ଅନୁବାଦ ସାହିତ୍ୟ

ରିଚର୍ଡ ନିକ୍ସନ୍: ସିଂହ ହେଲା କୁକୁରଙ୍କ ଶୀକାର

Er Bidyadhar Panda's Bishakta Baamapantha - Richard Nixon : Singha hela kukurara shikaara

କିଛି ଗଣମାଧ୍ୟମ, ଭିତରେ ବସିଥିବା ସରକାରୀ ବାବୁ ଓ ଅତି ସକ୍ରିୟ ନ୍ୟାୟାଳୟ କର୍ମଚାରିମାନେ ମିଶି ବହୁତ ଭାରି ମତରେ ଜିତିଥିବା ଏକ ଆମେରିକା ରାଷ୍ଟ୍ରପତିର ଶୀକାର କରିଦେଲେ । ତାଙ୍କୁ କେବଳ ରାଜନୀତିରୁ ନୁହେଁ ଇତିହାସରୁ ବି ପୋଛିଦେଲେ । ଆଜି ନିକ୍ସନ୍‌ଙ୍କୁ ଆମେ ଅନ୍ୟ କିଛି ପ୍ରୟୋଗପାଇଁ ନୁହେଁ ଖାଲି ୱାଟର୍ଗେଟ୍ କାଣ୍ଡପାଇଁ ମନେ ପକାଉଛେ ।

ରିଚର୍ଡ ନିକ୍ସନ୍: ସିଂହ ହେଲା କୁକୁରଙ୍କ ଶୀକାର

ପଚାଶ ଦଶକରେ ଆମେରିକି ଲିବରଲ୍ ଲୋକମାନେ କମ୍ୟୁନିଜମ୍ ବିରୋଧି ସିନେଟର୍ ଜୋସେଫ୍ ମୈକାର୍ଥିଙ୍କୁ ଘେରି ଶୀକାର କଲେ । ତାଙ୍କପରେ ସେମାନଙ୍କର ପରଶିକାର ହେଲେ ରାଷ୍ଟ୍ରପତି ରିଚର୍ଡ ନିକ୍ସନ୍ । ମୈକାର୍ଥି ଏବଂ ନିକ୍ସନ୍‌ଙ୍କ ଭିତରେ ରିପବ୍ଲିକାନ୍ ହେବାପରି ସମାନତା ଥିବା ସଙ୍ଗେସଙ୍ଗେ ଆଉ ଗୋଟିଏ ସମାନତା ଥିଲା ଯେ ଦୁହେଁ କମ୍ୟୁନିଷ୍ଟ୍‌ର ଘୋର୍ ବିରୋଧି ଥିଲେ । ଦୁହେଁ ନିଜର ରାଜନୀତି ଜୀବନ ସଦାସର୍ବଦା କମ୍ୟୁନିଷ୍ଟ୍ ବିରୁଦ୍ଧରେ ହିଁ ତିଆରି କରିଛନ୍ତି । ଦୁହିଁଙ୍କର ନାଁ ଏକସଂସ୍ଥା ସହ ଯୋଡି ହୋଇ ରହିଥିଲା-HUAC , ଅର୍ଥାତ୍ ହାଉସ୍ ଅନ୍ ଆମେରିକାନ୍ ଆକ୍ଟିଭିଟି କମିଟି । ଏହା ଏକ ସଂସଦୀୟ କମିଟି ଥିଲା, ଯାହାକି ୧୯୩୮ ରୁ ୧୯୭୫ପର୍ଯ୍ୟନ୍ତ ବହୁତ ସକ୍ରିୟ ଥିଲା । ଏହାର କାମ ଥିଲା କମୁ୍ୟନିଷ୍ଟ ଗତିବିଧିକୁ ଯାଞ୍ଚକରିବା ଏବଂ ଏହା ହଜାରେ କମ୍ୟୁନିଷ୍ଟ୍ ଗୁଇଁନ୍ଦାଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡଦେବାରେ ସହାୟକ ହୋଇଥିଲା ।

