କବିତା

ବାରୁଣୀ

Soubhagya Samal's odia poem Baruni

ବରଷକେ ଥରେ ପଡ଼ିଥାଏ ଯୋଗ
ପାପ ନାସିବାର ପାଇଁରେ
ଥରେ ବୁଡ଼ ଦେଲେ ବୈତରଣୀ ତୀରେ
ପାପ ଯିବ ତୋର ଧୋଇରେ !!

ବାରୁଣୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଚଇତ୍ର ପ୍ରକାଶିଲା ଫଗୁ ବୁଡ଼ଦେଲା
ଦଶାଶ୍ଵଘାଟକୁ ଦେଖରେ
କେତେ ବୁଦ୍ଧି ଜନ, ସାଧୁ, ସନ୍ଥ ପ୍ରାଣ
ମିଳିଥାନ୍ତି ଦୁଃଖ ହାରରେ !!

ଆସିଥିଲି ବନ୍ଧୁ ସାଙ୍ଗ ସାଥିରେ ମୁଁ
ଲୋଭ ଥିଲା ବଡ଼ ଯାତରେ
ଖରଦିଲି ଯେତେ ବାକି ରହିଗଲା
ବୁଲା ତା ରହିଲା ଅଧୁରେ !!

ବରଷକେ ଥରେ ପଡ଼ିଥାଏ ଯୋଗ
ପାପ ନାସିବାର ପାଇଁରେ
ଥରେ ବୁଡ଼ ଦେଲେ ବୈତରଣୀ ତୀରେ
ପାପ ଯିବ ତୋର ଧୋଇରେ !!

ଯମଦଣ୍ଡ ପାଇଁ ଡରିବି ନାହିଁ ମୁଁ
ସପ୍ତ ମାତୃକାର ଶରଣେ
ବ୍ରହ୍ମ କୁଣ୍ଡରେ ମୁଁ ସ୍ନାନ କରିଥିଲି
ବିରଜାଈ ପୂଜା ଅର୍ଚ୍ଚନେ !!

ବରାହ ଦର୍ଶନ ଯୋଗ ବି ମିଳିଲା
ତୃପ୍ତ ହେଲା ମନ ପରାଣ
ପାପ ତ୍ରାହି ଦେଲା ଦୁଃଖ ବି ଡ଼ରିଲା
ଉଡ଼ିଲା ଧରମ କେତନ !!

କୋଟିଏ ଶରୀର ଲୀନ ସେ ପୀଠରେ
ଓଁକାର ଶବ୍ଦର ନାଦରେ
ପୂର୍ଣ୍ଣତା ମିଳିବ ମର ଶରୀରକୁ
ବାରୁଣୀର ସ୍ଵର୍ଗ ଦ୍ୱାରରେ !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top