ଅନୁବାଦ ସାହିତ୍ୟ

ବାମପନ୍ଥ – ଅନ୍ଧାରରେ ଶତ୍ରୁ

ଯାହା ପାଖରେ ରାଜନୈତିକ ସଂଶୋଧନର ପରିଭାଷା ଦେବାପାଇଁ ଅଧିକାର ଅଛି, ସେହି ହିଁ ସର୍ବଶକ୍ତିମାନ୍ । ନିର୍ବାଚନ ଫିର୍ବାଚନ ତ ଛୁଆଙ୍କଖେଳ, ଖେଳି ଚାଲନ୍ତୁ ।

ବାମପନ୍ଥ - ଅନ୍ଧାରରେ ଶତ୍ରୁ

-: ପୂର୍ବରୁ :-

ସବୁଠାରୁ ବେଶୀ ଲଢ଼େଇ କେତେବେଳେ ହୁଏ?

ବେଶୀ ଲଢ଼େଇ ରାତିରେ ହିଁ ହୁଏ । କାହିଁକି ? କାହିଁକି ନା ଶତ୍ରୁ ଅନ୍ଧାରରେ ଲୁଚିଛପି ଆଘାତ ଦିଏ ।

ଅଦୃଶ୍ୟ ରହିବା ସବୁଠାରୁ ବଡ଼ ବଳ । ସେହି ଶତ୍ରୁ ସବୁଠାରୁ ବେଶି ବିପଦ୍ଜନକ ବା ମାରାତ୍ମକ ଯାହାକୁ ଦେଖିହୁଏନି ।

କିଛି ଦିନ ପୂର୍ବରୁ ମୁଁ କହିଥିଲି, ‘ଆମର ସବୁଠାରୁ ବଡ ଶତ୍ରୁ ବାମପନ୍ଥ ।’ ଏହା ଶୁଣି ମୋର ଜଣେ ପରମମିତ୍ର କହିଲେ, ‘କ’ଣ କହୁଛନ୍ତି ! ବାମପନ୍ଥ ଅଛି କେଉଁଠି ? କେବଳ କେରଳ ଛାଡିକି ଏହାର ଅସ୍ତିତ୍ୱ ଆଉକେଉଁଠି ନାହିଁ । ପୁରା ଦୁନିଆରୁ ଶେଷ ହୋଇସାରିଛି ।’

ସତରେ କ’ଣ ବାମପନ୍ଥ ଶେଷ ହେବାରେଲାଗିଛି ! କ’ଣ ସୋଭିଏତ୍ ରୁଷ୍‌ର ପତନ ବାମପନ୍ଥର ପରାଜୟ ! ନା କେବଳ ଇଏ ଏକ ଚାଲାଖି !

ସତ୍ୟକଥା ହେଲା ବାମପନ୍ଥ ପୂର୍ବଠାରୁ ଅନେକ ସଶକ୍ତ ହୋଇଛି । ଆଜି ବାମପନ୍ଥ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପଶିଯାଇଛି । କିନ୍ତୁ ଆଜି ସିଏ ମାର୍କସିଷ୍ଟ୍ କିମ୍ବା କମ୍ୟୁନିଷ୍ଟ ନାମରେ ନୁହେଁ, ବରଂ ଉଦାରବାଦ ଏବଂ ଆଧୁନିକତା ନାଁ ପରି ନୂଆରୂପରେ ପରିଚିତ ଦେଇ ଦେଶବିଦେଶ ବୁଲୁଛି । ଏ ଏକ ରାଜନୈତିକ ଦଳ ନୁହେଁ, ଏକ ସାମାଜିକ ଆନ୍ଦୋଳନ ଅଟେ । କିନ୍ତୁ ଏହା ଭିନ୍ନରୂପରେ ଦିଶେନି ଏବଂ ନ ଦିଶିବାଟା ହିଁ ଏହାର ସବୁଠାରୁ ବଡ ବଳ ।

