କବିତା

ଚାରୁ ଲତିକା

Prasanta Kumar Behera's odia poem Charu Latika

ଲାଜବତୀ ଆଗୋ
ମଉନାବତୀ
ଜବାଓଠେ ତମ
ଚୋରା ସନ୍ଦେଶ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲାଜବତୀ ଆଗୋ
ମଉନାବତୀ
ଜବାଓଠେ ତମ
ଚୋରା ସନ୍ଦେଶ

ମୁଦିତ୍ରନୟନା ଆଗୋ
କୁନ୍ତଳିନୀ
ମୁଖୁ ଝରେ ତମ
ପ୍ରୀତିପିୟୁଷ ।

କଣ୍ଠେ ଶୋହେ
ସୁବର୍ଣ୍ଣର ମାଳା
କର୍ଣ୍ଣରେ ଝୁଲୁଛି
ସୁବର୍ଣ୍ଣ ଫୁଲ

ସୁବର୍ଣ୍ଣର ଏକ
ସୃଷ୍ଟିବିସ୍ମୟ
ଆନ କିଛି ନୁହେଁ
ତମ ତୁଲ ।

ବନ୍ଦନା ଘେନ ଆଗୋ
ଲକ୍ଷହୀରା
ଶବ୍ଦର ଆଳତି
ମୋର ଘେନ

ଆଗୋ ସରୋଜିନୀ
ଭ୍ରମର କାମିନୀ
ଏ ଭୁବନର
ଚାରୁ ସୃଜନ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top