ନିକ୍ସନ୍ ବର୍ଷବର୍ଷ ଧରି ଲିବରଲ୍ ଗଣମାଧ୍ୟମର ଶତ୍ରୁ ରହିଲେ ଏବଂ ଏକ ଯୋଦ୍ଧା ପରିକା ଗଣମାଧ୍ୟମ ସହ ଲଢୁଥିଲେ । ତାଙ୍କର ଅଦମ୍ୟ ସାହସଥିଲା । ଗଣମାଧ୍ୟମର ଘୋର ବିରୋଧ ଏବଂ ପ୍ରତ୍ୟେକ୍ଷ ଶତ୍ରୁତା ସତ୍ତ୍ୱେ ବି ସେ ଦୁଇଥର ରାଷ୍ଟ୍ରପତି ନିର୍ବାଚନରେ ବିଜୟି ହୋଇଥିଲେ । ୧୯୬୦ରେ ଗଣମାଧ୍ୟମ ପୁରା କେନେଡିଙ୍କ ପକ୍ଷ ନେଲା ଏବଂ କେନେଡି ଗଣମାଧ୍ୟମର ଭରପୁର୍ ସହଯୋଗ ପାଇ ମଧ୍ୟ ମାମୁଲି ଭୋଟ ଅନ୍ତରରେ ଜିତିଲେ । ଏହା ଆମେରିକା ଇତିହାସରେ ବହୁତ ସଂକୀର୍ଣ୍ଣ ମତପାର୍ଥକ୍ୟର ନିର୍ବାଚନ ଜିତିଥିବା ଏକ ଫଳାଫଳ ଥିଲା ଏବଂ ଆମେରିକା ଲିବରଲ୍ ଦଳକୁ ଲାଗିଲା କି ସେମାନେ ନିକ୍ସନ୍‌ଙ୍କ ଠାରୁ ସବୁଦିନପାଇଁ ମୁକ୍ତି ପାଇଗଲେ ।

ଲିବରାଲ୍ ଗ୍ୟାଂଗ୍ ଏବଂ ଗଣମାଧ୍ୟମର ଶତ୍ରୁତା ନିକ୍ସନଙ୍କ ସହ ଏହାଠାରୁ ବହୁତ ପୁରୁଣା । ୧୯୫୦ରେ ଏଚ୍ୟୁଏସି (HUAC) ରେ ମୈକାର୍ଥୀଙ୍କ ପରେ ଯେଉଁ ସିନେଟର୍ ଆମେରିକା କମ୍ୟୁନିଷ୍ଟକୁ ସବୁଠାରୁ ବେଶୀ କ୍ଷତି ପହଁଚାଇଥିଲେ ସେ ହେଉଛନ୍ତି ନିକ୍ସନ୍ । ଲିବରାଲ୍ ଲୋକମାନେ କହୁଥିଲେ ଯେ କମ୍ୟୁନିଷ୍ଟ ଗୁଇଁନ୍ଦାଙ୍କ ବିପଦ ମିଥ୍ୟା ଏବଂ ସେ ତିଳକୁ ତାଳକରି ପରିପ୍ରକାଶ କରୁଥିଲେ । ୧୯୪୮ରେ ଆମେରିକା ସରକାର ଅଲ୍‌ଗର ହିସ୍ସ ଉପରେ ଗୁଇଁନ୍ଦାଗିରି ପାଇଁ ମାମଲା ରୁଜୁ କଲେ, କିନ୍ତୁ ସେ ସାକ୍ଷୀମାନଙ୍କ ଅଭାବରୁ ବଞ୍ଚିଗଲା । ୧୯୫୦ରେ ସେହି ମାମଲାର ପୁଣିଥରେ ବିଚାର କରାଗଲା ଏବଂ ତା’ଉପରେ ସବୁ ଅଭିଯୋଗ ପ୍ରମାଣ କରିବାରେ ନିକ୍ସନ୍ ମୁଖ୍ୟଭୂମିକା ଆଦାକଲେ । ସେ ଚୋରିକରିଥିବା ସମସ୍ତ ନଥିପତ୍ର ସହ ଏକ ଛୋଟ ଚଳଚ୍ଚିତ୍ର ବି ଧରାହେଲା, ଯାହାକୁ ସେ ଗୋଟିଏ ଜମିରେ କଖାରୁ ଖୋଳ ଭିତରେ ଲୁଚାଇ ରଖିଥିଲା । ଏହି ଦସ୍ତାବିଜ୍ ପମ୍ପକିନ୍ ପେପର୍ ନାମରେ ପ୍ରସିଦ୍ଧ । ସେତେବେଳେ ହିସ୍ସକୁ ଦଣ୍ଡଦେବାରେ ନିକ୍ସନ୍‌ଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା ।

