ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ସେଦିନ ଦି ‘ଭଉଣୀଙ୍କ ଆଖୁରେ ସାତ ରଂଗର ସ୍ଵପ୍ନ । ଜଣେ ନିଜର ପ୍ରେମକୁ ପାଇବା ସ୍ଵପ୍ନରେ ବିଭୋରତ ଅନ୍ୟ ଜଣେ ନୂଆ ପଥରେ ପାଦଦେଇ ନୂତନ ଜୀବନ, ଆତ୍ମ ନିର୍ଭରଶୀଳ ହେବାସ୍ଵପ୍ନକୁ ନେଇ ଆଶାବାଦୀ । ଆରାଧ୍ୟା କଡ ଲେଉଟାଇ ଶୋଇଲା ତା ଅପାକୁ ପିଠି କରି ।

ତନ୍ମୟ ତପସ୍ୟା

ପୂର୍ବରୁ

ବାପାଙ୍କ ଖାଇବା ଟେବୁଲ ପାଖରେ ବିପ୍ଳବ ଆସିବା ଓ ତାଙ୍କ ହୋଇଥବା ପ୍ରସ୍ତାଵ ବିଷୟରେ କହିଥିଲା ବିଦ୍ୟା । ମାଆ ବି ଠିଆ ହୋଇଥିଲା ବାପାଙ୍କ ପାଖରେ । ଏକଥା ମଧ୍ୟ କହିବାକୁ ଭୁଲିନଥିଲା ଯେ ବିପ୍ଲବ କହିଛନ୍ତି ମଉସା ମାଉସୀ ରାଜି ହେଲେ ସେ ସେହି କମ୍ପାନୀରେ ଯାଇ କଥାବାର୍ତ୍ତା କରିବ । ପ୍ରାୟ ଚାକିରୀ ହେଇଯିବ ଯାହା ବିପ୍ଲବଙ୍କ କଥାରୁ ଆଭାସ ମିଳୁଥିଲା । ଏକଥା କହିଲା ବେଳେ ବିଦ୍ୟା ଏଥର ସିଧା ତା ବାପା ମୁହଁକୁ ଚାହିଁ କହୁଥୁଲା ।

ବାପା ଗମ୍ଭୀର ଥିଲେ । ଖାଇ ସାରିବା ପର୍ଯ୍ୟନ୍ତ ଚୁପ୍‌ ଥିଲେ । ବିଦ୍ୟା ଆଉଥରେ ତା ଚାକିରୀ ବିଷୟରେ ପରାରୁଥିଲା ବାପାଙ୍କ ସାମ୍ନାରେ ଠିଆ ହୋଇ । ତା ଚାହିଁବାରେ ଗୋଟେ ନୂଆ ସ୍ଵପ୍ନ ଝଲ୍‌ସୁଥୁଲା । ବଞ୍ଚିବା ପାଇଁ ଗୋଟେ ସୁନ୍ଦର ସ୍ଵାବଲମ୍ବୀ ହେବାର ମୁଗ୍ଧ ଦୃଷ୍ଟି । ଏଥର ମୁହଁ ଧୋଇ ବିଦ୍ୟା ବାପା ମୁହଁ ଖୋଲିଲେ, “ବିପ୍ଲବକୁ ଫୋନ କର | ସେ ମୋ ସାଙ୍ଗରେ ଟିକେ କଥାବାର୍ତ୍ତା କରୁ କଣ କରାଯାଇପାରେ ମୁ ଚିନ୍ତା କରିବି । ଖାଲି ଚାକିରୀ ଟା ଯଦି ମିଳିଯାଏ ଅନେକ କଥା ଯେ, କିନ୍ତୁ ତା ଭିତରେ ସବୁ କଥା ନାହି । ମୁଁ କଥାହେଲା ପରେ କହିବି ? ହେଲା ? ”

