ଥରେ ମାତ୍ର ସ୍ନାନ କରାଇ ଦିଅ
ମମତାର ଅସରାଏ ବର୍ଷାରେ
ଥରେ ମାତ୍ର ମତେ ବିଞ୍ଚିଦିଅ
ମଳୟର ମୁଗ୍ଧ ବାସ୍ନାରେ
ଥରେ ମାତ୍ର ମତେ ବାନ୍ଧି ଦିଅ
ତୁମର ସେ ନିଃସ୍ୱାର୍ଥ ପ୍ରେମର
ବାହୁ ବନ୍ଧନୀରେ
ଥରେ ମାତ୍ର ମତେ ଛୁଇଁ ଯାଅ
ଅନୁରାଗର ହାତ ପାପୁଲିରେ
ମୁଁ ବଞ୍ଚିବି ଯେ ବଞ୍ଚିବି
ଆଶଙ୍କା ହୀନ ସନ୍ଦେହ ହୀନ
ଏକ ନୂତନ ପୃଥିବୀରେ
ମୁକ୍ତ ବିହଙ୍ଗ ପରି
ଘୁରି ବୁଲୁଥିବି ତୁମ ଅନୁରକ୍ତ ଆଖି
ପରିଧି ସୀମାରେ
ଚନ୍ଦ୍ରମୁଖି ଥରେ ମାତ୍ର ….।।
ଥରେ ମାତ୍ର ମତେ ଛାଇ କରିଦିଅ
ତମ ଦେହର ସେ ଲତା ଉହାଡରେ
ଥରେ ମାତ୍ର ମତେ ଡୁବାଇ ଦିଅ
ତୁମର ସେ ମନ ସମୁଦ୍ରରେ
ମୁଁ ବଞ୍ଚିବି ଯେ ବଞ୍ଚିବି
କପଟତା ଶୂନ୍ୟ ଏକ
ନୂତନ ପୃଥିବୀରେ
ମୁଁ ଶାନ୍ତ ନକ୍ଷତ୍ର ପରି
ଦପ ଦପ କରୁଥିବି
ତୁମ ହୃଦୟ ମନ୍ଦିରର
ପବିତ୍ର ସୀମାରେ ”
ଆଗୋ ଚନ୍ଦ୍ରମୁଖୀ …।।