ମଧୁ ମାସ ଅଗଭୀର ତୃତୀୟ ପହରର ରାତ୍ରି
ସ୍ୱପ୍ନ ନୁହେଁ, ସ୍ୱଚକ୍ଷୁରେ ତମ ଦେହ ବର୍ଣ୍ଣର ତରଙ୍ଗ
ନିଦ୍ରା ହଜେ ତମ ଆଲିଙ୍ଗନେ, ନମନୀୟ କଳାର ପିତୁଳା
ଗଢ଼ି ହୁଏ ପଦପରେ ପଦ ଯେତେ, ଅର୍ଥହୀନ ବୁଭୁକ୍ଷୁ କବିତା
ମୂଲ୍ୟ କଣ ମାପି ହୁଏ, ତମେ ପରା ଶତେକ କିସମ
ଲକ୍ଷେ ଟଙ୍କା କିଏ ମାଗେ, ଦୁଇ ଉରୁ ବକ୍ଷକୁ ନଚାଏ
କିଏ ପୁଣି ଯାଚି ହୁଏ, ଯୌବନର ଭାରକୁ ଓହ୍ଲାଏ
ପିତୁଳା


ନିଦ୍ରା ହଜେ ତମ ଆଲିଙ୍ଗନେ, ନମନୀୟ କଳାର ପିତୁଳା
ଗଢ଼ି ହୁଏ ପଦପରେ ପଦ ଯେତେ, ଅର୍ଥହୀନ ବୁଭୁକ୍ଷୁ କବିତା