ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ନାରୀ, ଯାହାର ଅଧିକାର କେଉଁଠି ନାହିଁ,
କିନ୍ତୁ କର୍ତ୍ତବ୍ୟ ସବୁଠି ଅଛି ।
ଏନ୍ତୁଡ଼ିଶାଳର ନିଆଁ ଠାରୁ ଯୁଇନିଆଁ ଯାଏ,
ପ୍ରତି ପାହାଚରେ ସେ ନିଜକୁ କର୍ତ୍ତବ୍ୟ ପଥରେ ପାଏ ।
କେବେ ବାପ ଘରର ସମ୍ମାନ ଦ୍ଵାହିରେ,
କେବେ ଶାଶୁଘର ର ଏରୁଣ୍ଡି ବନ୍ଧରେ,
କେବେ ସମାଜର ନୀତିନିୟମ ରେ,
କେବେ ସନ୍ତାନ ର ଦାୟିତ୍ଵ ବଦ୍ଧତାରେ ।
ସମାଜ କୁହେ ନାହିଁ ଯାହାର ଅରି,
ସେ ହେଉଛି ନାରୀ ।
କିନ୍ତୁ ଏଥିରେ କେତେ ଯେ, ସତ୍ୟାସତ୍ୟ ??
ସକାଳର ଆରମ୍ଭରୁ ସନ୍ଧ୍ୟାର ଶେଷଯାଏ,
ଆରମକୁ ପଛରେ ପକାଇ,
କେବଳ କର୍ତ୍ତବ୍ୟ ପଥରେ ଧାଏଁ ।
ସେ ପରା ନାରୀ,
ଯାହାର ଅଧିକାର କେଉଁଠି ନାହିଁ,
କିନ୍ତୁ କର୍ତ୍ତବ୍ୟ ସବୁଠି ଅଛି ।
କର୍ତ୍ତବ୍ୟ ସବୁଠି ଅଛି ।
