ସ୍ମୁତି ତୁମେ ମେଘୁଆ ଆକାଶର,
ଲୁଚାଣିଆ ଜହ୍ନର ଆଲୁଅ ।
ସ୍ମୁତି ତୁମେ ପାଉଁଶ ତଳର,
ଲିଭାଣିଆ ନିଆଁର ଉଜ୍ଜଳତା ।
ଯେବେ ଉତ୍ ଫୁଲ୍ଲିତ ହୁଏ ,
କେତେ ଯେ ବରଷା,
ପୁଣି କେତେ ଯେ ଉତ୍ତାପ ।
କାହୁଁ କେତେ ବିରହ ବେଦନା,
ମନ ଅତରଙ୍ଗ କୁ ବିଷାଦ କରିଦିଏ ।
କେବେ ସେ ମନେ ଆଣି ଦିଏ,
ପ୍ରେମ ଭରା ସାଗର ।
ଆଉ କେବେ ସେ ଦର ଭାଙ୍ଗ ,
ଦରଦି ଛାତିରେ କୋହର ପର୍ବତ ।
କିଏ ଭାବି ହଉଥାଏ,
ଅତୀତର ସେଇ ଚିରା ଫଟା,
ଲୁହ ଭରା କାହାଣୀ ।
ପୁଣି ମନେ ପଡେ କିଛି ଆବେଗ ଭରା,
ଉଲ୍ଲାସର ମୁହୂର୍ତ୍ତ ।
ହେଲେ !
ସ୍ମୁତି ତୁମର ଅନ୍ୟ ନାମ
ଦୁଃଖିତ ଦୁଃଖ ଭରା ରାତି ।
କାହିଁକି ମନେ ପଡେ ସେ ,
କାହା ପ୍ରୀତି ଆଉ କାହା ତାତି ।
କେଜାଣି ସେ ଭାଳି ହୁଏ,
ଭୁଲି ଯାଇଥିବା କିଛି ଅଭୁଲା ମଣିଷର,
ସେଇ ଅତ୍ୟାଚାରିତା ପ୍ରେମ ।
ଯାହା କେବଳ କଷ୍ଟ ଆଉ କଷ୍ଟ ଦିଏ,
ଓଠରୁ ଛଡେଇ ନିଏ,
ହସ ଆଉ ଶାନ୍ତିର ପରିଭାଷା ।
ସ୍ମୁତି ପରା ଦିଏ କେବଳ ଯନ୍ତ୍ରଣା,
ଜଳେଇ ଦିଏ,
ବର୍ତ୍ତମାନର ଉତ୍ତମ ଅବସ୍ଥିତିକୁ ।
ପୁଣି ବେଗ୍ର କରିବସେ,
ସେଇ କିଛି ମୁହୂର୍ତ୍ତର ଅବସ୍ଥାନକୁ ।
ସ୍ମୁତି ତୁମେ……