ଅକିଲା ଧନଞ୍ଜୟ ନାମେ ଖ୍ୟାତ ହୋଇ
ଦେଶରେ ଲାଗୁଥିବା ଛୋଟ ବଡ଼
କଳଙ୍କ, ଏଇ ହାତ ପାପୁଲିରେ
ଛଡ଼ାଇ ସଜାଡୁଥିଲା, ସୁଗନ୍ଧିତ ପୁଷ୍ପର
ମହକରେ ସ୍ୱଦେଶୀଙ୍କ ମନ ।
ଷ୍ଟୁଆର୍ଟ ବ୍ରଡର ସାଥିରେ
ନା ଥିଲା ତାର କେବେ ଦେଖା ନା କଥା,
ଖରାପ ଲେନ୍ଥର ବଲ୍ ଯୋଡ଼ି ଦେଲା ତା ନାମ
ବ୍ରଡ ଓ ଦାନଭାନ ସହିତ ଅଚାନକ
ସ୍ୱଜନଙ୍କ ପ୍ରୀତି ଭରା ଦୃଷ୍ଟି ।
ବଲ ଫିଙ୍ଗିବାର କଷ୍ଟଠୁ ବେଶୀ ଜୋରରେ
ଆଘାତ ଦେଉଛି ତାର ଅସ୍ତିତ୍ବ ଆଉ ମନ,
କୋଚ୍ ପାଖେ କ୍ୟାଚ୍ ମିସ୍ ବାହାନା ମାତ୍ର …. !
