ପଲ୍ଲବୀ ନାମରେ ଝିଅଟିଏ ଥିଲା । ଆଉ ନୀରଦ୍ ନାମରେ ପୁଅଟିଏ ତାକୁ ଭଲ ପାଉଥିଲା । ସେଣ୍ଟ-ଭିନ୍ସେଣ୍ଟ ହାଇସ୍କୁଲ ପୁନାର, ନବମ ଶ୍ରେଣୀର ପୁଅମାନେ ମଧ୍ୟ ନୀରଦ୍ ପରିଥିଲେ । ସେଥିରେ କିଛି ଆଶ୍ଚର୍ଯ୍ୟ ହେବା କଥା ନଥିଲା । ସେ ଝିଅଟିର ଭଲ ଚେହେରା, ଉତ୍ତମ ପାଠପଢା, ଆକର୍ଷଣୀୟ ଶରୀର ଦେଖି କେହି ତାକୁ ନ ଭଲ ପାଇ ରହି ପାରୁ ନଥିଲେ । ନୀରଦ୍ କିନ୍ତୁ ଦୂରରୁ ତାକୁ ଦେଖୁ ଥିଲା ସତ, କିନ୍ତୁ ସେ ସେମିତି ପିଲା ନଥିଲା ଯିଏ ତା ସହିତ ସହଜରେ ବନ୍ଧୁତା ସ୍ଥାପନ କରିପାରିବ ।
କିଛି ଦିନ ପରେ ବିଦ୍ୟାଳୟରେ ଗୀତ ଗାଇବାର ପ୍ରତିଯୋଗିତା ଆରମ୍ଭ ହେବାକୁ ଥିଲା । ସେହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ନୀରଦ୍ ନିଜକୁ ତିନିମାସ ହେଲା ପ୍ରସ୍ତୁତ କରୁଥିଲା । ସେ ସବୁବେଳେ ଭାବୁଥିଲା ମୁଁ ଯଦି ଗୀତ ଗାଇବା ପ୍ରତିଯୋଗିତାରେ ଜିତିଯିବି, ତାହାହେଲେ ମୁଁ ପଲ୍ଲବୀକୁ ପାଇପାରିବି ।
ଏହିପରି ଭାବରେ ସମୟ ବିତିଯାଇଛି । ଆଜି ବିଦ୍ୟାଳୟରେ ସେହି ପ୍ରତିଯୋଗିତାରେ ସମୟ ଆସିଯାଇଛି । ନୀରଦ୍ ବିଦ୍ୟାଳୟକୁ ଯିବା ସମୟରେ ଭାବୁଛି, ପଲ୍ଲବୀ ଧାଡ଼ିରେ ବସିଥାନ୍ତା କି ? ଦେଖିଲା ବେଳକୁ ତା’ର ଭାବନା ସତ ମଧ୍ୟ ହୋଇଛି । ସେ ଗାଇବାକୁ ଆରମ୍ଭ କଲା “ତନ୍ ହା ଦିଲ୍”, ଯୋଉଟା ଥିଲା ନିକଟରେ ଅତି ଲୋକପ୍ରିୟ ହୋଇଥିବା ହିନ୍ଦି ଚଳଚିତ୍ରର ଗୋଟିଏ ଗୀତ । ତା’ର ଗୀତ ଶୁଣୀ ତାକୁ ସମସ୍ତେ କରତାଳି ଦେଇ ବହୁତ ପ୍ରଂଶସା କଲେ । ପଲ୍ଲବୀ ମଧ୍ୟ ତାକୁ ପ୍ରଂଶସା କଲା ।
ବିଦ୍ୟାଳୟର ବହୁତ ପିଲା ଗୀତ ଗାଇବାକୁ ଆସିଲେ । କିନ୍ତୁ ନୀରଦ୍ ହିଁ କେବଳ ଭଲ ଭାବରେ ଗାଇପାରିଲା । ତା’ ପରେ ଦଶମ ଶ୍ରେଣୀର ମେଧାବୀ ଛାତ୍ର ସୁଧୀର ମିଶ୍ର ଗୀତ ଗାଇବାକୁ ଆରମ୍ଭ କଲା । ସେ କିନ୍ତୁ ଗୀତ ଶିଖୁ ନଥିଲା । ତା’ର ପେଶା ମଧ୍ୟ ଗୀତ ଗାଇବା ନଥିଲା । ତା’ର ଗାଇବାର ଶୈଳୀ ଦେଖି ନୀରଦ୍ ଓ ଅନ୍ୟ ଛାତ୍ରମାନେ ତା’ ପ୍ରତି ବ୍ୟଙ୍ଗ ଇଙ୍ଗିତ କରିବାକୁ ଲାଗିଲେ । ଏ ସବୁକୁ ଦେଖି ସୁଧୀର ତା’ର ଗୀତ ସରିଲା ପରେ ସେଠାରୁ ଚାଲିଗଲା ।