ସମସ୍ୟା ସମାଧାନ ହେଲା ନାହିଁ । ଝୁଲି ରହିଲା ଆଶା ଆଶଙ୍କା ମଝିରେ । ରାତିରେ ପୁଣି ଶୋଇବା ବେଳେ ଆରାଧ୍ୟା ତା ଅପାକୁ ପରାମର୍ଶ ଦେଉଥିଲା’ ‘ତୁ ବାପାଙ୍କ କଥା ଭପରେ ଏତେ ଧ୍ୟାନ ଦେନା ଅପା । ବାପା ହିସାବରେ ତୋ ସୁରକ୍ଷା ପ୍ରତି ଧାନ ଦେବା ଏଟା ତାଙ୍କ କର୍ତ୍ତବ୍ୟରେ ଯିବ । ବାପାଙ୍କ ଭାଷାରେ ତୋ ପାଇଁ ଇଏ ଅନେକ କଥା ହୋଇପାରେ, ଏହା ତୋ ପାଇଁ ଆଦୌ ସବୁ କଥା ନୁହେଁ | ଠିକ୍‌ ସମୟରେ ଠିକ୍‌ କଥାଟା ନକହିଲେ, ନିଜର ମତ ଓ ସ୍ୱର ନଉଠାଇଲେ ସବୁ ଦିନକୁ ବାପା ମାଆଙ୍କ ଘେରରେ ଗୋଟେ ପଶୁପରି ତାଙ୍କର ବୋଝ ହୋଇ ତାଙ୍କରି ଘେରରେ ରହିବୁ । ଏବଂ ବାପା ମାଆଙ୍କ ଅନ୍ତେ ଏ ଘରର ଗରକାନ୍ଥ ଘେରରେ ପୋଷା ପ୍ରାଣୀଟିଏ ରହିଯିବୁ । ଚାରିକାନ୍ଥ ଘରର ଘେର ବଡ ବିପଦ ଅପା । ଏକା ରହିବାଟା ଅନେଳ ବିପଦକୁ ନିମନ୍ତ୍ରଣ କରେ । ଯାହା ହେଲେ ବି ତୁ ମୋତେ ଆଗ କହ, ବିପ୍ଲବ ଭାଇ ତୋର ଜଣେ ବିଶ୍ଵାସୀ ବନ୍ଧୁତ ତ ?”

ବିଦ୍ୟା ଆରାଧ୍ୟା ମୁହଁ କୁ ଚାହି ପାଟି ଖୋଲିଲା, “କାହାକୁ ବିଶ୍ଵାସ ଅବିଶ୍ୱାସ କରିବି ମୁଁ ଜାଣି ପାରୁନି । ମୋ ଜୀବନରେ ଶୋଭନଙ୍କୁ ହାତଛଡା କରିବା ପରେ ଶ୍ରୀକାନ୍ତ ପୃଥିବୀରେ ପ୍ରବେଶ ଗୋଟେ ଅବିଶ୍ୱାସ ପୃଥିବୀରେ ରହିବାର ଦୁର୍ଯୋଗ ଆଣି ଦେଲା । ସେମାନେ ସମସ୍ତେ ଅଦୃଶ୍ୟ । ବିପ୍ଳବ ମୋର ଜଣେ ବନ୍ଧୁ କେବଳ । କଲେଜରେ ଯେଉଁ ହାତ ଗଣତି ସତ୍‌ ବନ୍ଧୁ ଥିଲେ ଓ ଅଛନ୍ତି ବିପ୍ଲବ ଜଣେ । କାରଣ ମୁଁ ଶୋଭନଙ୍କୁ ଭଲ ପାଉଛି, ଏକଥା ଜାଣିଲାପରେ ସେ ପୂର୍ବପରି ମୋ ସହ ବନ୍ଧୁତା ରଖୁଥୁଲେ । ଶୋଭନଙ୍କୁ ଈର୍ଷା ବା ମୋ ପ୍ରତି ତାଙ୍କର ଶାରିତ୍ତିକ ଦୁର୍ବଳତା ମୁଁ ଲକ୍ଷ୍ୟ କରି ନାହିଁ କେତେବେଳେ । ବାପାଙ୍କର ଶୋଭନଙ୍କୁ ନାପସନ୍ଦ କରିବା ଓ ଶ୍ରୀକାନ୍ତ ସହ ବାହା ହବାକୁ ଜିଦ୍‌ ଧରିବା ସେ ଜାଣି ମୋତେ ବାପାଙ୍କ କଥାକୁ ସମ୍ମାନ କରି ବାହା ହେବାକୁ -ବୁଝାଇ ଥୁଲେ । ମୋର ସ୍ଵପ୍ନ ଭାଙ୍ଗି ଯାଇଛି ସେ ପାଇଁ ମୋତେ ସମବେଦନା ଜଣାଉଥୁଲେ ବି ବାପାଙ୍କ ଆଗରେ ଶୋଭନଙ୍କ ସପକ୍ଷରେ ଯୁକ୍ତି ବାଢିପାରୁ ନଥୁଲେ । ମୋଟ ଉପରେ ମୋର ସତ୍‌ ବନ୍ଧୁଟିଏ ହୋଇ ସବୁ କ୍ଷେତ୍ରରେ ଠିଆହୋଇଛନ୍ତି । ଆଉ ଯଥା ସମ୍ଭବ ସାହାଯ୍ୟ କରି ଆସିଛନ୍ତି । ଶ୍ରୀକାନ୍ତଙ୍କ ସହ ବିବାହ ବିପର୍ଯ୍ୟୟପରେ ସେ ଥରେ ଦୁଇଥର ଆମ ଘରକୁ ଆସିଛନ୍ତି । ଖାଲି ମୋତେ ଶାନ୍ତ୍ଵନା ଦେବାପାଇଁ, ମୋତେ ଧୈର୍ଯ୍ୟ ଧରିବାକୁ ଓ ସାହାସୀ ହେବାକୁ ପରାମର୍ଶ ହେଉଥ୍ବଲେ । ଅନେକ ଦିନ ପରେ ମୁଁ ମାନସିକ ସ୍ତରରେ ସୁସ୍ଥ ଥିବାଭାବି ଏବେ ପୁଣି ଆସିଛନ୍ତି । ଏ ଚାକିରୀ ପ୍ରସ୍ତାବଟି ତାଙ୍କରି । ଆଜିର ଏ ଦୁନିଆଁରେ ମୁଁ ବିପ୍ଲବର ଏ ବନ୍ଧୁତା ଓ ପ୍ରସ୍ତାବକୁ ଆଦୌ ଉପେକ୍ଷା କରିପାରିବି ନାହିଁ । ତା ପରେ ଦେଖ୍‌, ବାପାଙ୍କର ଚାକିରୀ ସରିଛି | ପେନସନ୍‌ ପଇସାରେ ତୋ ବାହାଘର, ରାଜର ପାଠପଢା ପୁଣି ଚଳିବାକୁ ଆମେ ତିନିଜଣ । ବାପା ଏକା ଏକା ସବୁକାମ କରିବେ ? ଏ ସବୁତ ଭାବିଲା ବେଳକୁ ଚାରିଦିଗ ଅନ୍ଧାର ଦିଶୁଚି | ମୋ ଭବିଷ୍ୟତ ଅନ୍ଧାର ସହ ଏପରିବାରର ଅନିଶ୍ଚିତ ଭବିଷ୍ୟତ ଅନ୍ଧାର ମିଶିଗଲେ, କେଉଁ ଗହ୍ୱର ଭିତରେ ଆମେ ହଜିଯିବା ନା ?