ଏଥିରେ କେବଳ ହିସ୍ସକୁ ଦଣ୍ଡବିଧାନ ହେଲାନି, ଆମେରିକି ସରାକାରି କଳ ଏବଂ ସାମାଜିକ ସଂସ୍ଥାମାନଙ୍କ ଭିତରେ କମ୍ୟୁନିଷ୍ଟ ମାନଙ୍କ ଉପସ୍ଥିତି ପ୍ରମାଣିତ ହେଲା । ବହୁତଲୋକ ଯେଉଁମାନେ ଏପରି ତଥ୍ୟକୁ ହାସ୍ୟାସ୍ପଦ ବୋଲି ଭାବି ଏହାର ମଜା ଉଡାଉଥିଲେ ସେମାନଙ୍କୁ ଜୋରରେ ଧକ୍କା ଲାଗିଲା ଏବଂ ଏମାନଙ୍କ ଭିତରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ହୈରୀ ଟ୍ରାମୈନ୍ ବି ଥିଲେ ଯାହାଙ୍କୁ ହରାଇ ଆଇଜହ୍ନାବର୍ ଓ ନିକ୍ସନ୍‌ଙ୍କର ଦଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଲେ, କିନ୍ତୁ ନିଜର କମ୍ୟୁନିଷ୍ଟ ବିରୋଧ ମାନସିକତା ପାଇଁ ସଦାସର୍ବଦା ନିକ୍ସନ୍ ଗଣମାଧ୍ୟମର ଶତ୍ରୁ ହୋଇରହିଲେ । ୧୯୬୦ରେ ନିର୍ବାଚନ ହାରିବାପରେ ନିକ୍ସନ୍ ଖୋଲାଖୋଲି ଭାବରେ ଗଣମାଧ୍ୟମକୁ ପକ୍ଷପାତି ବୋଲି କହି ତାଙ୍କର ଚିରାଚରିତ ଲଢେଇ ଜାରି ରଖିଲେ ।

ନିକ୍ସନ୍ ସମ୍ଭବତଃ ସେହି ଶତାଦ୍ଧୀର ସବୁଠାରୁ ପ୍ରଭାବଶାଳୀ ଆମେରିକି ରାଷ୍ଟ୍ରପତି ଥିଲେ । ସେ ଭିୟେତ୍‌ନାମ୍ ଯୁଦ୍ଧକୁ ସମାପ୍ତ କରିଥିଲେ ଏବଂ ଚୀନ୍ ସହ ସୁସମ୍ପର୍କ ସ୍ଥାପନ କରିଥିଲେ । ସବୁଠାରୁ କଠିନ ଶୀତଳଯୁଦ୍ଧ କାଳରେ ନିକ୍ସନ୍ ସମଗ୍ର ଗଣମାଧ୍ୟମର ବିରୋଧ ଓ ପକ୍ଷପାତ ଏବଂ ବାମପନ୍ଥୀମାନଙ୍କ ଘୋର ଉପଦ୍ରବ ଥାଇମଧ୍ୟ ୧୯୭୨ରେ ଆମେରିକି ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ଭୋଟପାଇ ଦ୍ୱିତୀୟଥର ପାଇଁ ନିର୍ବାଚିତ ହେଲେ, କିନ୍ତୁ ସବୁଠାରୁ ବେଶୀ ଯେଉଁଥିପାଇଁ ନିକ୍ସନ୍ ମନେପଡନ୍ତି ତାହା ହେଲା “ୱାଟର୍ଗେଟ୍ କାଣ୍ଡ” ।

