ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ଆରେ ବାବାରେ ବାବା, କେତେ ବଡ ଯାତ୍ରା ପାର୍ଟିରେ ହିରୋଇନ ତମେ ? କି ଡାଇଲଗ୍‌ ମ ! କଣ ଏସବୁ ତମ ପଢା ବହିରେ ଅଛି ନା ତମ ପାଇଁ ସ୍ଵତନ୍ତ୍ର ପାଠ ବହି ଅଲଗା ମିଳିଛି ?

ତନ୍ମୟ ତପସ୍ୟା

ପୂର୍ବରୁ

ଆରାଧ୍ୟା କଲେଜରୁ ଫେରୁଥିଲା । ଦଳବାନ୍ଧି ଆସୁଥିବା ପିଲାଙ୍କ ଭିତରେ ଅମିତ୍‌ ଥିଲେବି ଟିକେ ଦୂରରେ ରହି ଧୀରେ ଚାଲୁଥିଲା । ଆରାଧ୍ୟାକୁ ଦେଖୁ ସେ ବୋଧହୁଏ ଦଳରୁ ନିଜକୁ ଏକୁଟିଆ କରି ନେଉଥିଲା ।

ଆରାଧ୍ୟା ଏକୁଟିଆ ଆଗକୁ ଯାଉଥିଲେ ବି ଅମିତ୍‌ ସହ କଥା ହବାର ଲାଭକୁ ଛାଡି ପାରୁନଥୁଲା । ଦଳକଯାକ ପିଲା ନିଜ ଭିତରେ ଠେଲାପେଲା ଓ ହସାହସି ହୋଇ ସାଇକେଲ ଗଡେଇ ନେଇ ଯାଉଥିଲେ । ଜଣେ କିଏ ସାଇକେଲ ଚଢି ଚାଲିଯିବାରୁ ପରେ ପରେ ସମସ୍ତେ ସାଇକେଲ ଚଢି ଆଗକୁ ଚାଲି ଗଲେ । ଅମିତ୍‌ ସିଧା ଆସି ଆରାଧ୍ୟା ପାଖରେ ପହଞ୍ଚିଗଲା । ଅଟକି ଗଲା ଆରାଧ୍ୟା ।

“ଆଉ ଖୁବ୍‌ ବେଶୀରେ ମାସଟେ ପରେ କଲେଜ ବନ୍ଦ ହୋଇଯିବ ନା ? ପଚାରିଲା ଆରାଧ୍ୟା

ହଁ ବନ୍ଦ ହେବ । “ତମ ମନ ତ ଖୋଲା ଥବ ନା ମୋ ପାଇଁ ? ମୁଁ ମନରେ ଯିବା ଆସିବା କରୁଥୁବି ! ଅସୁବିଧା କଣ ? ଅମିତ୍‌ କହିଲା ।

ରାଗିଗଲା ଆରାଧ୍ୟା । ତମେ କିଛି ବୁଝନା କି ବୁଝିବାକୁ ଚେଷ୍ଟା ବି କରନା । ଦେଖ, ଏତେ ଦିନ କଲେଜ ବନ୍ଦ ହେଲେ, ଦେଖା ସାକ୍ଷାତ, ଆମର ସମ୍ପର୍କ, ସ୍ୱପ୍ନ ସବୁ ତ … |”

ଅମିତ୍‌ ଠୋ ଠୋ ହୋଇ ହସିରା । ନିଜ ଭପରେ ଭରସା ରଖି ତା ସହ ଦୟାକରି ମୋତେ ବିଶ୍ୱାସ ଭିତରେ ରଖିଥାଅ । ଭାରି ଖରାନା ? ତମ ନାକ ଅଗରେ ଝାଳବିନ୍ଦୁ ! ଆରାଧ୍ୟା ମୁହଁ ଓଢ଼ଣୀରେ ପୋଛି ନେଇ ମୁଣ୍ଡ ଟୁଙ୍ଗାରିଲା ।