ସତ କହିବାକୁଗଲେ ବାମପନ୍ଥର ମସିହା କାର୍ଲମାର୍କ୍ସଙ୍କୁ ବି ବାମପନ୍ଥୀମାନେ ଅଧାବାଟରେ ଛାଡି ଚାଲି ଯାଇଛନ୍ତି । ଆଜିଦିନରେ ଏହା ପୂର୍ବାପେକ୍ଷା ବେଶୀ ମାରାତ୍ମକ ଏବଂ ବିଷାକ୍ତ ହୋଇସାରିଛି । ସମାଜରମୂଳ ଆଧାରଉପରେ ଆଘାତକରୁଛି, ପରମ୍ପରାଗତ ନୀତିକୁ ଭ୍ରମିତକରି ରାଜନୈତିକ ସଂଶୋଧନ ନାମରେ ସମାଜକୁ ପରିଚାଳନାକରୁଛି । ସତ୍ତା କାହା ହାତରେବି ଥାଉ, ଏହିମାନେ ପ୍ରକୃତ ନୀତି ନିର୍ଦ୍ଧାରିତ କରୁଛନ୍ତି । ବାମପନ୍ଥ କେଉଁକେଉଁସ୍ଥାନରେ ଆମ୍ଭମାନଙ୍କୁ ପ୍ରଭାବିତ କରୁଛି, ଏହାକୁ ଚିହ୍ନିବା ଆମସମାଜ ପକ୍ଷରେ ଆଜିର ପ୍ରମୁଖ ବିଷୟ ବୋଲି ଅଧିକାଂଶ ବୁଦ୍ଧିଜୀବୀଙ୍କର ମତ ।

ଗୋଟିଏ ଉଦାହରଣ ଦେବି । ଆପଣ କ’ଣ ଭାବୁଛନ୍ତି ସୋଭିଏତ୍ ରୁଷ ଖଣ୍ଡବିଖଣ୍ଡ ହେଲା ପରେ ବାମପନ୍ଥ ତ ପରାଜୟ ବରଣକଲା ! ନା, ଆଦୌ ନୁହେଁ । ଆପଣ ଜାଣନ୍ତି କି ବାରାକ୍ଓବାମା ଏବଂ ହିଲାରିକ୍ଲିଂଟନ୍, ଦୁହେଁ ବାମପନ୍ଥୀ ଅଟନ୍ତି ?

ସୋଭିଏତ୍‌ସଂଘ ଏକ ଶତ୍ରୁ ଦେଶ ଥିଲା, ତେଣୁ ଆମେରିକୀୟ ଢାଞ୍ଚାରେ ବାମପନ୍ଥୀ ଲୋକଙ୍କୁ ଗ୍ରହଣ କରିବାଲୋକମାନଙ୍କ ପକ୍ଷରେ ବହୁତ କଷ୍ଟ ଥିଲା । ସିନେଟର୍ ମୈକାକାର୍ଥୀଙ୍କ ସମୟରେ ଆମେରିକାରେ ବାମପନ୍ଥୀ ହେବା ଏକ ବିରାଟ ବଡ଼ ଅପରାଧରେ ଗଣନା କରାଯାଉଥିଲା । ଏହି ବିଚାରଧାରା ରଖିବାଲୋକ ସନ୍ଦେହରେ କାରାଗାର ଭିତରକୁ ଠେଲି ଦିଆଯାଉଥିଲେ । ସୋଭିଏତ୍‌ ରୁଷ ଖଣ୍ଡବିଖଣ୍ଡ ହେବା ପରେପରେ ଆମେରିକାରେ ବାମପନ୍ଥ ଉପରେ ସବୁ ତର୍କବିତର୍କ ଶେଷ ହୋଇଗଲା ଏବଂ ସାଲ୍ ଅଲିନ୍ସକି ପରି କମୁ୍ୟନିଷ୍ଟଗୁରୁକୁ ଭକ୍ତିକରିବାବାଲା ବାରାକ୍ ଓବାମା ଆମେରିକାର ରାଷ୍ଟ୍ରପତିହେଲେ । ଗର୍ବାଚୋଭ୍‌ଙ୍କ ସାମ୍ରାଜ୍ୟର ପତନ ତ ତାସ୍‌ଖେଳରେ ଏକ ଭୁଲ୍ ପତା ଖେଳିବା ପରି ଥିଲା ।

ଆପଣ ତାଙ୍କର ଗଛକାଟି ଖୁସିହେଉଥିଲେ, କିନ୍ତୁ ସେମାନେ ତୁମର ପୁରା ବଗିଚା ଉଜାଡ଼ି ଦେଲେ ।

ଆପଣ ଭାବୁଛନ୍ତି ତ୍ରିପୁରାରେ ସିପିଏମ୍ ଦଳର ନିର୍ବାଚନ ହାରିବା ଆଉ ଏକ ବାମପନ୍ଥ ଗଡର ଧ୍ୱସ୍ତ ହେବାପରି ! ଆଦୌ ନୁହେଁ । ଆପଣ କିଛିକଥାକୁ ଅଣଦେଖା କରୁଛନ୍ତି ।

