କବିତା

ଜୀବନରେ

Mamata Basantia's odia poem Jeebanare

ଜୀବନରେ……
କିଛି ପାଇବାକୁ ହେଲେ
କିଛି ହରାଇବାକୁ ହୁଏ
ଜୀବନର ରାସ୍ତା ଅତିକ୍ରମ କରିବା ,
ଏତେବି ସହଜ ନୁହେଁ ।

ଜୀବନରେ…..
ଜନ୍ମ ଅଟେ ଦୁଇଟି ଅକ୍ଷର
ମୃତ୍ୟୁ ବି ଦୁଇଟି ଅକ୍ଷର
ଯିଏ ଏହି ଶବ୍ଦର ଅର୍ଥ ବୁଝିଲା,
ସେ ହେଲା ଏ କଳୁଷିତ ଦୁନିଆରେ ଅମର ।

ଜୀବନରେ…..
ମିଥ୍ୟା ଅଟେ ଦୁଇଟି ଅକ୍ଷର
ସତ୍ୟ ବି ଦୁଇଟି ଅକ୍ଷର
ଯେ ସତ୍ୟକୁ ବାଜିଲା ସେ ହେଲା ମଣିଷର ନିଜର,
ଯେ ମିଥ୍ୟା କୁ ବାଛିଲା ସେ ହେଲା ସାତପର ।

ଜୀବନରେ….
ବାପା ଅଟେ ଦୁଇଟି ଅକ୍ଷର
ମାଆ ବି ଦୁଇଟି ଅକ୍ଷର
ଯିଏ ଏହି ଶବ୍ଦ ଦୁଇଟିର ଅର୍ଥ ନବୁଝିଲା,
ସିଏ ବାସ୍ତବରେ ଦୋରେହା ପାମର ।

ଜୀବନରେ……
କିଛି ପାଇବାକୁ ହେଲେ
କିଛି ହରାଇବାକୁ ହୁଏ
ଜୀବନର ରାସ୍ତା ଅତିକ୍ରମ କରିବା ,
ଏତେବି ସହଜ ନୁହେଁ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top