ତେଣୁ ମୋର ଆଗରେ ଏବେ ଦୁଇଟି ମୁଖ୍ୟ ଲକ୍ଷ୍ୟ । ପ୍ରଥମ ଚାକିରୀଟିକୁ ଯେମିତି ହେଲେ କରିବା । ଦ୍ୱିତୀୟ ହେଲା ତୋର ଅମିତ୍‌ ସହ ଯେମିତି ହେଲେ ବିଭାଘର କରାଇବା । ସେ ପର୍ଯ୍ୟନ୍ତ ତୁ ଅମିତ୍‌ କୁ ଭରସା ଦେ, ତୁ କେବଳ ତାର । ସେ ପାଠ ଶେଷ କରୁ | ଚାକିରୀ ନିଯୁକ୍ତି ପାଉ । ବିଭିନ୍ନ ଆଳରେ ମୁଁ ବାପା ମାଆଙ୍କୁ ଏଥିପାଇଁ ସେ ଅନୁତପ୍ତ ନିଶ୍ଚୟ ଥୁବେ ମୁଁ ଏଇ ମଉକାରେ ତୋର ଅମିତ୍‌ର ଭଲ ପାଇବା ଓ ବିବାହ କରିବା ଆଦୌ ଅପ୍ରାସଙ୍ଗିକ ନୁହେଁ ବୋଲି କହି ରାଜି କରାଇବି । ତୁ ଦେଖୁବୁ ଦିନେ ତୋ ସ୍ଵପ୍ନ ସତ୍ୟ ହେବ । ତୋ ସତ୍ୟସ୍ଵପ୍ନର ଆନନ୍ଦ ତୋ ମୁହଁରେ ଦେଖିଲେ, ମୁଁ ତାରି ଭିତରୁ ମୋ ଶୋଭନଙ୍କୁ ପାଇବାର ଖୁସୀ କିଛି ମାତ୍ରାରେ ପାଇବି ।