‘ଭବିଷ୍ୟତ କର୍ମପନ୍ଥା ବାବଦରେ କିଛି ଭାବିଲଣି ଅମିତ୍‌ ? ‘ ।

– ‘ଆରେ ବି କମ୍‌ ସୋଟେ ପାଠ ନା ଅସରପା ଗୋଟେ ଚଢ଼େଇ ! ଆଗକୁ ଏମ୍‌.କମ୍‌, ଏମ ବିଏ, କଷ୍ଟିଙ୍ଗ କି ଚାଟାର୍ଡ ଭଳି କିଛି ବାଟ ନ ଧରିଲେ କଣ ସରକାରୀ ଘରେ କିରାଣୀ ବେସରକାରୀ ସଂସ୍ଥାରେ ଶ୍ରମିକ ନେତା ହୋଇ ରାଜନୀତି କରିବି ? ତମକୁ ନିଜର କରିବାକୁ ହେଲେ , ଆଉ ସବୁକୁ ପଛ କରି ନିଜର ଲକ୍ଷ୍ୟ ପାଇଁ ଏବେ ତହୁଁ ହିଁ ସାଧାନା କରିବାକୁ ହେବ । ଏସବୁ କରିବା ଭିତରେ ବାପାଙ୍କର ସୁଧାର ଝିଅ ହୋଇ ଅନ୍ୟକାହା ପାଇଁ କନିଆଁ ସାଜି ବେଦିରେ ବସି ଯିବନି ତ ?’

‘ତମର ଏ ଫେଚକାମି କଥା ମୋତେ ଆଦୌ ଶୁଣିବାକୁ ଭଲଲାଗୁ ନାହିଁ । ଜାଣିଚ ନା ? ବାପା ତମ ମୋ ବିଷୟରେ କାହାଠୁଁ କେଉଁଠି କଣ ଶୁଣିଲେ କେଜାଣି, ବେଶ୍‌ କଡା ମିଠା ଦୁଇପଦ ମୋତେ ଶୁଣାଇଛନ୍ତି ଯାହା କରିବା କଥା ଶୀଘ୍ର କର ।’

‘ଠିକ୍‌ ଅଛି ତାହେଲେ ଗୋଟେ କାମ କର । କଷ୍ଟିଂ, ଚାଟାର୍ଡ ଆକାଉଟାଣ୍ଟ ଆଉ ଏମ୍‌ବିଏର ସବୁ ବହିପତ୍ର ଆଣି ବାଟି ଘୋରି ମୋତେ ପିଆଇ ଦିଅ । ମୁଁ ରାତି ଦୁଇରାତି ଭିତରେ ସବୁ କ୍ଵାଲିଫାଏ କରି ଚାକିରୀ କରିନେବି । ତାପରେ ସିଧା ତମକୁ ଦିଲ୍ଲୀ ଉଡେଇ ନେଇଯିବି ।,

‘ମୁଁ ଯାଇଛି ତମର ଏବାଚାଳାମିକୁ ଶୁଣିବାକୁ ମୋର ବେଳ ନାହିଁ ।’

-‘ଭାଗଳି ରାଜକେମା, ସବୁ ଠିକ୍‌ ହେବ । ନିକ ଭପରେ ଭରସା ରଖ ଓ ଆମ ଭଲ ପାଇବା ଉପରେ ଭରସା ରଖ । ଅମିତ୍‌ ଚୌଧୁରୀ ଉପରେ ବିଶ୍ଵାସ ଓ ଭରସା କଷ୍ଟ କରି ରଖ ଦେଖିବ, ସବୁ ଠିକ୍‌ ହେଇଯିବ ।’

– ` ମୁଁ ଚାଲିଲି | ଡେରି ହେଲେ ନାନା ମିଛ କୈଫିୟତ ଦେବାକୁ ପଢିବ ।’

– ‘ତମେ କେଇଁ ଯୁଗର ଝିଅ ଆରାଧ୍ୟା ? ତମ ଭିତରେ ଏତେ ଭୟ, ଅସ୍ଥିରତା ? ଆତ୍ମ ବିଶ୍ୱାସ ଆସୁନି କାହିଁକି ?

