କବିତା

ଏମିତି ହୁଅନ୍ତାନି

Manmath Kumar Dalei's odia poem Emiti Huantaani

ଏମିତି ହୁଅନ୍ତାନି
ମାଗଣାରେ ଉପଲବ୍ଧ ହୁଅନ୍ତା
ପିଲାଦିନ ଫେରି ପାଇବାର ଆପଟିଏ

ଏମିତି ହୁଅନ୍ତାନି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏମିତି ହୁଅନ୍ତାନି
ଜୀବନର ଦୁଃଖ ଯନ୍ତ୍ରଣା ସବୁକୁ
ଚିପୁଡ଼ି ଚାପୁଡି ଫିଙ୍ଗି ଦେଇ ହୁଅନ୍ତା
ରାସ୍ତା କଡ଼ର ଡ୍ରେନକୁ
ପୂର୍ଣ୍ଣିମାର ଶବଳିତ ଚାନ୍ଦ ପରି
ଉଜ୍ଜ୍ୱଳ ଭବିଷ୍ୟଟିଏ ଖଞ୍ଜି ଦେଇ ହୁଅନ୍ତା
ଭାଗ୍ୟର ଅନ୍ଧକାର ଅନ୍ତରିକ୍ଷରେ ।

ଏମିତି ହୁଅନ୍ତାନି
କମ୍ପ୍ୟୁଟରରୁ ଫାଇଲ ଡିଲିଟ କଲାପରି
ଲିଭେଇ ହୁଅନ୍ତା ଶରୀରରେ ଲୁଚିଥିବା
ଯନ୍ତ୍ରଣା ଦାୟକ ବ୍ୟାଧିମାନଙ୍କୁ
ଭିଡିଓକୁ ପଜ କଲାପରି
ଅଟକେଇ ହୁଅନ୍ତା ମୃତ୍ୟୁକୁ
ନିଜ ଇଚ୍ଛାର ସୁକ୍ଷ୍ମ ଇଙ୍ଗିତରେ ।

ଏମିତି ହୁଅନ୍ତାନି
ଚୁଲିରେ ରଞ୍ଜା କାଠ ଜାଳିଲା ପରି
ଜଳେଇ ହୁଅନ୍ତା ଅହଂକାର ଘୃଣା ହିଂସା ଆଦି
ଯେତେସବୁ ତାମସିକ ଗୁଣ
ଅତର ପରି ସ୍ପ୍ରେ କରି ହୁଅନ୍ତା
ସତ୍ୟ ଶାନ୍ତି ପ୍ରେମ ଆଦି ସାତ୍ତ୍ଵିକ ଗୁଣ
ଦେହର କୋଣେ ଅନୁକୋଣେ ।

ଏମିତି ହୁଅନ୍ତାନି
ଆମ ହାତ ଖଞ୍ଜା ସ୍ବିଚ ଚିପୁ ଚିପୁ
ଆଖିରେ ଘୋଟି ଆସନ୍ତା ନିଘୋଡ଼ ନିଦ
ରାତି ବଢିବା ସଙ୍ଗେ ସଙ୍ଗେ
ଡେଣା ଫଡ ଫଡ କରି ଉଡି ବୁଲନ୍ତା
ନିଜ ଇଚ୍ଛା ମୁତାବକ ସ୍ବପ୍ନଟିଏ
ରଜନୀ ପାହିଲା ପର୍ଯ୍ୟନ୍ତେ ।

ଏମିତି ହୁଅନ୍ତାନି
ମାଗଣାରେ ଉପଲବ୍ଧ ହୁଅନ୍ତା
ପିଲାଦିନ ଫେରି ପାଇବାର ଆପଟିଏ
ମୋବାଇଲ ସ୍କ୍ରିନରେ ଅପ୍ସନ ଦେଉ ଦେଉ
ଆମେ ପାଲଟି ଯାଆନ୍ତୁ ସ୍କୁଲର ଛାତ୍ର
ମୁଣ୍ଡକୁ ହଲେଇ ହଲେଇ ଗାଇ ଯାଆନ୍ତୁ
ଆମେ ତ ଭାଗ୍ୟବାନ ପିଲାରେ
ଆଉ କେ ଆମପରି ଥିଲାରେ….

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top