ଅନୁବାଦ ସାହିତ୍ୟ

ଜୋସେଫ ମୈକାର୍ଥୀ – ଏକ ନିସଙ୍ଗ ଲଢେଇର ନାଁ

Er Bidyadhar Panda's Bishakta Baamapantha - Joseph McCarthy - Eka Nisangga Ladheira Naa

ସବୁ ସାପ, ବିଚ୍ଛା ବିଳିବିଳେଇ କରି ଗାତରୁ ବାହାରି ପଡିଲେ ଏବଂ ମୈକାର୍ଥୀଙ୍କୁ ଦଂଶନ କରିବାକୁ ଲାଗିଲେ ।

ଜୋସେଫ ମୈକାର୍ଥୀ – ଏକ ନିସଙ୍ଗ ଲଢେଇର ନାଁ

ଆମେରିକାରେ ବାମପନ୍ଥ ବିରୁଦ୍ଧରେ ସଂଘର୍ଷ କରିଥିବା ସମସ୍ତଙ୍କ ଭିତରେ ଜଣଙ୍କ ନାଁ ସବୁଠାରୁ ମହତ୍ୱପୂର୍ଣ୍ଣ ହେଲା ସିନେଟର ଜୋସେଫ ମୈକାର୍ଥି । ମୈକାର୍ଥି ୧୯୫୦-୫୬ ଭିତରେ ଆମେରିକାରେ କମ୍ୟୁନିଷ୍ଟ ବିରୁଦ୍ଧରେ ଲଢେଇ ଜାରିରଖିଥିଲେ । ସେ ବାମପନ୍ଥର ବିଚିତ୍ର ସହେଯାଗୀମାନଙ୍କୁ ଚିହ୍ନି ପାରିଥିଲେ ଏବଂ ଜୋର୍‌ଦେଇ କହିଲେ ଯେ ଆମେରିକି ତନ୍ତ୍ରରେ ବାମପନ୍ଥୀମାନେ ଭିତର ଗର୍ଭଗୃହରେ ପଶିଗଲେଣି । ସେ ଦାବିକଲେ ଯେ କମ୍ୟୁନିଷ୍ଟ ଆମେରିକାର ଷ୍ଟେଟ୍ବିଭାଗ, ହ୍ୱାଇଟ୍ ହାଉସ୍, ଜୁଡିସିୟାରି, ମିଡିଆ, ହଲିଉଡ୍, ବିଶ୍ୱବିଦ୍ୟାଳୟ ସହ ସିଆଇଏ ଏବଂ ପ୍ରତିରକ୍ଷାବିଭାଗରେ ମଧ୍ୟ ସିନ୍ଧି କରିସାରିଲେଣିି ।

ମୈକାର୍ଥୀଙ୍କର ଏହି ଦାବିକୁ ବହୁତଲୋକଙ୍କର ଜବରଦସ୍ତ ପ୍ରତିକ୍ରିୟା ମିଳିଲା । ସବୁ ସାପ, ବିଚ୍ଛା ବିଳିବିଳେଇ କରି ଗାତରୁ ବାହାରି ପଡିଲେ ଏବଂ ମୈକାର୍ଥୀଙ୍କୁ ଦଂଶନ କରିବାକୁ ଲାଗିଲେ । ସମସ୍ତେ ତାଙ୍କୁ ଅପଦସ୍ତ କରିବାରେ ଲାଗିପଡିଲେ । ମୈକାର୍ଥୀଙ୍କୁ ମିଛୁଆ ଏବଂ ସନ୍ଦେହି ବୋଲି ଦୁସ୍‌ପ୍ରଚାର କରାଗଲା । ସାମ୍ବାଦିକମାନେ ସ୍ୱତନ୍ତ୍ରତା ଏବଂ ସାମ୍ବିଧାନିକ ଅଧିକାର ଆଳ ଦେଖାଇବା ଆରମ୍ଭ କରିଦେଲେ, ତାଙ୍କର ଏହି ପଦକ୍ଷେପକୁ ଗଣତନ୍ତ୍ରର ପୋଲାପଣ ବୋଲି କୁହାଗଲା, ମାନେ ଆମେ ଆଜି ଯାହାପାଇଁ ଭାରତରେ ଅସହିଷ୍ଣୁତା ବୋଲି ହଲ୍ଲା ହେବାର ଶୁଣିବାକୁ ପାଉଛେ, ଏହାଠାରୁ ବହୁଗୁଣରେ ଅଧିକ ହଙ୍ଗାମା ସେତେବେଳେ ଆମେରିକାରେ ଆରମ୍ଭ ହୋଇଥିଲା ।

