କବିତା

ତମ ବିନା ପୃଥିବୀ

Dr Nilamadhab Kar's odia poem Tama Binaa Pruthibi

ତମ ବିନା
ପୃଥିବୀକୁ ଭଲ ପାଇବାଟା
ମିଛ ମିଛ- ନା ଅଛି ହୃଦୟ, ନା ମନ
ନା କିଛି ଅନନ୍ୟ ଆତ୍ମୀୟତା
ଖାଲି ଛଳନା ଓ ଆତ୍ମ ପ୍ରବଞ୍ଚନା ।

ତମ ବିନା ପୃଥିବୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମକୁ ପାଇବି ବୋଲି
ମୁଁ ଆବୋରିଲି ସମଗ୍ର ପୃଥିବୀ
ପୃଥିବୀର ମାୟା ମୋହ
ଦୁଃଖ କଷ୍ଟ ଜଞ୍ଜାଳ ଯନ୍ତ୍ରଣା
ତମେ ପୃଥିବୀକୁ ଭଲପାଅ ବୋଲି
ମୁଁ ବି ଜଡ଼େଇଲି ତାକୁ
ଆପଣା ଛାତିରେ ।

ସମୟ ସନ୍ଧ୍ୟାରେ ଏବେ
ମୁଁ ଦେଖୁଚି ମୋ ବାହୁ ପାଶରେ
ପୃଥିବୀ ଓ ତା’ର ସାମଗ୍ରିକ ପାପପୁଣ୍ୟ
ଖାଇପିଇ ଜୀଇଁଥିବା ଜୀବନ
କିନ୍ତୁ ତମେ ନାହଁ (ସେଠି)
ତମ ବଦଳରେ କଣ୍ଟା ଝଣ୍ଟା
ଅନ୍ଧାରୁଆ ଅଙ୍କାବଙ୍କା ବାଟ ଓ ଅବାଟ
ତା’ ଭିତରେ
ମୁଁ ଗୋଟେ ଅରଣା ମଇଁଷି
ଲକ୍ଷ୍ୟହୀନ ପାହାଡ଼ି ଝରଣା ।

ତମ ବିନା
ପୃଥିବୀକୁ ଭଲ ପାଇବାଟା
ମିଛ ମିଛ- ନା ଅଛି ହୃଦୟ, ନା ମନ
ନା କିଛି ଅନନ୍ୟ ଆତ୍ମୀୟତା
ଖାଲି ଛଳନା ଓ ଆତ୍ମ ପ୍ରବଞ୍ଚନା ।

ତମ ବିନା
ପୃଥିବୀର ଚାରିଆଡୁ ଖସିଆସେ
ମୋ ଶିଥିଳ ବାହୁ- ଆଲିଙ୍ଗନ
କିନ୍ତୁ ପୃଥିବୀ ଜଡ଼େଇ ଧରେ-
ଏଣିକି ଏଣିକି
ନିବିଡ଼ରୁ ନିବିଡ଼ତର
ମୋ ପଞ୍ଜରା କାଠି କୁଟା ଭାଙ୍ଗିରୁଜି ଯିବାଯାଏ
ମୋ ନିଶ୍ୱାସ ବନ୍ଦ ହେବାଯାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top