ବନ ମହୋତ୍ସବ ବୃକ୍ଷ ରୋପଣ
ମାଆ ପାଇଁ ଗୋଟେ ଗଛ
ବୃକ୍ଷ ହିଁ ଦେବତା ବୃକ୍ଷ ହିଁ ଜୀବନ
ସ୍ଲୋଗାନଟି ଭାରି ଶ୍ୱାସଛ । [୧]
ଦଳ ବଳ ଧରି ଗଛ ଲଗାଉଛ
ଆସିଲେ ବର୍ଷାର ଋତୁ
ଗଛଟିଏ ପୋତି ଫୁଟି ଉଠିବାକୁ
ମନ ଭାରି କୁତୁକୁତୁ । [୨]
ଗଛ ପୋତିଦେଇ ପାଣି ଟିକେ ଢାଲି
ନେତାଏ ଯାଆନ୍ତି ଚାଲି
ମରିଛୁ କି ଆମେ ବଞ୍ଚିଛୁ ଦେଖିବା
ସମସ୍ତେ ଯାଆନ୍ତି ଭୁଲି । [୩]
ଆମ ଚାରିପଖେ ନଥାଏ ଗୋରାଡା
କିମ୍ବା କଣ୍ଟାର ବାଡ
ଗୋରୁ ଗାଇ ଛେଳି ନିଦଉନ୍ଦରେ ଆସି
ଛୋବାନ୍ତି ଆମର ନାଡ । [୪]
ସବୁ ବରଷ ତ ଗଛ ଲଗାଉଛ
ଜଙ୍ଗଲ କେଉଁଠି କହ
ଟାଙ୍ଗରା ଭୂଇଁ ତ୍ ସବୁଆଡେ ପଦା
ଖରା କାଟେ ଡହ ଡହ । [୫]
ଏ ବରଷ ଗଛ ଆଗାମୀକୁ ନାଇଁ
ଜମା ନେଉନହି ଯତ୍ନ
ତୁଚ୍ଛାତରେ ଫି ବରଷ କରୁଛ
ବୃକ୍ଷ ରୋପଣର ନାଟ । [୬]
ଏ ଜୀବଜଗତ ବଞ୍ଚିବାକୁ ହେଲେ
ଲଗାଅ,ବଞ୍ଚାଅ ଗଛ
ନେଡି ଗୁଡ଼ କହୁଣୀକୁ ବୋହିଲାନି
ଝୁରି ହେବ ଆଗ ପଛ । [୭]

Kumar bd
April 16, 2025 at 9:42 pm
Ankit go ahead
Ak
April 16, 2025 at 9:41 pm
Wow
KUMAR NAHAI
March 21, 2025 at 10:37 am
kan heichi mA
subhiak
March 21, 2025 at 10:33 am
best of luck
pupun sutar
March 21, 2025 at 10:31 am
aau amiti sachetana llekha jaldi ana
bunty sahu
March 21, 2025 at 10:30 am
mo bhai mast heichi lagi ruha
babul
March 21, 2025 at 10:21 am
wow ankit sir lekha must heichi
abita sahoo
March 19, 2025 at 9:37 pm
Bahut badhia heichi