ଲାଜବତୀ ଆଗୋ
ମଉନାବତୀ
ଜବାଓଠେ ତମ
ଚୋରା ସନ୍ଦେଶ
ମୁଦିତ୍ରନୟନା ଆଗୋ
କୁନ୍ତଳିନୀ
ମୁଖୁ ଝରେ ତମ
ପ୍ରୀତିପିୟୁଷ ।
କଣ୍ଠେ ଶୋହେ
ସୁବର୍ଣ୍ଣର ମାଳା
କର୍ଣ୍ଣରେ ଝୁଲୁଛି
ସୁବର୍ଣ୍ଣ ଫୁଲ
ସୁବର୍ଣ୍ଣର ଏକ
ସୃଷ୍ଟିବିସ୍ମୟ
ଆନ କିଛି ନୁହେଁ
ତମ ତୁଲ ।
ବନ୍ଦନା ଘେନ ଆଗୋ
ଲକ୍ଷହୀରା
ଶବ୍ଦର ଆଳତି
ମୋର ଘେନ
ଆଗୋ ସରୋଜିନୀ
ଭ୍ରମର କାମିନୀ
ଏ ଭୁବନର
ଚାରୁ ସୃଜନ ।