ଅନ୍ଧ ମନ, ଦିଗହରା ହାତରେଖା ସାଥୀରେ
ଦେହ ମାଟି, ଆତ୍ମା ଧୂଆଁରେ ମିଶିବା ପୂର୍ବରୁ
ଅନେକ ଚେଷ୍ଟା କଲି ଭୁଲିଯିବାକୁ, ମନ ଆଇନା ପୋଛିଦେବାକୁ
ହେଲେ ସବୁ ପୁରୁଣା ଦାଗ ତ ଲିଭେଇ ପାରେନା
ପ୍ରେମ ହେଉ ବା ପ୍ରତାରଣା
ସୁଧାମୟୀର ସୁଧା ହେଉ ବା ବିଷକନ୍ୟାର ଗରଳ—ଭୁଲିବାର ନୁହେଁ କିଛି ବି
ଆଖି ବୁଜି ପିଇଛି ଯେବେ, ହିସାବ-କିତାବ ତ କରିବାକୁ ହେବ
ଋଣଗ୍ରସ୍ତ ହେବା ତ ଜାତକରେ ନାହିଁ
ପ୍ରତୀକ୍ଷା ତ ଖାଲି ଯାହା ସମୟକୁ…