ଆଶା ଆପଣମାନେ ସମସ୍ତେ “ୱାଟରଗେଟ୍ କାଣ୍ଡ” ନାଁ ଆଗରୁ ଶୁଣିଥିବେ । ୧୯୭୨ରେ ଡେମୋକ୍ରାଟିକ୍ ପାର୍ଟି ଅଫିସରେ ଗୁଇଁନ୍ଦାଗିରି କରିବାକୁ ଯାଇ ଟେପ୍‌ରେକର୍ଡ ଖଞ୍ଜିବାବେଳେ ପାଞ୍ଚଜଣ ଲୋକ ଧରାହେଲେ । ତା’ର ତଦନ୍ତ ହେଲା ଏବଂ ଶେଷରେ ନିକ୍ସନଙ୍କ ସହ ଏହାର କିଛି ଦୂର ସମ୍ପର୍କ ଥିବା କଥା ସାମ୍ନାକୁ ଆସିଲା । ଏଥିପାଇଁ ନିକ୍ସନଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆସିବା ପ୍ରକ୍ରିୟା ଆରମ୍ଭ ହେଲା ଏବଂ ପରିଶେଷରେ ନିକ୍ସନ୍‌ଙ୍କୁ ଇସ୍ତଫା ଦେବାକୁ ପଡିଲା ।

ନିକ୍ସନଙ୍କ ଅପରାଧ କ’ଣ ଥିଲା? ସେ କେବଳ ଡେମୋକ୍ରାଟିକ୍ ପାର୍ଟି ଅଫିସ୍‌ରେ ନୁହେଁ ପୁରା ହ୍ୱାଇଟ ହାଉସ୍‌ରେ ଏବଂ ପ୍ରାୟ ସବୁ ସମ୍ବେଦନଶୀଳ କାର୍ଯ୍ୟାଳୟ ଓ ଅନେକ ଗଣମାଧ୍ୟମ ଅଫିସ୍ଗୁଡିକରେ ଦୂରଧ୍ୱନୀ ବାର୍ତ୍ତାଳାପ ରେକର୍ଡ କରିବା ପ୍ରକ୍ରିୟା ପ୍ରାରମ୍ଭ କରିଦେଇଥିଲେ । ଏହା ଆଇନ ସମ୍ମତ ନ ଥିଲା ଏବଂ ନିକ୍ସନ୍‌ଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡିଲା ।

କିନ୍ତୁ ଏହାର ପୃଷ୍ଠଭୂମି ବହୁତ ଗଭୀର ଥିଲା । ନିକ୍ସନ୍ ଓ ବାମପନ୍ଥୀ ଭିତରେ ସଂଘର୍ଷ ନିକ୍ସନ୍‌ଙ୍କ ରାଜନୈତିକ ଜୀବନର ଏକ ଅଭିନ୍ନ ଅଙ୍ଗ ଥିଲା । ଆମେରିକା ଭିୟେତ୍‌ନାମ୍ ଯୁଦ୍ଧରୁ ନିଜହାତ ଫେରାଇନେବାକୁ ପ୍ରସ୍ତୁତ ହେଉଥାଏ, ସେହି ସମୟରେ ନିକ୍ସନ୍ ହ୍ୱାଇଟ ହାଉସ୍‌ରେ ତା’ଙ୍କ ଝିଅର ବାହାଘର ଅୟୋଜନରେ ବ୍ୟସ୍ତ ଥାନ୍ତି । ଠିକ୍ ଯେଉଁଦିନ ଏହି ବିବାହ ଉତ୍ସବ ହେଉଥିଲା, ସେହିଦିନ ୱାସିଂଗ୍ଟନ୍ ପୋଷ୍ଟର ପ୍ରଥମପୃଷ୍ଠାରେ ଏକ ଖବର ଛାପାହେଲା ଯାହାକି ଆମେରିକା ସେନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ନଥିପତ୍ର ଥିଲା । ଏହା ପେଣ୍ଟାଗନ୍ରୁ ଚୋରି ହୋଇଥିଲା ଏବଂ ପେଂଟାଗନ୍ ପେପର୍ ନାଁରେ ବିଖ୍ୟାତ ।