ସେଦିନ ଦି ‘ଭଉଣୀଙ୍କ ଆଖୁରେ ସାତ ରଂଗର ସ୍ଵପ୍ନ । ଜଣେ ନିଜର ପ୍ରେମକୁ ପାଇବା ସ୍ଵପ୍ନରେ ବିଭୋରତ ଅନ୍ୟ ଜଣେ ନୂଆ ପଥରେ ପାଦଦେଇ ନୂତନ ଜୀବନ, ଆତ୍ମ ନିର୍ଭରଶୀଳ ହେବାସ୍ଵପ୍ନକୁ ନେଇ ଆଶାବାଦୀ । ଆରାଧ୍ୟା କଡ ଲେଉଟାଇ ଶୋଇଲା ତା ଅପାକୁ ପିଠି କରି ।

ବିଦ୍ୟା ସାମନାରେ ଶୋଭନ । ବିହ୍ଵଳିତ ସ୍ମୃତି । ଶୋଭନ, ତମେ କେଉଁଠି ଏବେ ? କେଉଁ ଅବସ୍ତାରେ ଅଛ ? ତମକୁ ଟିକେ ଦେଖିବାକୁ, ତମ ବିଷୟରେ ସବୁ ଜାଣିବାକୁ ମୋର ଇଚ୍ଛା ଶୋଭନ । ଥରେ ଆକସ୍ମିକ ଭାବରେ ତମ ସ’ ମୋର ଟିକେ ଦେଖା ହୋଇ ଯାଆନ୍ତା ନି ? ମୋ ବିଭାଘର ହୋଇଯିବା ପରେ ତମକୁ ଦେଖିବା, ଖୋଜିବା କି ଝୁରିବା ତମ ନିକଟରେ ଅର୍ଥହୀନ । ପ୍ରେମ ସ୍ଵର୍ଗୀୟ, ଶାଶ୍ୱତ ସତ୍ୟ କେବଳ ବହିପାଠ ଶୋଭନ । ବାସ୍ତବରେ ଦେଖୁବାକୁ ଗଲେ ଆମ ସମାଜରେ ଝିଅଟିଏ ବାହା ହୋଇଗଲେ ଯେମିତି ମାଟି ହାଣ୍ଡିଟିଏ ହୋଇଯାଏ । କେହି ପ୍ରେମ କରିବା, ଦେହ ଦେବା ଆଉନେବା କଥାତ ବିବାହ ପରେ ସଂସ୍କାର ଭିତରକୁ ଏମିତି ପଶି ଆସେ ଯେ ଯେମିତି ହାଡଫୁଟି ଅଥବା ବସନ୍ତ ରୋଗ ପରି ଡିଆଁ ଆଉ ସଂକ୍ରାମକ ଆଉ କ୍ୟାନସର ଭଳି ଭୟଙ୍କର । ସମସ୍ତଙ୍କର ନାସିକା କୁଞ୍ଚନ । ମାତ୍ର ଶୋଭନ. ଏସବୁକୁ ମୁଁ ତିଳାର୍ଦ୍ଧେ ଖାତିର କରେନା । ମୋ ସ୍କୃତିକୁ ମୋ ଭଲ ପାଇବାକୁ କଣ କେହି ନେଇଯିବ ନା ନେଇ ପାରିବ ଦିନକ ପାଇଁ ?

ଶ୍ରୀକାନ୍ତ ହୋଇପାରନ୍ତି ଜଣେ ଛଳନାମୟ ପ୍ରତାରକ ପୁରୁଷ । ବିବାହର ସୁନ୍ଦର ଅଭିନୟ କରି ମୋ ସମେତ ଆମ ପରିବାର ଓ ତାଙ୍କ ପରିବାରକୁ ବୋକା ବନେଇ ନିଜେ ନିଷ୍ପାପର ଭାବରେ ମୋ ପାଖରେ ଅବିବାହିତ ଧର୍ମ ନିର୍ବାହ କରିଛନ୍ତି । ଏହା ଦ୍ୱାରା ମୋର ଅନେକ ଉପକାର ହେଲା ଶୋଭନ । ହାତଗଣ୍ଠି ଓ କଉଡି ଖେଳରେ ଛୁଆଁ ଭିନ୍ନ ସେ ମୋତେ ଥରେ ଛୁଇଁବାକୁ ଆଗ୍ରହ ପ୍ରକାଶ କରି ନାହାଁନ୍ତି ।

ତମବିଦ୍ୟା, ତମ ବିଦ୍ୟାର ଅତୁଟ ପ୍ରେମ ପୂର୍ବପରି ରହିଛି । ଏ ଶରୀରର ପ୍ରତିଟି ଲୋମ କଣାରେ ଶୋଭନର ପ୍ରେମ, ସ୍ପର୍ଶ ଆଉ ଭଲ ପାଇବା ରହିଛି ନିଖୁଣ ଭାବରେ | ପୂର୍ବଠୁଁ ଅଧ୍ଵକ ବିଶ୍ଵାସ ଓ ଗଭୀରତାରେ

