ମା,
ଡାକଟି କେଡ଼େ ସୁନ୍ଦର
ସତେ ଅବା ନୁହେଁ କି ମଧୁର
ଡାକଟି ଯେପରି କୋମଳ
ଥାଏ ସେଥିରେ ସ୍ନେହ ଅନାବିଳ
ନଅ ମାସ ସେ ଶିଶୁ କୁ ଗର୍ଭରେ ଧରେ
ଛୁଆର ମୁଁହ ଦେଖିବାକୁ ସ୍ନେହରେ ମରେ
ପିଲାର ରକ୍ଷା ପାଇଁ ସେ କରେ କେତେ କଷ୍ଟ
ତାର ମଙ୍ଗଳ ଲାଗି ସଦାବେଳେ ଚେଷ୍ଟିତ
ସବୁ ବିପଦକୁ ସହିଯାଏ ମଥାପାତି
ଛୁଆ ପ୍ରତି ତାର ଚିନ୍ତା ଥାଏ ନୀତି
କେବେ ଠୁ ସେ ରହିଥାଏ ଚାହିଁ
ମା..
ଡାକଟି ଶୁଣିବା ପାଇଁ
ଶିଶୁକୁ କିଛି ବିପଦ ପଡ଼ିଲେ
କାହାକୁ ଛାଡେନି ସେ ଭଲେ
ନିଜର ଅସୁବିଧା ଅନ୍ୟକୁ ଜାଣିବାକୁ ଦିଏନି
ବାହାରେ ଖୁସିବାସି ଭିତରେ ଭାରି ଅଭିମାନୀ
ପରିବାର ଆଉ ସ୍ବାମୀର ସମ୍ମାନ କୁ ଜଗିଥାଏ
କିଛି ବିପଦ ଆସିଲେ ମୁଣ୍ଡପାତି ସହିନିଏ
ଯେତେ ଲେଖିଲେ କି କହିଲେ ବି
ସଦାବେଳେ ଅଧୁରା
ଯେତେ ହେଲେ ନାମଟି ତାର
ମା.. ପରା…
ସଭିଁଙ୍କୁ ସେ ସ୍ନେହରେ କରିଥାଏ ଗୁଣୀ,
ସେଥିପାଇଁ ଚିରକାଳ ଆମେ ତା ପାଖେ ରୁଣୀ।