କବିତା

ଗୀତ ଗୋବିନ୍ଦ

Prasanta Kumar Behera's odia poem Geeta Gobinda

କିଏ ବା ଖୋଜୁଛି
ସେ ପ୍ରୀତି ପ୍ରେମ ମଧୁ,
କିଏ ବା ଚାହୁଁଛି ଗୋପ ମାଧୁରୀ,

କାହିଁ ରାଧା
କାହିଁ ତା ପ୍ରେମସୁଧା,
କାହିଁ ଝରୁଅଛି ରତି ପିୟୁଷ,

କାହିଁ ନବଘନ
ମୋହନ ସୁନ୍ଦର,
କାହିଁ କୁଞ୍ଜବନ ରାସରସ ?

କିଏ ବା ଖୋଜୁଛି
ସେ ପ୍ରୀତି ପ୍ରେମ ମଧୁ,
କିଏ ବା ଚାହୁଁଛି ଗୋପ ମାଧୁରୀ,

ଶୁଣ ସଖି ଶୁଣ
ସେ ମଧୁ ଝରାଉଛି
ତମ ଜବାରଙ୍ଗୀ ଓଠ ବଲ୍ଲରୀ ।

ତମେ ମୋର ରାଧା,
ମୋ ସହସ୍ର ଗୋପୀକା
ତମେ ଗୋପଦାଣ୍ଡ ରତି ଉଲ୍ଲାସ,

ତମ ତନୁ
ମୋର ତୀର୍ଥ ପୁଲିନ,
ମୋ ବିଧୁର ଜୀବନ ବିଳାସ ।

ଚାହିଁ ଦେଖ ଆଗୋ
ବାସନ୍ତୀ ହିଲ୍ଲୋଳେ,
ଆଜି ଏ ଲଗନେ ଲହରେ ଗୀତଗୋବିନ୍ଦ,

ମୁଁ ଖୋଜୁଛି
କେଉଁଠି ଅଛି ସେ ବୃନ୍ଦାବନ
ଯହିଁ ରଚିବା ଆମେ ଆମ ରାସ ବିନୋଦ ।।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top