କୁହାଯାଏ ଯେ ଏହାର ସମୟ ଅଚାନକ ଏକ ସଂଯୋଗ ନଥିଲା । ନିକ୍ସନ୍ ସରକାରକୁ ହଇରାଣ କରିବା ଛଡା ଅତିବ୍ୟସ୍ତ ନିକ୍ସନ୍‌ଙ୍କୁ ବ୍ୟକ୍ତିଗତ ରୂପରେ ହଇରାଣ କରିବାପାଇଁ ଠିକ୍ ତାଙ୍କ ଝିଅ ବାହାଘର ଦିନ ଏହି ଖବରକୁ ପ୍ରଥମପୃଷ୍ଠାରେ ସ୍ଥାନ ଦିଆଯାଇଥିଲା । ନିକ୍ସନ୍‌ଙ୍କ ସହ ଗଣମାଧ୍ୟମର ଶତ୍ରୁତା ଏକ ବ୍ୟକ୍ତିଗତ ନିଜିଶତ୍ରୁତା ପରି ସଦାସର୍ବଦା ରହିଥିଲା ।

ଏହାର ଜାବାବରେ ୱାସିଂଗ୍ଟନ୍ ପୋଷ୍ଟକୁ ନିକ୍ସନ୍ ହ୍ୱାଇଟହାଉସ୍ରେ ପଶିବାକୁ ପ୍ରତିବନ୍ଧିତ କରି ଦେଇଥିଲେ । ଏତଦ୍ବ୍ୟତିତ କିଛି ବିଶ୍ୱସ୍ତଲୋକଙ୍କୁ ଏକ ଦାୟିତ୍ୱ ଦେଇ ନିର୍ଦ୍ଧେଶ ଦେଲେ ଯେ ଏହା ପ୍ରକୃତରେ କେଉଁଠାରୁ କାହା ସାହାଯ୍ୟରେ ଚୋରି କରାଯାଉଛି, ତାହାର ଆକଳନ କରାଯାଉ । କିଛି ସିଆଇଏ ଓ ଏଫ୍ବିଆଇର ଅବସର ପ୍ରାପ୍ତ ଅଧିକାରୀଙ୍କୁ ଛଦ୍ମବେଶୀ ଘରକାମରେ ନିଯୁକ୍ତି ଦିଆଗଲା, ଯାହାଙ୍କୁ ପ୍ଲମ୍ବର୍ସ କୁହାଗଲା । କାରଣ ଏ ଚୋରିକୁ ଧରି ବନ୍ଦକରିବା ସେସମୟରେ ଆମେରିକା ପାଇଁ ଅନିବାର୍ଯ୍ୟ ଥିଲା ।
ସେମାନେ ହ୍ୱାଇଟହାଉସ୍ ଭିତର ସବୁ କାର୍ଯ୍ୟାଳୟ ଭିତରେ ପଶି ଗୁପ୍ତଭାବରେ ଅନେକ କଥୋପକଥନକୁ ରେକର୍ଡ କରିବା ପ୍ରାରମ୍ଭ କରିଦେଲେ । ସେଥିରେ ଅନେକ ଗଣମାଧ୍ୟମର ଅଫିସ୍ ବି ସାମିଲ୍ ଥିଲେ । ସମସ୍ତଙ୍କର ସବୁକଥାକୁ ରେକର୍ଡ କରିବାପାଇଁ ଗୁଇଁନ୍ଦାମାନେ ଏତେ ସକ୍ରିୟ ହୋଇପଡିଲେ ଯେ ଡେମୋକ୍ରାଡିକ୍ ପାର୍ଟି ଅଫିସ୍‌ର ବି ସବୁ ବାର୍ତ୍ତାଳାପ ରେକର୍ଡ କରିବା ପାଇଁ ସେମାନେ ଯୋଜନା ତିଆରି କରିଦେଲେ, ଯାହାକି ୱାଟର୍ଗେଟ୍ କାଣ୍ଡ ନାଁରେ ସାମ୍ନାକୁ ଆସିଲା । ନିକ୍ସନ୍‌ଙ୍କୁ ନିର୍ବାଚନ ଜିତିବାପାଇଁ ଏତେ କିଛି କରିବା ଆଦୌ ଦରକାର ନଥିଲା । ସେ ନିର୍ବାଚନରେ ନିକ୍ସନ୍ ନିର୍ବାଚନର ଶେଷସପ୍ତାହ ପର୍ଯ୍ୟନ୍ତ ପ୍ରଚାର କରିବା ପରି କିଛିକାମ ନକରି ନିଜର ନିତ୍ୟନୈମିତିକ କାମ କରି ଚାଲିଥିଲେ ।

