କବିତା

ଧୂଳି ଲଗା ସହର

Smruti Ranjan Parida's odia poem Dhooli Lagaa Sahara

ସେ ଅଳନ୍ଧୁ ପ୍ରସ୍ତର ଭିତରୁ
ଭାସି ଆସେ ଅନେକ ମଢ଼ର ଗନ୍ଧ
ସତେ ଅବା ପରିଚୟ ଧରି କେବେ
ଲଢୁଥିଲେ ଧର୍ମ ରକ୍ଷା ପାଇଁ

ଧୂଳି ଲଗା ସହର

ଧୂଳି ମଳି ଲାଗି ଲାଗି ଜମିଯାଏ,
ଏ ସହରରେ ପତଳା ଆସ୍ତର
ତା ମଧ୍ୟରେ ଅନେକ ଅନେକ ବାର୍ତା
ଅନେକ ଯେ ଅତୀତର କଥା
ଯେପରି ବା ରଦି ଘରେ ପୁରୁଣା ପୁସ୍ତକ
ଧୂଳି ଝାଡ଼ି ଦେଖି ଦେଲେ
ଦୁର୍ଗନ୍ଧ ଆସେ କିମ୍ପା
ଏ ସହର ଗଳିରୁ ଗଳିରୁ
ପଚି ସଢ଼ି ହଜିଯିବ ଶବ ଗୁଡା ଦିନ ସରୁ ସରୁ ।

ସେ ଅଳନ୍ଧୁ ପ୍ରସ୍ତର ଭିତରୁ
ଭାସି ଆସେ ଅନେକ ମଢ଼ର ଗନ୍ଧ
ସତେ ଅବା ପରିଚୟ ଧରି କେବେ
ଲଢୁଥିଲେ ଧର୍ମ ରକ୍ଷା ପାଇଁ
ଅଜି ଏତେ ଦିନ ପରେ
ସେ ଦେହରେ ପରିଚୟ ନାହିଁ
ନାହିଁ ସେହି ହତ୍ୟା କାରି ପଣ
ନାହିଁ ହତ୍ୟା କରିବାକୁ ବଳ ।

ଏ ସହର ଅନ୍ଧାରି କୋଣରୁ
ନିତି ସାନ୍ଧ୍ୟ ବେଳେ ଏକ ନୂତନ ଚିତ୍କାର
ପୁଣି ସକାଳର ଏଇ କୁହୁଡି ଭିତରେ
ନିତି ଝୁଲୁଥାଏ ନୂଆ ନୂଆ ଶବ କାର
ନିତି ହୁଏ ଏଠି ବଳାତ୍କାର
ଏସହରେ ହଜିଗଲା ଅନେକ ନିର୍ଭୟା ଦେହ,
ଭିଜିଗଲା ଏମାଟିରେ ଅନେକ ଦାମିନୀ ଲୁହ
ଅଦାଲତେ ଘାଟା ହେଲା ନ୍ୟାୟର ବେପାର ।

ଗନ୍ଧ ଆସେ ନୂଆ ପରବର
ନେତା ମନ୍ତ୍ରୀ ପୂଜା ପରେ ଜନତାର ବଳି
ରକ୍ତାକ୍ତ ଯେ ଭ୍ରଷ୍ଟାଚାରୀ ମୁଁହ
ଏ ସହର ଭାରି ଭୟଙ୍କର
ଭୟର ଶାସନ ଚାଲେ ଭୟରେ ମଣିଷ ବୁଲେ
ଶବ୍ଦ ଟିଏ ପାଇଁ କାହଁ ନାହଁ ତ ସାହାସ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top