କିନ୍ତୁ ମୈକାର୍ଥୀଙ୍କର ନିଶ୍ଚୟ ଦୃଢ ଥିଲା । ଆଲୋଚନାକୁ ତିଳେମାତ୍ର ଖାତିର ନକରି ସେ ନିଜର ଲଢାଇ ଜାରି ରଖିଲେ । ସେ ହଜାରହଜାର କମ୍ୟୁନିଷ୍ଟ ଲୋକଙ୍କୁ ଗୋଟିଗୋଟି କରି ପଚରାଉଚରା ଆରମ୍ଭକଲେ । ପ୍ରତିରକ୍ଷା ବିଭାଗ ଏବଂ ପରମାଣୁ ଅସ୍ତ୍ରାଗାରରେ କାମ କରୁଥିବା ଅନେକ ରଷିୟ ଜାସୁସଙ୍କୁ ଧରିଲେ, ବିଶ୍ୱବିଦ୍ୟାଳୟମାନଙ୍କରେ ପଶିଥିବା ବାମପନ୍ଥୀମାନଙ୍କୁ ନାକେଦମ୍ କରିଦେଲେ । ଖବରକାଗଜର ସମ୍ପାଦକ, ହଲିଉଡ୍ ନାୟକ ନାୟିକା. ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟରତ ବାବୁ, ପୋଲିସବାବୁମାନଙ୍କ ଉପରେ ନଜର ରଖି ସମସ୍ତଙ୍କୁ ସିଧାରାସ୍ତାକୁ ଆଣିବାକୁ ଲାଗିଲେ । ଆମେରିକାର ବାମପନ୍ଥୀ ସଙ୍ଗଠନ ଗୁଡିକରେ ହାହା କାର ଖେଳିଗଲା, କେହି ବି ବଂଚି ପାରିଲେନି । ସମସ୍ତଙ୍କ ଉପରେ ଧ୍ୟାନ ରଖାଗଲା, ଏପରିକି ରାଷ୍ଟ୍ରପତି ଭବନରେ କିଛିକର୍ମିଙ୍କ ଉପରେ ନିଜେ ରାଷ୍ଟ୍ରପତି ନଜର ରଖିବାକୁ ବାଧ୍ୟହେଲେ ।

ଏହା ଅଳ୍ପକିଛି ଲୋକ ଜାଣିଥିବେ ଯେ ପରେ ରାଷ୍ଟ୍ରପତି ହୋଇଥିବା କମ୍ୟୁନିଷ୍ଟର ଘୋର ବିରୋଧି ରୋନାଲ୍ଡ ରେଗନ୍‌ଙ୍କୁ ବି ମୈକାର୍ଥୀ କମିଶନ୍ ଆଗରେ ସ୍ୱୟଂ ଆସି କୈଫୟତ ଦେବାକୁ ଡକା ଯାଇଥିଲା । ସେତେବେଳେ ରେଗନ୍ ନିଜ ବିଚାରରେ ଲିବରାଲ୍ ଏବଂ ଡେମୋକ୍ରାଟ୍ ଉଭୟମତକୁ ପ୍ରାଧାନ୍ୟ ଦେଉଥିଲେ ଏବଂ ସେହି ସମୟରେ ହଲିଉଡ୍ର ସ୍କ୍ରିନ୍ ଏକ୍ଟର୍ସ ଗିଲ୍ଡର ପ୍ରମୁଖ ଥିଲେ ।

