କବିତା

ଲୁହର ପ୍ରୀତି

Rajsoubhagini Kar's odia poem Luhara Preeti

କିଏ କେବେ ଅତ୍ୟ ଅଧିକ ଖୁସି ରେ
ଝରାଏ ସେ ଲୁହର ମୁକୁତା,
ଆଉ କିଏ ଯନ୍ତ୍ରଣାର କୋଠରି ରୁ ମୁକ୍ତି ପାଇଁ,
ଢାଳିଦିଏ ଦୁଇ ବୁନ୍ଦା ଅସାନ୍ତ ଜଳ ବିନ୍ଦୁ ।

ଲୁହ, ଲୁହ, ଲୁହ
ଲୁହ ନୁହେଁ ସେ ମନର ପରିଭାଷା !
ଯାହା ଝରିଥାଏ,
କିଛି ଅତୀତ, କିଛି ବର୍ତ୍ତମାନ,
ପୁଣି କିଛି ପ୍ରେମ, କିଛି ଘୃଣା ରେ ।

ସେ ତ ଅସୀମ ସାଗରର,
ମାପ କାଠି ।
ଗଭୀର ନଦୀ ଟିର,
ସ୍ରୋତ ଝରା ।

କିଏ କେବେ ଅତ୍ୟ ଅଧିକ ଖୁସି ରେ
ଝରାଏ ସେ ଲୁହର ମୁକୁତା,
ଆଉ କିଏ ଯନ୍ତ୍ରଣାର କୋଠରି ରୁ ମୁକ୍ତି ପାଇଁ,
ଢାଳିଦିଏ ଦୁଇ ବୁନ୍ଦା ଅସାନ୍ତ ଜଳ ବିନ୍ଦୁ ।

ହେଲେ କେବେ ସେ ଲୁହ
ଛଟପଟ କରିଦିଏ,
ଶାନ୍ତ ମଣିଷର ସ୍ତବଧ ପରିବେଶକୁ ।
ଛାତି ତଳେ ଚାପି ରଖେ କୋହକୁ ।

କାଳେ କିଏ ଦେଖିନବ,
ତାର ଦୁର୍ବଳ ପଣକୁ ।
କେବେ ଯଦି ଅଟହାସ୍ୟ କରିବ,
ସେଇ ଦରଭଙ୍ଗା ଦରଦି ମଣିଷକୁ ।

କିନ୍ତୁ!
ସେ କଣ ବା କରି ପାରିବ ?
ଲୁହ ତ ଅସରନ୍ତି ଝରଣାର,
ଝର ଝର ପ୍ରପାତ ।
ପୁଣି ଅସ୍ତିର ସମୁଦ୍ର ସୁଆର ଗତିପଥ,
ତାକୁ ବା କିଏ ରୋକି ପାରିବ ।

ପୁଣି ଆଉ କେବେ ଇଚ୍ଛା କରେ ,
ଖୋଲା ଆକାଶର ବୁକୁ ତଳେ ।
ଆଉ ପୂର୍ଣ୍ଣଚ୍ଛେଦ ବିହୁନ,
ମାଟି ମାଆର କୋଳରେ ।
ମନ ଭରି ଲୁହ ଢାଳି ଦବ,
ଭିଜେଇ ଦବ ସେଇ
ଆପଣାର ମାଟି ମାଆକୁ ।

କେବେ କେବେ ଦୁର୍ବଳ କରିବସେ,
ନିଜର ସେଇ ଯନ୍ତ୍ରଣା ଦିଆ
ଛାତି ଭିତର ର କୋହ ।
ଆଉ କେବେ ଶକ୍ତ ଆଉ ନିଷ୍ଠୁର କରିବସେ,
ଯନ୍ତ୍ରଣା ପାଉଥିବା ଛାତି ।

ହେଲେ କାହାକୁ ବା ଅଛପା,
ଏଇ ଲୁହର ଅସ୍ତିତ୍ୱ,
ଅସହ୍ୟ ଯନ୍ତ୍ରଣାର ଗଭୀରତାପୂର୍ଣ୍ଣ କୋହ ।
ଆଉ କେବେ ସେ ,
ଅକଳ୍ପନାନୀୟ ଆନନ୍ଦର ସାଗର ।

ଯାହା କିଛି ବି ଆରମ୍ଭ ହୁଏ ,
ତା’ର ଶେଷ ନିଶ୍ଚିନ୍ତ ।
ହେଲେ ଲୁହ ଅସରନ୍ତି ଭଣ୍ଡାରର,
ଅସମ୍ପୂର୍ଣ୍ଣ ଜଳ ଧାରାର ଗତିପଥ ।
ଯାହା କେବଳ,
ସ୍ରୋତପୂର୍ଣ୍ଣ ଆଉ ନିର୍ଝରଣୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top