ଆଶା କରାଯିବା ମୁତାବକ ନୀରଦ୍ ହିଁ ପୁରସ୍କାର ଜିତିଲା । ସେ ପୁରସ୍କାର ନେଲା ଓ ସମସ୍ତଙ୍କ ଭିତରେ ପଲ୍ଲବୀକୁ ଖୋଜିବାକୁ ଲାଗିଲା । କିନ୍ତୁ ପଲ୍ଲବୀ ସେଠାରେ ନଥିଲା । ଯେତେବେଳେ ସେ ଥିଏଟର ବାହାରକୁ ଆସିଲା, ସେତେବେଳେ ସେ ପଲ୍ଲବୀକୁ ସୁଧିର ସହିତ ବସିଥିବା ଦେଖିଲା ।
ପଲ୍ଲବୀ ନୀରଦ୍କୁ ଦେଖି ସୁଧୀର ର ମଜାକ୍ କରିଥିବାରୁ ତାକୁ ମୂର୍ଖ ବୋଲି କହିଲା । ସୁଧୀର କିନ୍ତୁ ନୀରବ ଥିଲା ।
ପଲ୍ଲବୀ କହିଲା “ଯଦିଓ ସେ ଭଲ ଗାୟକ ନୁହେଁ, ସେ ଭଲ ଗୀତ ଗାଇପାରେ ନାହିଁ ”, ତା’ ବୋଲି ତାର ମଜାକ୍ ଉଡ଼ାଇବା ଉଚିତ୍ ନୁହେଁ । ସେ ଭଲଗୀତ ଗାଇ ନ ପାରିବା ସତ୍ତ୍ୱେ ମଧ୍ୟ ଗୀତ ଗାଇବା ପାଇଁ ଚେଷ୍ଟା ତ କରିଥିଲା । ତାକୁ କେତେ ଅପମାନ ଲାଗିଲା । ସେ କଥା ତମେ ମାନେ ଜାଣିଛ ତ?
ସେ ସୁଧୀରର କାନ୍ଧ ଉପରେ ହାତ ପକାଇ ସେଠାରେ ଚୁପ୍ ଚାପ୍ ବସିରହିଲା । ନୀରଦ୍ ସେମାନେ କରିଥିବା ଭୁଲ୍ ପାଇଁ ସୁଧିରକୁ କ୍ଷମା ମାଗିଥିଲା ।
ସୁଧୀର କେବଳ ତଳକୁ ଅନାଇ ମୁଣ୍ତ ହଲାଇଲା ଓ ତା’ର ଆଖିରୁ ଲୁହ ଝରି ଆସିଥିଲା । କିଛି ସମୟ ପରେ ନୀରଦ୍ ପଲ୍ଲବୀକୁ ଘରକୁ ଯିବା ବିଷୟରେ ପଚାରିଥିଲା , ପଲ୍ଲବୀ କିନ୍ତୁ ନୀରବ ରହିଥିଲା କିଛି ସମୟ ପାଇଁ । ତା’ ପରେ କହିଥିଲା ସୁଧୀରର ଘର ମୋ ଘରର ପାଖାପାଖି । ତେଣୁ ତା’ର ବାପା ଆସିଲେ ମୁଁ ତାଙ୍କ ସହିତ ଯିବି ।
ପଲ୍ଲବୀର ଏପରି କଥା ଶୁଣି ନୀରଦ୍ ନିଜକୁ ବହୁତ ତୁଚ୍ଛ ମନେ କଲା । ସେତେବେଳେ ସେ ଜିତିଥିବା ପୁରସ୍କାର ତାକୁ କେବଳ ଗୋଟିଏ ଧାତୁ ତିଆରି ଖେଳନା ପରି ମନେହେଲା ।
ଲେଖିଛନ୍ତି: ବିକାଶ ପ୍ରକାଶ ଯୋଶୀ ।
ବିକାଶ ଯୋଶୀ ଜଣେ ଲେଖକ ଓ କମୁନିକେଶନସ୍ ପ୍ରଫେସନାଲ୍ । ଏଥିରେ ତାଙ୍କର ଆଠ ବର୍ଷର ଅଭିଜ୍ଞତା ରହିଛି । ବହୁତ କମ୍ ବୟସରୁ ସେ ଲେଖାଲେଖିରେ ଆଗ୍ରହ ଦେଖାଇ ଥିଲେ । ତାଙ୍କ ପ୍ରଥମ ଲେଖା ସେ ବିଦ୍ୟାଳୟରେ ଥିବା ସମୟରେ ଖବରକାଗଜରେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ଲେଖା ଗୁଡିକ ସହର, ରାଜ୍ୟ ଓ ଅନ୍ତର୍ରାଷ୍ଟୀୟସ୍ତରରେ ପ୍ରକାଶିତ ହେଇଥିଲା ଓ ସେ ସେଥିପାଇଁ ପୁରସ୍କୃତ ମଧ୍ୟ ହୋଇଥିଲେ । ତାଙ୍କର ଗଳ୍ପ ଗୁଡିକ ଅଠରଟି ଭାଷା ଓ ଚଉଦଟି ଦେଶରେ ପ୍ରକାଶିତ ହୋଇଛି ।