କିନ୍ତୁ ରେଗନ୍ ଲିବରାଲ୍ ଥିଲେ ସୁଧା ଦେଶଦ୍ରୋହୀ ନଥିଲେ । ସେ ପଚରାଉଚରା କଲାବେଳେ କମିଶନ ଆଗରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଣ୍ଣୟ ନେଲେ ଏବଂ ନିଜର ସମସ୍ତ ଅନ୍ତରଙ୍ଗ କଳାକାର ବନ୍ଧୁମାନଙ୍କ ବିଷୟରେ ଦରକାରୀ ଗୋପନ ତଥ୍ୟମାନ ପ୍ରଦାନ କରିବାପାଇଁ ଆପେଆପେ ରାଜି ହୋଇଗଲେ । ସେତେବେଳେ ଏଥି ଯାଗୁଁ ରେଗନ୍ଙ୍କୁ ବି କମୁ୍ୟନିଷ୍ଟ ହରକତ ପାଇଁ ବହୁତ ଖରାପ ଲାଗିଥିବ । କିନ୍ତୁ ଯେତେବେଳେ ସେ ଏହାକୁ ନିଜର ଆଖିଖୋଲି ନୂତନ ଭାବରେ ଦେଖିବା ଆରମ୍ଭକଲେ ତାଙ୍କର ମଥା ଘୁରିଗଲା । ତାଙ୍କର ଅନେକ ସାଥି ଅବିଶ୍ୱସନିୟ ଭାବରେ କମ୍ୟୁନିଷ୍ଟ ବିଚାରଧାରାରେ ଆକ୍ରାନ୍ତହୋଇ ରୋଗଗ୍ରସ୍ତ ହେବାର ଦେଖିବାକୁ ପାଇଲେ । ସେମାନେ କେବଳ ଆମେରିକାର ଅହିତ କରିବା, ସମ୍ଭବତଃ କ୍ଷତି ଏବଂ ଦେଶ ସହ ବିଶ୍ୱାସଘାତ କରିବା ଦିଗରେ କାମ କରୁଥିଲେ । ଏହି ଅନୁଭବ ପରବର୍ତ୍ତୀ କାଳରେ ରେଗନ୍‌ଙ୍କୁ ବଦଳେଇ ଦେଲା ଏବଂ ତାଙ୍କର ରାଜନୈତିକ ଜୀବନକୁ ଏକ ନୂଆଦିଗ ଦେଲା । ଆଗକୁ ଯାଇ ରେଗନ୍‌ଙ୍କ ହୃଦୟଭିତରେ କମ୍ୟୁନିଜିମ୍ ବିରୁଦ୍ଧରେ ଏକ ବିରାଟ ରାଜନାୟକ ଜନ୍ମନେଲା ।

କିନ୍ତୁ ମୈକାର୍ଥୀଙ୍କର ରାସ୍ତା ସହଜ ନଥିଲା । ସେ କୁମ୍ଭୀର ମୁହଁରେ ହାତ ଭର୍ତ୍ତି କରିସାରିଥିଲେ । ଏତେ ବଡବଡ ପ୍ରଭାବଶାଳୀ ଶତ୍ରୁ ସୃଷ୍ଟି କରିସାରିଥିଲେ ଯେ ସେମାନଙ୍କ ସହ ଲଢିବା ଆଦୌ ସହଜ ନଥିଲା । ଆମେରିକାରେ ସେନାବାହିନିରେ କାମ କରିବା ଅନିବାର୍ଯ୍ୟ ଥିଲା । ମୈକାର୍ଥୀ ନିଜେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଲଢିଥିଲେ ଏବଂ ମେଜର ପଦ ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ । ତାଙ୍କୁ ତାଙ୍କର ନ୍ୟାୟାଧିଶ କର୍ମନିଯୁକ୍ତି ସେବାଯୋଗୁଁ ସୈନ୍ୟ ସେବାରୁ ବିରତି ମିଳିଥିଲେ ମଧ୍ୟ ମୈକାର୍ଥୀ ବିଶ୍ୱଯୁଦ୍ଧ ଲଢିବା ପାଇଁ ସ୍ୱଚ୍ଛାରେ ଆବେଦନ କରିଥିଲେ । ଯେତେବେଳେ ମୈକାର୍ଥୀ ସେନା ଓ ସିଆଇଏରେ ବାମପନ୍ଥୀମାନଙ୍କର ଉପସ୍ଥିତି ବିଷୟରେ ପ୍ରଘଟକଲେ ଏବଂ ଅନେକ ଉଚ୍ଚ ପଦାଧିକାରୀମାନଙ୍କର ସମ୍ପୃକ୍ତଥିବା କଥା ସର୍ବସମ୍ମୁଖରେ ପ୍ରକାଶକରି ଏହାର ଯାଂଚହେବାର ଆବଶ୍ୟକତା ଉପରେ ଆଲୋକପାତ କଲେ, ଏହା ତାଙ୍କୁ ବହୁତ ମହଙ୍ଗା ପଡିଲା । କିନ୍ତୁ ମୈକାର୍ଥୀ ଶତ୍ରୁରଶକ୍ତି ଆଗରେ ହାରମାନିବା ଲୋକଭିତରେ ଗଣାହେବାକୁ ଚାହୁଁ ନଥିଲେ ।

