ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମନ ହେଲା ଚୋରା ଚଇତି
ଚହଲାଇ ଦେଲା ପୀରତି
ତନୁରେ ତନୁରେ
ବାସ ଭରି ଦେଲା
ଫୁଲ ଛୁଆଁ କରି ସତେ ଯେମିତି ।।
ଚାହାଁଣୀରେ ମହୁଲି ନିଶା
ମିଠା ମିଠା ଗୋପନ ଆଶା
ପର ଲଗା କରି
ତୂଳୀଟିଏ ଧରି
ରଙ୍ଗେଇ ଦେଲାଣି ସବୁ ଯେମିତି ।।
ଅଳସ ଭାଙ୍ଗେ ବୟସ
ଲାଗିଲାଣି ନୂଆ ପରଶ
କାହା ପାଇଁ ପୁଣି
ପୀରତି ଢେଉରେ
ଭାସିଗଲା ପରି ଲାଗେ ଯେମିତି ।।