ଘରର ଚଳଣି, ଆର୍ଥିକ ସ୍ଥିତି, ପରିବାରର ପରମ୍ପରା ତଥା ମାଆ ମାନଙ୍କର ଦୃଷ୍ଟିକୋଣ ଉପରେ ଘରର ଝିଅମାନେ ପିଲା ଦିନରୁ ଚାଲି , ବଢି ଥାନ୍ତି । ତାଙ୍କ ଭିତରେ ତାଙ୍କ ଅଜଣାରେ ଧର୍ମ ବିଶ୍ବାସ ନାମରେ ଅନେକ ଅନ୍ଧ ବିଶ୍ବାସ ଓ କିଛି ଭୁଲ ଧାରଣା ବି ବଢ଼ୁ ଥାଏ ରକ୍ଷଣଶୀଳତା, ସଙ୍କୋଚ ତାରି ଭିତରେ ଥାଏ । କାରଣ ଆମ ସମାଜରେ ପୁଅ ମାନଙ୍କୁ ବଢ଼ାଇବାରେ ବାପା ମାଆମାନେ ହାତଖୋଲା ତ ମନ ବି ଖୋଲା । ତେଣୁ ସେମାନେ ଳଗାମ ଛଡା । କୌଣସି ନୀତି ନିୟମ ବାରଣରେ ସେମାନେ ନଥାନ୍ତି । ବରଂ ପ୍ରତି ପଦପାଦରେ ଝିଅମାନଙ୍କୁ କଟକଣାକୁ ହୋଲସେଲିଂ ରେଟ୍‌ରେ ଧରେଇ ଦେଇ ଥାଆନ୍ତି । ବାସ ସେମାନେ ନୁହଁ ମୁଁ ବି ସେଇଭଳି ପରିବେଶରେ ଜନ୍ଜିଛି ଅମିତ୍‌ । ତମ ଆଖିରେ ଏଇନେ ଝାନ୍‌ସି ରାଣୀ ହୋଇଯାଏ ବୋଲି ଆଶା ରଖୁଚ। ତାହା ବର୍ତମାନ ପାଇଁ ନା ବିବାହ ପରେ ତମର ଏଇ ମନ ମାନସିକତା ରହିବ ?’

‘ଆରେ ବାବାରେ ବାବା, କେତେ ବଡ ଯାତ୍ରା ପାର୍ଟିରେ ହିରୋଇନ ତମେ ? କି ଡାଇଲଗ୍‌ ମ ! କଣ ଏସବୁ ତମ ପଢା ବହିରେ ଅଛି ନା ତମ ପାଇଁ ସ୍ଵତନ୍ତ୍ର ପାଠ ବହି ଅଲଗା ମିଳିଛି ?’

