତରେ ,
ଅନାବନା ଶବ୍ଦ ଓ ଅସଂଖ୍ୟ ଖିଆଲମାନଙ୍କ ସହ !
ବ୍ୟାକୁଳିତ ହୁଏ ଓ କରାଏ ,
ହାବୁକା ପରି ଉପରକୁ ଉଠିବାକୁ ।

ମୋ ଚେତନାର ଡାଳ ଧରି ସେ ଛିଡାହୁଏ
କେବେ ସାହାରା ପାଲଟି,
ତା’ ଛାତିରେ ଆଉଜେଇ ଦେଇ
ଜହ୍ନ ଦେଖାଏ, ବାସ୍ନା ଖେଳାଏ !!
ପୁଣି କେବେ ଚରିଯାଏ ମୋ ଭିତରେ ୪୫ ଡିଗ୍ରୀ
ତାପମାତ୍ରା ହୋଇ କୁହୁଳେଇବାକୁ,
ନହେଲେ କୁଆପଥର ମାଡ଼ରେ କ୍ଷତାକୁ କରିବାକୁ
ଅନିର୍ଦ୍ଦିଷ୍ଟ ସମୟଯାଏଁ !
ଆଦରିନିଏ ମୁଁ ତା’ର ସବୁତକ ଜୁଲମ୍‌ ।

ବେଶ୍‌ ଭଲରେ ଜାଣିଛି, ତା’ ଭିତରେ ଟିକେ ବି ଷଡଯନ୍ତ୍ର
କି ଅଭିସନ୍ଧି କିଛି ବି ନଥାଏ !
ସ୍ୱଚ୍ଛ ମନରେ ସେ ଯଦି କେବେ ମୃତ୍ୟୁ ଯାଚିଦିଏ,
ସେ ବି ଜାଣିଛି, ଦ୍ୱିଧାହୀନ ଭାବେ ବରିନେବି ମୁଁ !

ତା’ ଭିତରେ ମୁଁ, ମୋ ଭିତରେ ସେ !!
ଚହଲୁଥାଏ ଜୀବନ ଏମିତି କେତେବାର |!
ମୁଁ ଖାଲି ମାପିବାର ବ୍ୟର୍ଥ ଚେଷ୍ଟାରେ
ଝୁଣ୍ଟୁ ଥାଏ ଯାହା !!!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top