କବିତା

ଆଗୋ ମେଘମାଳା

Prasanta Kumar Behera's odia poem Aago Meghamaala

ଭିଜାଇ ଦିଅ ମୋ
ମନ ତଟଦେଶ
ଆଗୋ ମୋ ମେଘମାଳା

[ezcol_1third]

ଝରା ବଉଳର
ସପନ ଅସରା ଅସରା
ଝୁରା ହୃଦୟର କବିତା,

ଝର ଝରଣାର
କାଚକେନ୍ଦୁ ଜଳେ
ତୁମେ ମୋ ବନପରୀ ଜ୍ୟୌସ୍ନା ସ୍ନାତା ।

ଧୀର ସମୀରର
ସଂଗୀତ ସୀତ୍କାରେ
ନବ ମେଘମାଳା ଲୀଳାୟିତା,

[/ezcol_1third] [ezcol_1third]

ପ୍ରଥମ ଆଷାଢ଼
ଚୁମ୍ୱନ ଆଶ୍ଲେଷେ
ମୋ ମୌସୁମୀ ପ୍ରିୟା ମନ୍ଦାକ୍ରାନ୍ତା ।

ସଖୀ – ତୁମେ
ମେଘମାଳା ମୋର
ମୋ ହୃଦ ଆକାଶ କଜ୍ଜଳ ଆଭା,

ସଖୀ – ତୁମେ
ମୋ ମୋସୁମୀ ପ୍ରିୟା
ମୋ ଆଷାଢ଼ ନଭର କିଶୋରୀ ବିଭା ।

[/ezcol_1third] [ezcol_1third_end]

ଝରି ଯାଅ ଆଗୋ
ଭିଜାଇ ଦିଅ ମୋ
ଚାତକ ତୃଷ୍ଣା – ଭିଜା ହୃଦବେଳା,

ଭିଜାଇ ଦିଅ ମୋ
ମନ ତଟଦେଶ
ଆଗୋ ମୋ ମେଘମାଳା ।

[/ezcol_1third_end]

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top