ସେତେବେଳେ ମେକାର୍ଥୀ ଜଣେ ଯୁବା ସହଯୋଗୀକୁ ପାଇଲେ, ଯିଏକି ତାଙ୍କୁ କାମିକା ପରି ମନେହେଲା । ସେ ଥିଲେ ଡେଭିଡ୍ ସାଇନ୍ । ସାଇନ୍ ଏକ ହୋଟେଲ୍ ଶୃଙ୍ଖଳାର ମାଲିକ ଥିଲେ । ସେତେବେଳେ ସାଇନ୍ ଏକ ଛୋଟ ବହି ଲେଖିଥିଲେ – “କମ୍ୟୁନିଜମ୍‌ର ସଜ୍ଞା” – ଯେଉଁଥିରେ ସେ କମ୍ୟୁନିଜମ୍ କେତେ ବିପଦପୂର୍ଣ୍ଣ ସେ ବିଷୟରେ ଉଲ୍ଲେଖ କରିଥିଲେ । ସାଇନ୍‌ର ସବୁ ହୋଟେଲର ପ୍ରତ୍ୟେକ କୋଠରୀରେ ଏହି ବହି ରହୁଥିଲା । ଯେତେବେଳେ ମୈକାର୍ଥୀ ହାତରେ ଏ ବହି ପଡିଗଲା ସେ ଏହାଦ୍ୱାରା ବହୁତ ପ୍ରଭାବିତ ହେବାକୁ ଲାଗିଲେ ।

ସାଇନ୍ ଅନିବାର୍ଯ୍ୟ ପ୍ରତିରକ୍ଷା ସେବା ଏକ ସାମାନ୍ୟ ସିପାହି “ ପ୍ରାଇଭେଟ୍ ଡେଭିଡ୍ ସାଇନ୍ ” ନାଁରେ ଯୋଗ ଦେଇଥିଲେ । କିନ୍ତୁ ନିଜର କମ୍ୟୁନିଷ୍ଟ ବିରୋଧି ରାଜନୈତିକ ବିଚାରଧାରା ଏବଂ ମୈକାର୍ଥୀଙ୍କ ସହ ପରିଚୟ ଯୋଗୁଁ ସମସ୍ତେ ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗିଲେ । ତାଙ୍କୁ ମୈକାର୍ଥୀଙ୍କର ଲୋକ ବୋଲି ସମସ୍ତେ ମାନିନେଲେ । ଏ’କଥା ତାଙ୍କର କିଛି ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ଭଲ ଲାଗିଲାନି, ତେଣୁ ତାଙ୍କ ବେକ ମୋଡିବା ସୁଯୋଗରେ ରହିଲେ । ଏହା ଭିତରେ ମୈକାର୍ଥୀ ସାଇନ୍କୁ ଅଧିକାରୀ କରିବାକୁ ପ୍ରସ୍ତାବ ଦେଇ କହିଲେ ଏପରି କଲେ ତାଙ୍କର ବୌଦ୍ଧିକ କ୍ଷମତାର ପ୍ରକୃତ ଉପଯୋଗ ହୋଇପାରିବ ।