ଯେତେବେଳେ ଏକ ସୈନିକ ଗୋଷ୍ଠି ରକ୍ଷାତ୍ମକ ହୁଏ, ସେତେବେଳେ ସିଏ କିଲ୍ଲାର ଗଡ ପାଚେରି ଚାରିକାନ୍ଥ ଭିତରେ ବନ୍ଦହୋଇ ଆବଦ୍ଧ ରହିଥାଏ । ଯେତେବେଳେ ସିଏ ଆକ୍ରାମକ ହୁଅନ୍ତି, ସେତେବେଳେ କିଲ୍ଲା ତାଙ୍କ ପାଇଁ କିଛି ମାନେ ରଖେନାହିଁ । ବଡକିଲ୍ଲା , ଉଚ୍ଚାଉଚ୍ଚା ପାଚେରି ସବୁ ବେକାର ଏବଂ ମହତ୍ୱହୀନ ପରିଲାଗେ । ଆକ୍ରାମକ ସୈନିକମାନେ କିଲ୍ଲା ଭିତରେ ନଥାନ୍ତି, ସେମାନେ କିଲ୍ଲା ବାହାର ପଡ଼ିଆରେ ଥାଆନ୍ତି, ନୂଆନୂଆ ପଡ଼ାଉପରେ ଅଧିକାର କରିକରି ଆଗକୁ ଆଗକୁ ମାଡିଚାଲନ୍ତି ।

ବାମପନ୍ଥ(କମ୍ୟୁନିଷ୍ଟ) ଏବେ ଆମର ପଶ୍ଚିମ ବଙ୍ଗ ଏବଂ ତ୍ରିପୁରାରୁ ବିଦା ହୋଇ ସାରିଛି । ସେମାନେ ଆକ୍ରାମକ ହୋଇ କିଲ୍ଲାବାହାରକୁ ବାହାରି ପଡ଼ିଆକୁ ଆସିଗଲେ । ସମାଜକୁ ଚିହ୍ନିଲେ, ଶିକ୍ଷା, ସାହିତ୍ୟ, ପତ୍ରକାରିତା, କାନୁନ୍‌ର ପଡ଼ିଆରେ ଆନ୍ଦୋଳନ କଲେ । ସେମାନଙ୍କର ବିଚାର ଏବେ ସମାଜର ସ୍ଥାପିତ ଏବଂ ଗ୍ରହଣୀୟ ବିଚାର ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ବି ଏମାନଙ୍କୁ ବିରୋଧ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । କେତେବେଳେ ଯଦି କିଛି ପାଟିରୁ ବାହାରିଗଲା ତେବେ ତାହା ବିବାଦର କାରଣ ହୋଇଯାଉଛି ।

ଯିଏ ଚୌକିରେ ବସିଯାଇଛି ଶାସନ କେବଳ ତା’ର ହୁଏନି । ବରଂ ତା’ର ହୁଏ ଯାହା କଥା ସେ ଚୌକି ଉପରେ ବସିଥିବା ଲୋକଟି ସଦାବେଳେ ଶୁଣେ ।

ଯାହାର ସିଦ୍ଧାନ୍ତ ସମାଜର ସ୍ଥାପନା ମୂଲ୍ୟ, ତାହାରି ସତ୍ତା । ଯାହା ପାଖରେ ରାଜନୈତିକ ସଂଶୋଧନର ପରିଭାଷା ଦେବାପାଇଁ ଅଧିକାର ଅଛି, ସେହି ହିଁ ସର୍ବଶକ୍ତିମାନ୍ ।

ନିର୍ବାଚନ ଫିର୍ବାଚନ ତ ଛୁଆଙ୍କଖେଳ, ଖେଳି ଚାଲନ୍ତୁ ।

ପରବର୍ତ୍ତୀ ପ୍ରମୁଖ ବିଷୟ
୨. ପ୍ରଥମେ ପରିକ୍ଷା, ପରେ ଚିକିତ୍ସା

ଲୋକପ୍ରିୟ ଲେଖା

To Top