ୱାଟର୍ଗେଟ୍ କାଣ୍ଡକୁ ନିର୍ବାଚନ ପୂର୍ବରୁ ବହୁତ ଉଚ୍ଚାଉଠେଇ ଜୋରସୋର୍‌ରେ ଅପପ୍ରଚାର କରିବାକୁ ଚେଷ୍ଟା କରାଗଲା, କିନ୍ତୁ ଜନତା ଏଥିରେ ପ୍ରଭାବିତ ହେଲେ ନାହିଁ । ନିକ୍ସନ୍ ଅଧାଅଧୁରା ପ୍ରଚାର ଏବଂ ବହୁତ ସହଜରେ ଭାରି ମତରେ ବିଜୟୀ ହେଲେ ।

କିନ୍ତୁ ୱାସିଂଗ୍ଟନ୍ ପୋଷ୍ଟ ଏହି ମୁଦ୍ଧାକୁ ମଝିରେମଝିରେ ଉଖାରିବା ଜାରି ରଖିଲା । ଏହା ଭିତରେ ଜନୈକ ଏଫ୍‌ବିଆଇ ନିର୍ଦ୍ଧେଶକ ୱାସିଂଗ୍ଟନ୍ ପୋଷ୍ଟକୁ ଭିତିରିଆ ଖବର ପହଁଚେଇ ଚାଲିଲା, ଯାହାକି ବହୁତଦିନ ପର୍ଯ୍ୟନ୍ତ କେହି ବି ଜାଣିପାରିଲେନି । ତାକୁ ପୁରା ତଦନ୍ତରେ ଗଭୀର ଗଳା ନାଁରେ ପରିଚୟ କରାଗଲା । ନ୍ୟାୟାଳୟ ବିଭାଗ ବି ଏହି ମାମଲାରେ ଅସାଧାରଣ ରୂଚି ଦେଖେଇଲା । ପରିଶେଷରେ ଏହି ମାମଲାରେ ନିକ୍ସନଙ୍କ ସଂସ୍ଲିଷ୍ଠ ହେବାକଥା ସିଦ୍ଧ କରିବାରେ ସେମାନେ ସଫଳ ହୋଇଗଲେ । ପରିଶେଷରେ ତାଙ୍କୁ ଇସ୍ତଫା ଦେବାକୁ ପଡିଲା ଏବଂ ଆମେରିକାର ଇତିହାସରେ ସବୁଠାରୁ ପ୍ରଭାବଶାଳୀ ଏବଂ ଦକ୍ଷ ରାଷ୍ଟ୍ରପତିଙ୍କର ସ୍ୱର୍ଣ୍ଣିମ କାର୍ଯ୍ୟକାଳ ବଦନାମ ହୋଇ ଅସ୍ତିତ୍ୱ ହରାଇଦେଲା ।

ଜଙ୍ଗଲର ଏକ ପ୍ରକାର କୁକୁରଙ୍କ ବିଷୟରେ କୁହାଯାଏ କି ସେମାନେ ସିଂହର ବି ଶୀକାର କରିଦିଅନ୍ତି । ବାମପନ୍ଥୀମାନେ ବି ସେମିତି ଶୀକାର କରନ୍ତି । ୱାଟର୍ଗେଟ୍ କାଣ୍ଡ ଏହାର ପ୍ରମାଣ । କିଛି ଗଣମାଧ୍ୟମ, ଭିତରେ ବସିଥିବା ସରକାରୀ ବାବୁ ଓ ଅତି ସକ୍ରିୟ ନ୍ୟାୟାଳୟ କର୍ମଚାରିମାନେ ମିଶି ବହୁତ ଭାରି ମତରେ ଜିତିଥିବା ଏକ ଆମେରିକା ରାଷ୍ଟ୍ରପତିର ଶୀକାର କରିଦେଲେ । ତାଙ୍କୁ କେବଳ ରାଜନୀତିରୁ ନୁହେଁ ଇତିହାସରୁ ବି ପୋଛିଦେଲେ । ଆଜି ନିକ୍ସନ୍‌ଙ୍କୁ ଆମେ ଅନ୍ୟ କିଛି ପ୍ରୟୋଗପାଇଁ ନୁହେଁ ଖାଲି ୱାଟର୍ଗେଟ୍ କାଣ୍ଡପାଇଁ ମନେ ପକାଉଛେ ।