ପ୍ରତିରକ୍ଷା ବିଭାଗର ଉଚ୍ଚ ପଦାଧିକାରୀ ଗଣ ଏ ପ୍ରସ୍ତାବକୁ ନେଇ ବହୁତ ଆଲୋଚନା କଲେ । ମୈକାର୍ଥୀ ସେନାକାମ ଉପରେ ଦଖଲ ଦେଉଛନ୍ତି ଏବଂ ସେନାକୁ ଖଣ୍ଡବିଖଣ୍ଡ କରି କମଜୋର୍ କରିବାକୁ ଚାହୁଁଛନ୍ତି ବୋଲି କଥା ଉଠିଲା । ମୈକାର୍ଥୀଙ୍କର ଶତ୍ରୁ ତ ବହୁତ ଥିଲେ, ତେଣୁ ଏ’କଥା କଂଗ୍ରେସର ଜାତୀୟ କମିଟି ପାଖକୁ ଗଲା । ଦିନେ ପୁରାଦେଶ ସାମ୍ନାରେ ମୈକାର୍ଥୀଙ୍କୁ ତାଗିଦ୍ କରାଗଲା ଏବଂ ମୈକାର୍ଥୀ ନିଜର ଉତରରେ କହିଲେ, ସେନାଧିକାରୀ କମ୍ୟୁନିଷ୍ଟ ଗତିବିଧିରେ ସଂସ୍ଲିଷ୍ଟ ଅଛନ୍ତି ଏବଂ ସେ ସବୁର ତଦନ୍ତ ପୂର୍ବରୁ ଛାନିଆ ହୋଇ ଏପରି କରୁଛନ୍ତି । ସେମାନେ ଏତେ ଛୋଟକଥାକୁ ବଡ କରି ତାଙ୍କ ଉପରେ ହେବାକୁ ଯାଉଥିବା ତଦନ୍ତକୁ ଢିଲା କରିବାକୁ ଚାହୁଁଛନ୍ତି ।

୩୬ଦିନ ପର୍ଯ୍ୟନ୍ତ ମୈକାର୍ଥୀ ପୁରାଦେଶର ଗଣମାଧ୍ୟମ, ପ୍ରତିରକ୍ଷା ବିଭାଗ ଏବଂ କଂଗ୍ରେସକୁ ଦୃଢତାର ସହ ସାମ୍ନାକଲେ । ସେ କେବଳ ପ୍ରଶ୍ନର ଜବାବ ଦେଉନଥିଲେ, ସେ ଏମିତି ପ୍ରଶ୍ନ କରୁଥିଲେ ଯାହାର ଉତ୍ତର କାହାପାଖରେ ନଥିଲା । କିନ୍ତୁ ସତ୍ତା ଓ ବ୍ୟବସ୍ଥାର ଉର୍ଦ୍ଧରେ ବସିଥିବା ଘଡିୟାଳ କୁମ୍ଭୀରମାନେ ମୈକାର୍ଥୀଙ୍କ ଠାରୁ ଛୁଟିପାଇବାକୁ ନିଷ୍ପତ୍ତି ନେଇ ସାରିଥିଲେ । କଂଗ୍ରେସ ମୈକାର୍ଥୀ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତକଲା ଏବଂ ଏହାପରେ ସେ ରାଜନୀତି ପଙ୍କରୁ ଶତଚେଷ୍ଟା କରି ମଧ୍ୟ ଉଠି ପାରିଲେନି । ମୈକାର୍ଥୀଙ୍କର ଲୋକପ୍ରିୟତା, ପ୍ରଭାବ ଓ କ୍ଷମତା ସବୁ ଶେଷ ହୋଇଯାଇଥିଲେ ମଧ୍ୟ କମ୍ୟୁନିଜମ୍ ପ୍ରତି ବିରୋଦ୍ଧର ତୀବ୍ର ସ୍ୱରରେ ଟିକିଏ ବି କମି ଆସିନଥିଲା ।

