କବିତା

ଛାଇ ପରି କେହି

Susanta Kumar Dalei's odia poem Chhai Pari Kehi

ତଥାପି ବେଳେବେଳେ ତାର ମନେପଡ଼େ ତୋ କଥା
ଫେରି ଆସି ମୋତେ କୁହେ ‘ଚାଲ ଯିବା କ୍ଷେତ୍ର ଯିବା “

ମୋ ସହ ଯିଏ ଧାଉଁଥିଲା ଆଜି ଯାଏଁ
ତାକୁ ଏତେ କଲବଲ କରି ଫେରେଇଲୁ
ସେ କଣ କାଠରେ ତିଆରି ହୋଇଛି ଯେ ଜାଣି ପାରିବନି ତୋ ମନ କଥା
ନା ଘର ଛାଡି ବୁଲି ବାହାରିଲେ
ଲୋଡ଼ା ତାର ସୁନାର ମୁକୁଟ..
ତାକୁ ବହୁତ ବୁଝେଇଲି..
କହିଲି ଯାହା ପାଇଁ ଏତେ ଲୁହ ତୋ ଆଖିରେ ସେ ସେମିତି ନୁହେଁ ଯେମିତି ଦିଶେ ଦୂରରୁ..
ହେଲେ ସେ କୋଉ ଶୁଣିଲା ଯେ ମୋ କଥା..
ରଥ ନ ଟାଣି ଥିଲେ ବି
ଭାବୁଥିଲା କିପରି ଥରୁଟିଏ ଟାଣିନେବ ବୋଲି
ତାର ବି ଇଛା ଥିଲା
ମହୋଦଧି ରେ ବୁଡଟେ ମାରିବ
ବଡ଼ ଦାଣ୍ଡ ରେ ନେତ କୁ ଚାହିଁବ
ଅଭଡ଼ା ଖାଇ ଟଙ୍କ ତୋରାଣି ପିଇବ
ବାଇଶି ପାବଛେ ଗଡିବ..
ହେଲେ ଏବେ ସେ ମୋ ଠାରୁ
ଚାଲିଗଲାଣି ଅନେକ ଦୂରକୁ
ତାକୁ ଥରେ ଡାକିଲୁନି ବୋଲି ମୁହଁ ମୋଡ଼ି ଚାଲିଗଲା
ତଥାପି ବେଳେବେଳେ ତାର ମନେପଡ଼େ ତୋ କଥା
ଫେରି ଆସି ମୋତେ କୁହେ ‘ଚାଲ ଯିବା କ୍ଷେତ୍ର ଯିବା ”
ସେତେବେଳକୁ ନା ମୋ ପାଖେ ଥାଏ ସମୟ ନା ଅର୍ଥ ନା ମନଟିଏ ତା ପରି….

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top