ଅଣୁଗଳ୍ପ

ଭତ୍ତା

Hemanta Kumar Rout's Odia Short Story BHATTA

ମାଷ୍ଟ୍ରଙ୍କର ଦରମା ବଢୁଛି । ଅଫିସର୍ ଦରମା ସଙ୍ଗରେ କିଳାପୋତି ବଢୁଛି । ଏମ୍.ଏଲ୍.ଏ.ଙ୍କର ଭତ୍ତା ବଢୁଛି । ମୋ ମାଆ ଶହେଟି ଟଙ୍କା ଭତ୍ତା ପାଇଲାନି

ଭତ୍ତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବଇଶାଖୀ ପ୍ରଚଣ୍ଡ ଖରାବେଳେ ରଘୁଦାସ ପହଞ୍ଚିଲେ ଗୋକୁଳି ଘର ପାଖରେ । ହାତଯୋଡ଼ି କହିଲେ, “ଦେଖ ଗୋକୁଳି । ମୁଁ ହାତଯୋଡ଼ି ଅନୁରୋଧ କରୁଛି । ଶେଷଥର ପାଇଁ ମୋତେ ଖଣ୍ଡେ ଭୋଟ୍ ଦିଅ ।”

ଗୋକୁଳି କହିଲା, “ମାଷ୍ଟ୍ରଙ୍କର ଦରମା ବଢୁଛି । ଅଫିସର୍ ଦରମା ସଙ୍ଗରେ କିଳାପୋତି ବଢୁଛି । ଏମ୍.ଏଲ୍.ଏ.ଙ୍କର ଭତ୍ତା ବଢୁଛି । ମୋ ମାଆ ଶହେଟି ଟଙ୍କା ଭତ୍ତା ପାଇଲାନି । ସରପଞ୍ଚ ୱାର୍ଡମେମ୍ୱରଙ୍କୁ କେତେ କହିଲି । ଶେଷକୁ ମୋ ମାଆ ଭାବି ଭାବି ସଂସାରରୁ ଗଲା । ଆପଣଙ୍କୁ ବି କହିଛି ।”

ରଘୁଦାସ କହିଲେ, “ସେ ସବୁ ମୋ କର୍ମୀଙ୍କ ପାଇଁ । ଛାଡ଼ ସେ କଥା, ତମ ମା’ର ଅତୃପ୍ତ ଆତ୍ମାକୁ ତୃପ୍ତ କରିବାକୁ ପଡ଼ିବ । ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା ଅସହାୟ ଭତ୍ତା ବିଧବା ଭତ୍ତା ନ ପାଇ ସଂସାରରୁ ଗଲେ, ସେମାନଙ୍କ ଅତୃପ୍ତ ଆତ୍ମାକୁ ଶାନ୍ତି ଦେବାକୁ ମୁଁ ଯଦି ଜିତିଯାଏ ବିଧାନସଭାର ପ୍ରଥମ ଅଧିବେଶନରେ ଏକ ଶୋକସଭା କରାଇବି । ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ସ୍ୱର୍ଗପୁରକୁ ଯାଇ ମୃତ ଲୋକଙ୍କୁ ସେମାନଙ୍କ ଭତ୍ତା ଦେଇ ଆସିବି । ଏହା ଆମ ଦଳର ନିଷ୍ପତ୍ତି ।”

ଗୋକୁଳି କହିଲା, “ଆମ ଭୋଟରଙ୍କ ନିଷ୍ପତ୍ତି ହେଉଛି ଯେଉଁମାନେ ଭୋଟ ନେଇ ଆମ ପାଇଁ କିଛି କରୁନାହାନ୍ତି ସେମାନେ ମରିଗଲା ପରେ ଆମେ ତାଙ୍କୁ ସ୍ୱର୍ଗପୁରରେ ଯାଇ ଭୋଟ ଦେବୁ ।”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top