ତିନିବର୍ଷ ଭିତରେ କେବଳ ୪୮ବର୍ଷ ବୟସରେ ସେ ଦିନେ ଆଂଠୁଯନ୍ତ୍ରଣା ହେବାରୁ ମେରିଲ୍ୟାଣ୍ଡ ସୈନିକ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯେଉଁଠାରେ ତାଙ୍କର ଅଳ୍ପ କିଛିମାସ ମଧ୍ୟରେ ରହସ୍ୟମୟ ଅବସ୍ଥାରେ ମୃତ୍ୟୁ ହୋଇଗଲା । ତାଙ୍କର ଫୁସ୍ଫୁସ୍ ପୁରା ଖରାପ ହୋଇଯାଇଥିଲା, ଯାହାକି ମଦ୍ୟପାନରୁ ହୋଇଛି ବୋଲି ଗଣମାଧ୍ୟମରୁ ଜଣାଗଲା । କିନ୍ତୁ ତାଙ୍କ ମୃତ୍ୟୁ ବିଷୟରେ ଅନେକ ସିଦ୍ଧାନ୍ତ ଦିଆଗଲା, ଯେଉଁଥିରେ ଏହା ଏକ ସୁନିୟୋଜିତ ଯୋଜନାବଦ୍ଧ ହତ୍ୟାବୋଲି ବି କିଛି କହିଲେ । ଏହା ନିସନ୍ଦେହରେ କୁହାଯାଇପାରେ ଯେ ମୈକାର୍ଥୀଙ୍କର ରାଜନୈତିକ ହତ୍ୟା ତାଙ୍କ ମୃତ୍ୟୁର ବହୁପୂର୍ବରୁ ହୋଇସାରିଥିଲା ।

କେରଳର ଜନୈକ ବାମପନ୍ଥୀ ମନ୍ତ୍ରୀ ଥରେ କମୁ୍ୟନିଷ୍ଟ ଦଳର ଗୁଣ୍ଡା ଏବଂ ହତ୍ୟାକାରୀଙ୍କ ସପକ୍ଷରେ ଭାଷଣ ଦେଇ କହିଲେ, ‘ଏହି ଉପାୟ ପୁରାପୁରି ଠିକ୍ । ସେ ମାରିକି ଶବକୁ ଖୋଲାରେ ଛାଡୁନାହାନ୍ତି, ତାକୁ ମାଟିତଳେ ଲୁଣସାଙ୍ଗରେ ପୋତି ଦେଉଛନ୍ତି ଯାହାଦ୍ୱାରା ଶବ ଷଢିଯାଇ ମାଟିରେ ମିଳେଇ ଯାଉଛି, କିଛି ବି ବଂଚୁନି । ଆମେରିକାର ବାମପନ୍ଥୀମାନେ ବି ମୈକାର୍ଥୀଙ୍କ ସାଙ୍ଗରେ ଏହା ହିଁ କଲେ । ସେ କେବଳ ତାଙ୍କର ରାଜନୈତିକ ହତ୍ୟା କଲେନି, ସେମାନେ ତାଙ୍କର ରାଜନୈତିକ ଜମିରେ ଲୁଣପକେଇ ଷଢେଇ ସବୁକିଛି ମାଟିରେ ମିଶେଇଦେଲେ । ଆଜି ବି ଆମେରିକାରେ ମୈକାର୍ଥୀଜିମ୍ ଏକ ଖରାପ ଶଦ୍ଧ ବୋଲି ମାନୁଛନ୍ତି । ମିଛଟାରେ ଏପରି ଶଙ୍କାଆଶଙ୍କାର ପରସ୍ତ ପରସ୍ତ ଖୋଳପା ଭିତରେ ବାମପନ୍ଥୀ ଲୁଚିଥାନ୍ତି । ତାଙ୍କର ଷଡଯନ୍ତ୍ର ବିରୁଦ୍ଧରେ କିଛି ବି କହିଲେ ସେମାନେ ତାଙ୍କୁ ମୈକାର୍ଥୀଜିମ୍ ପକ୍ଷଧର ବୋଲି ଘୋଷିତ କରି ମିଥ୍ୟାବାଦୀ ଓ ସନ୍ଦେହି ବୋଲି ପ୍ରଚାର କରିଦିଅନ୍ତି । କିନ୍ତୁ ଏହା ସତ ଯେ ମୈକାର୍ଥୀ ନିଜ ସମୟରେ ଆମେରିକା ତନ୍ତ୍ର ଭିତରେ କମ୍ୟୁନିଷ୍ଟ୍ ଲୋକଙ୍କ ଅଂଟା ପ୍ରାୟ ଭାଙ୍ଗି ଦେଇଥିଲେ, ନଚେତ ତାଙ୍କ ବିନା ଆମେରିକାର ଇତିହାସ ଏକ ବହୁତ ଅନ୍ଧାରୁଆ ଜାଗାରେ ଲେଖା ଯାଇଥାନ୍ତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top