– ‘ନା ସେମିତି କିଛି ମୋ ପାଇଁ ଲେଖା ଯାଇନି କି ଲେଖା ସମ୍ଭବ ନୁହେଁ | ମାତ୍ର ଯିଏ ଯେଉଁ ରୁଚି, ସ୍ଵଭାବ ଆଉ ଚରିତ୍ରର ମଣିଷ, ସେ ସେହିପରି ଆଦର୍ଶକୁ ଆଦରିନେବ | ତମେ କୁହ ମାଂସ ହି ବାଘର ଖାଦ୍ୟ । ଯଦି ମାଂସ ନମିଳିଲା ସେ ଭୋକରେ ରହିବେ ନା ଭୋକ ଏଡାଇବାକୁ ଯାଇ ଘାସ ଖାଇବ ? ଏମିତି କି ଘୁଷୁରୀ କୁ ପାଚିଲା କଦଳୀ ଦେଲେ ବି ସେ ତା ଖାଦ୍ୟ ଶୈଳୀକୁ ବଦଳାଇବକି ? ତେଣୁ ପିଡ଼ି ପିଡ଼ି ଗଡି ଆସିଥିବା ଶିକ୍ଷା ସଭ୍ୟତାର ବିକାଶ ସେତିକି ବେଳେ ହୁଏ ଯେତିକି ବେଳେ ମଣିଷର ମାନସିକତାର ପରିବର୍ତନ ଘଟେ । ବର୍ତମାନତ ପରିବର୍ତ୍ତନର ଧାରା ଧୀରେ ଧୀରେ ବଦଳିବାରେ ଲାଗୁଛି । ଯେମିତି ଜେଜୀମା, ମାଆଙ୍କର ଜୀବନ ଶୈଳୀଠୁଁ ଏବର ଝିଅମାନଙ୍କର ଶିକ୍ଷା, ସ୍ଵାଧୀନତା ଆଉ ଚଳଣୀରେ ଦ୍ରୁତ ପରିବର୍ତ୍ତନ ହେବାରେ ଲାଗିଛି । ତଥାପି ଆମ ତମ ପରିବାରରେ ଝିଅଟିଏ ପାଇଁ ଇଚ୍ଛା ମୁତାବକ କିଛି କରିବାର ସ୍ଵାଧୀନତା ଏଯାଏ ଆସିନି । ତାର କାରଣ କେବଳ ବର୍ତମାନ ଅପଥରେ ଯାଉଥୁବା ଯୁବ ସଂପ୍ରଦାୟକଙ୍କର ମତ ମନ୍ତବ୍ୟ, ଔଦ୍ଧତ୍ୟ ତଥା ଗଣ ଓ ଜଣ ଦୁଷ୍କର୍ମ ଦାୟୀ ବୋଲି ମୁଁ କହିବି। ତେଣୁ ଝିଅର ବାପା ମାଆମାନେ ପ୍ରତି କଥାରେ ଭୟଭୀତ ଓ ଆତଙ୍କିତ । ଯେଉଁ । କାପୁରୁଷ ନିର୍ଲଜମାନେ ଏହିପରି ଅବିବେକି କାର୍ଯ୍ୟରେ ଲିପ୍ତରହୁଛନ୍ତି ସେମାନେ ସମସ୍ତଙ୍କ ପାଇଁ ଗଳଗ୍ରହ । ପରିବାର ପାଇଁ ତ ପ୍ରଶାସନ ପାଇଁ ବି ମାତ୍ର ସମାଜରେ ସେମାନେ ଦଣ୍ଡ ପାଇଲେବି, ବଞ୍ଚୁଛନ୍ତି । ବାହାସାହା ହୋଇ ଛାତି ଫୁଲେଇ ଜୀବନ ବଞ୍ଚୁଛନ୍ତି । ମାତ୍ର ଯେଉଁ ଝିଅଟି ଜୀବନରେ ଏପରି ଅଘଟଣ ଘଟିଯାଏ, ତାକୁ କିଏ ନ୍ୟାୟ ଦିଏ । ଅନ୍ୟମାନଙ୍କ କଥା ଛାଡ, ପୁର୍ବପରି ନିଜ ବାପା ମାଆ ସ୍ନେହ ଆଦର ଦେଖାଇବେ କି ? କେଉଁ ସମାଜ ସୁଧାରକ ସହଯୋଗର ଲମ୍ବାହାତ ବଢେଇ ଦେଇ ସଂସାର ବାନ୍ଧିବାର ସ୍ଵପ୍ନକୁ ସଫଳ କରିବ ହ ତମେ କୁହ ସେ ପିଡିତା ଝିଅଟି ଯିଏ ଦୁଷ୍କର୍ମର ଶୀକାର ହେଲା, ତାର ଦୋଷ କଣ ? ସେ ୟାପରେ ଆତ୍ମହତ୍ୟା କରିବ ନା ଆତ୍ମରକ୍ଷା ?

– ‘ମୋ ମୁଣ୍ଡ ଗରମ ହୋଇଗଲାଣ ମୋ ଗ୍ରାଣ୍ଡ ଗ୍ରାଣ୍ଡ ଗ୍ରାଣ୍ଡ ମଦର ଆରାଧ୍ୟା । ଘର ପାଖେଇ ଆସିଲାଣି । ତମେ ଯାଅ । ହଁ ରିଏଲି, ଆଇଆମ୍‌ ପ୍ରାଉଡ ଅଫ୍‌ ମାଇଁ ଲଭ୍‌ ଏଣ୍ଡ ପ୍ରାଉଡ଼ ଅଫ ଇୟୋର ଆଟିଚ୍ୟୁଉଡ ଥ୍ୟାଙ୍କସ ।’

ଅମିତ୍ ର ସାଇକେଲ ଆରାଧ୍ୟାର ଦୃଷ୍ଟି ଅନ୍ତରାଳକୁ ଗଡିଗଲା ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top