ସରମ ଖୋଳପା ଜାବୁଡି ଧରି ଥାଏ
ନାମ ନେଇ ସଂସ୍କାରର
ସତେ ଯେମିତି ଭ୍ରୁଣ ଗର୍ଭିଣୀ ର
ଗର୍ଭାବସ୍ଥା ଫୁଙ୍ଗୁଳା ପେଟର
ଏମିତି କଣ ଫରକ ପଡିଥାନ୍ତା ଯେ
କିଏ କଣ ଭାବି ନେବାର?!
ହୁଏତ କେହି ଦେଇଥାନ୍ତା
ଅଲାଜୁକି ଆଖ୍ୟା
କିନ୍ତୁ, ମୁଁ ପାରିଥାନ୍ତି କରି ଜୀବନକୁ
ଭଲ ପାଇବାର ବ୍ୟାଖ୍ୟା
ଏମିତି ସମୟ କୁ କଣ
ବଦଳିବାରୁ କରି ହୁଏ ରକ୍ଷା ।
ଜୀବନଟା ଏମିତି ବିତିଯାଏ କେବେ
ଭୂଲ ଆଉ ଠିକ ର ତରାଜୁ ରେ
ନିଜକୁ ବ୍ୟବସ୍ଥିତ କରୁ କରୁ ।
ଗଲା ମୁହୂର୍ତ କେବେ ଫେରେନା-
ଜଣା ପଡେ, ବାଟରେ ଫେରୁ ଫେରୁ
ସାଉଁଟି ନେଇ ହୁଅନ୍ତା କି
ଖସରି ଯାଇଥିବା ଜୀବନ କୁ ପୁଣି ଥରେ ସରୁ ସରୁ?
ମନ-ବିବେକ ର ଯୁଦ୍ଧରେ
ମନ ଜିତେ କମ ଥର
ବିବେକ ସାଜେ ବଳବାନ
ଆଧିପତ୍ୟ ଜାହିର କରିନିଏ ସବୁଠି, ନିଜର ।
କିଏ ଦେଖିଛି ସ୍ଵର୍ଗ,
ଆଉ କିଏ ବା ବନେଇଛି ନର୍କ?
ସବୁ ତ ଏଇଠି- ଜୀବନ ଅନୁଭୂତି ର;
ସୀମିତ ହଜିବା, ଖୋଜିବା, ପାଇବା ଓ ଜୀଇବା ଭିତରେ
ଫରକ କେବଳ ସଂସ୍କାର ଓ ନିଜ ଭିତର ମୂଲ୍ୟବୋଧର ।