ଥରେ ତମେ ଟିକେ କେଉଁଠି ଦେଖାହୁଅନ୍ତ ମୁଁ କୈଫୟତ ଦେଇ ନିଜକୁ ଶୁଦ୍ଧ ସୁବର୍ଣ୍ଣ ବୋଲି ତମ ଆଗେ ପ୍ରକାଶିତ କରିବା ପାଇଁ ଭାଚୁଚ କି ଚାହିଁବି ନା ସେମିତି ଜମା ନୁହେଁ । ମୁଁ ତୁମର ପୂର୍ବର ବିଦ୍ୟା ତମେ ମୋର ଶୋଭନ ଏବେ ବି କହି ଆପଣାର କରିବାକୁ ଚାହିଁବି, ଏକଥା ବି ଜମା ଚିନ୍ତା କରିବାର ସୁଯୋଗ ତମକୁ ଦେବି ନାହି । ଖାଲି ଏତିକି କହିବି, ସତ୍‌ପ୍ରେମ ଆଗରେ ଦୁନିଆର ସକଳ ଏୀଶ୍ଵର୍ଯ୍ୟ ଫିକା ଦିଶେ । ବାପା ମୋର ହାରିଯାଇଛନ୍ତି ଶୋଭନ । ଆଉ ମୋ ପ୍ରେମ ଜିତିଛି ।

– ମୁଁ ଜାଣେନା, ମୋର ଏକଥା ତମପାଇଁ ଗୁରୁତ୍ତ୍ୱପୂର୍ଣ୍ଣ କି ଗୁରୁତ୍ୱହୀନ । କିନ୍ତୁ ଏକଥା ମୋ ଅନୁଭବ କହେ ତମେ ଯେଉଁ ଅବସ୍ଥାରେ ଥାଅ, ସାମାନ୍ୟ ଆସ୍ଵସ୍ତି ଅନୁଭବ କରିବ । ହୁଏତ ମନେ ମନେ ଖୁସୀ ହେବ, ବିଦ୍ୟା ତମ ବିବାହ ପରେ ବି ପୁଣିଥରେ ତମକୁ ଝୁରୁଚି ଏବଂ ତମକୁ ନେଇ ପୁଣିଥରେ ସଂସାର ଗଢିବାର ସ୍ୱପ୍ନ ବି ତିଆରି କରୁଛି । ଏହାଯଦି ଭାବୁଥାଅ, ତା ହେଲେ ତମେ ଏଯାଏ ତମ ବିଦ୍ୟାକୁ ଚିହ୍ନି ପାରିନ । ତମ ଭାବନା ଭୂଲ ! ଭୂଲ ବି ତମର ଭଲ ପାଇବା ।

ମୁଁ ତମର ହୋଇ ରହିବା ଆଉ ସହଜ କି ସମ୍ଭବ ନୁହେଁ । କାରଣ ଆମ ସମାଜ ବ୍ୟବସ୍ଥାରେ ଯେଉଁ ନୀତି ନିୟମ, କଟକଣା ରହିଛି, ସାହି ପଡିଶାଙ୍କର ଯେଉଁ ସଂକୀର୍ଣ୍ଣ ଚିନ୍ତାଧାରା ଅଛି ଏ ସବୁର ଉର୍ଦ୍ଧ୍ୱକୁ ଉଠି ମୋତେ ଆଗ ମୋ ପାଦରେ ଛିଡା ହେବାକୁ ହେବ । ତମେ ମୋର ମାନସିକ ବଳ ଶୋଭନ ! ତମକୁ ଲକ୍ଷ୍ୟରେ ରଖି ମୁଁ ବାଟ ରଲିବି । ବାପା ମାଆଙ୍କର ସହାୟକ ହେବି । ଆରାଧ୍ୟାର ବାହାଘର କରିବି । ରାଜ୍‌କୁ ପାଠ ପଢେଇ ନିଯୁକ୍ତି ଯୋଗ କରେଇବି । ତମେ ମୋ ସ୍ମୃତିରେ, ମୋ ଚଲାପଥରେ, ମୋ ଭଲ ପାଇବାର ଧ୍ରୁବତରାପରି ପ୍ରୟ ଶୋଭନ ହୋଇଥାଅ । ମୋ ଆଖରେ, ଆତ୍ମାରେ ଥାଅ ବାସ୍‌ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top