କବିତା

ବିଶ୍ୱସୁନ୍ଦରୀ

Prasanta Kumar Behera's odia poem Bishwasundaree

ତମ କଣ୍ଠେ ଦେବି ମାଳା
ତୋଳି ପ୍ରେମର ଗୋଲାପ
ତମ ସ୍ବର୍ଣ୍ଣ ମସ୍ତକରେ ଦେବି
ମୋ ପ୍ରେମର ପବିତ୍ର ପ୍ରଲେପ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତମ ପାଇଁ ପ୍ରଶ୍ନ ନାହିଁ କିଛି
ତମେ ପ୍ରୀତିମୟ ଉତ୍ତର
ତମ ପାଇଁ ଲୋଡ଼ା ନାହିଁ କିଛି କୁଟୀକମ
ତମେ ସ୍ୱୟଂ ଚାରୁ ଅଳଙ୍କାର

ତମ ପାଇଁ ଅଛି ଏକ ସିଂହାସନ
ମୋ ହୃଦୟ ଅଳିନ୍ଦେ
ପ୍ରେମ ପୁଷ୍ପ ସମର୍ପିଵି
ତମ ପାଦ ଅରବିନ୍ଦେ

ତମ କଣ୍ଠେ ଦେବି ମାଳା
ତୋଳି ପ୍ରେମର ଗୋଲାପ
ତମ ସ୍ବର୍ଣ୍ଣ ମସ୍ତକରେ ଦେବି
ମୋ ପ୍ରେମର ପବିତ୍ର ପ୍ରଲେପ

ତମ ରୂପକାନ୍ତି ଅତୁଲ୍ୟ
ଅନ୍ୟ କା’ର ମୂଲ୍ୟାୟନ
ଲୋଡ଼ା ନାହିଁ ଜମା
ତମେ ମୋ ବିଶ୍ୱସୁନ୍ଦରୀ
ପ୍ରିୟା ରାଜଜେମା

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top