ନିକ୍ସନ୍‌ଙ୍କ ଦୋଷ କଣ ଥିଲା? ସେ କିଛି ଲୋକଙ୍କର କଥାବାର୍ତ୍ତା ରେକର୍ଡ କରିବାର ଅନୁମତି ଦେଇଥିଲେ । ଏହା ନୀୟମ ବିରୋଧ ଥିଲା କିନ୍ତୁ ଏହାର ତୁଳନା ସେହି ସମସାମୟିକ ଅନ୍ୟକିଛି ଅପରାଧ ସାଙ୍ଗରେ କରାଯାଉ । ପେଣ୍ଟାଗନ୍ରୁ ଚୋରେଇ ଅତିଗୁପ୍ତ ତଥ୍ୟକୁ ଖବରକାଗଜରେ ଛପାଗଲା ଏବଂ ଏହାକୁ ଅପରାଧରେ ଗଣା ଗଲାନାହିଁ । ବିଦେଶରେ ଆମେରିକା ସୈନିକ ବିରୁଦ୍ଧରେ ନାରେବାଜି କରାଗଲା, ତା ବି ଅପରାଧରେ ଗଣାହେଲାନି । ଆମେରିକାର ଦସ୍ତାବିଜ୍ ଚୋରିକରି ରଷିୟାର ଅଧିକାରୀଙ୍କୁ ବିକ୍ରି କରାଗଲା, ସେଇଟା ବି ଅପରାଧ ହେଲାନି । ହଜାରହଜାର କମ୍ୟୁନିଷ୍ଟ ଗୁଇଁନ୍ଦା ଧରାହେଲେ, ଇତିହାସରେ ଏହାର କୌଣସି ଚର୍ଚ୍ଚା ସଂକ୍ଷିପ୍ତରେ ବି ଲେଖା ଯାଇନି । ସେମାନଙ୍କର ଦେଶଦ୍ରୋହ ଆଗରେ ନିକ୍ସନ୍‌ଙ୍କର ଅପରାଧ କ’ଣ ବେଶୀ ଥିଲା? କି ସେ ଏହିସବୁ ଅପରାଧକୁ ରୋକିବାକୁ ଯେଉଁ ରାସ୍ତା ବାଛିଥିଲେ ତାହା ଗତାନୁଗତିକ ରାସ୍ତା ପରି ଏକ ସାଧାରଣ ରାସ୍ତା ନଥିଲା ସତ କିନ୍ତୁ ଜରୁରୀ ଥିଲା । ସେ ମହିମାମଣ୍ଡନ ନହୋଇ ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଏକ ଖଳନାୟକ ହୋଇ ରହିଗଲେ ।

ଆମର ଏଠି ବି କିଛି ଗଣମାଧମ, ସରକାରୀ କଳ ଏବଂ ନ୍ୟାୟାଳୟ ଏପରି ଦିଶୁଛନ୍ତି କି ଯେଉଁମାନେ ସଦାବେଳେ ଦେଶର ବିରୁଦ୍ଧରେ କାମ କରୁଛନ୍ତି । ମୁଁ ସଦାବେଳେ କହିଆସୁଛି ଯେ ଭାରତରେ ବାମପନ୍ଥୀଙ୍କ କାର୍ଯ୍ୟକଳାପକୁ ବୁଝିବାକୁ ଆପଣ ଏହାର ମୂଳଚେର ଖୋଜିବା ଅତ୍ୟନ୍ତ ଆବଶ୍ୟକ । ଆମେରିକାର ବାମପନ୍ଥ ହିଁ ଏସବୁର ମୂଳ, ଯେଉଁଠାରୁ ଏହି ଅସନାନାଳ ଅବିରତ ବିଶ୍ୱର ଅନେକ ପ୍ରାନ୍ତକୁ ବୋହୁଛି ଏବଂ ଭାରତୀୟ ରାଜନୈତିକ ସାମାଜିକ ସାଂସ୍କୃତିକ ଜୀବନକୁ ମଧ୍ୟ ଏହି ସ୍ରୋତ ଅସନା କରୁଛି ।

ଲୋକପ୍ରିୟ ଲେଖା

To Top