ମୋ ପାଇଁ ସବୁ ମୂଲ୍ୟହୀନ
ମଣି ମାଣିକ୍ୟ ସବୁ ଯେ ପଥର
ସବୁଠାରୁ ମୂଲ୍ୟବାନ ତୁମେ
ମୁକୁତା ହଜିଲେ
କିଛି ଦୁଃଖ ନାହିଁ
ତୁମେ ଚାଲିଗଲେ
ମନ ଭାଙ୍ଗିଯାଏ
ମୂଲ୍ୟହୀନ ସବୁ ହୋଇଯାଏ ।
ତୁମେ ପାଖରେ ନଥିଲେ
ମନ ମୋର ଭାଙ୍ଗିଯାଏ
ଆଖି ତୁମକୁ ଖୋଜି ବୁଲୁଥାଏ
ଲାଗେ
ସବୁଠି ତୁମେ ଠିଆ ହୋଇଅଛ
ପାଏ ନାହିଁ
ମନ ଝାଉଁଳି ତ ପଡେ ।
କଣ ପାଇଁ ଚାଲି ଯାଅ ତୁମେ
ମୋ ମନକୁ ଜାଣିଛ
ତୁମ ବିନା
ଠିଆ ହୋଇ ପାରେ ନାହିଁ
ତୁମ ବିନା ବଞ୍ଚିତ ପାରେନା
ତଥାପି ବି ତୁମେ ଚାଲିଯାଅ
ମନ ଝାଉଁଳି ତ ପଡେ
ଆଉ ଯାଅ ନାହିଁ
ତୁମେ କ୍ଷଣକ ପାଇଁ ତ ।
(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )
