କବିତା

ଆଗୋ ମେଘମାଳା

Prasanta Kumar Behera's odia poem Aago Meghamaala

ଭିଜାଇ ଦିଅ ମୋ
ମନ ତଟଦେଶ
ଆଗୋ ମୋ ମେଘମାଳା

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଝରା ବଉଳର
ସପନ ଅସରା ଅସରା
ଝୁରା ହୃଦୟର କବିତା,

ଝର ଝରଣାର
କାଚକେନ୍ଦୁ ଜଳେ
ତୁମେ ମୋ ବନପରୀ ଜ୍ୟୌସ୍ନା ସ୍ନାତା ।

ଧୀର ସମୀରର
ସଂଗୀତ ସୀତ୍କାରେ
ନବ ମେଘମାଳା ଲୀଳାୟିତା,

ପ୍ରଥମ ଆଷାଢ଼
ଚୁମ୍ୱନ ଆଶ୍ଲେଷେ
ମୋ ମୌସୁମୀ ପ୍ରିୟା ମନ୍ଦାକ୍ରାନ୍ତା ।

ସଖୀ – ତୁମେ
ମେଘମାଳା ମୋର
ମୋ ହୃଦ ଆକାଶ କଜ୍ଜଳ ଆଭା,

ସଖୀ – ତୁମେ
ମୋ ମୋସୁମୀ ପ୍ରିୟା
ମୋ ଆଷାଢ଼ ନଭର କିଶୋରୀ ବିଭା ।

ଝରି ଯାଅ ଆଗୋ
ଭିଜାଇ ଦିଅ ମୋ
ଚାତକ ତୃଷ୍ଣା – ଭିଜା ହୃଦବେଳା,

ଭିଜାଇ ଦିଅ ମୋ
ମନ ତଟଦେଶ
ଆଗୋ ମୋ ମେଘମାଳା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top